ପାଟଣା ସବଷ୍ଟେଶନ ଦେଖିଲେ ବିଧାୟକ

ପାଟଣା,୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସବଷ୍ଟେଶନକୁ ଘଟଗାଁ ବ୍ଲକ ଟିକିରା ଗ୍ରୀଡରୁ ବିଦ୍ୟୁତ ସଂଯୋଗରେ ବିଳମ୍ବ ହେଉଥିବାରୁ ଏନେଇ ପାଟଣା ଅଞ୍ଚଳରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏଣେ ସାମାନ୍ୟ ବର୍ଷା ପବନରେ ଅଞ୍ଚଳରେ ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବ୍ୟାଘାତ ହେଉଛି।ଏନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି। ଏହି ପରୀପ୍ରେକ୍ଷୀରେ ଶନିବାର ପାଟଣା ବ୍ଲକ ଏରଣ୍ଡେଇ ପଞ୍ଚାୟତ ମୂଷାଖରୀ ସ୍ଥିତ ସବଷ୍ଟେଶନ କାର୍ଯ୍ୟାଳୟରେ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହ ବିଧାୟକ ଅଧିକାରୀ ମାନଙ୍କୁ ଧରି ବିଦ୍ୟୁତ ଖୁଣ୍ଟ ପୋତିବାରେ ଅସୁବିଧା ହେଉଥିବା ଭାଲୁଘର ଓ କାପାସପଡା ଅଞ୍ଚଳ ବୁଲି ଦେଖିଥିଲେ।ଏହି କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, କେନ୍ଦୁଝର ବିଦ୍ୟୁତ ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ଦାଶ, ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ, ସହକାରୀ ଯନ୍ତ୍ରୀ କାର୍ତ୍ତିକ ଚନ୍ଦ୍ର ସାହୁ, ଯନ୍ତ୍ରୀ ପଦ୍ମକେଶରୀ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଜୁନ ୩୦ ତାରିଖ ସୁଦ୍ଧା ବିଦ୍ୟୁତ ଖୁଣ୍ଟ ପୋତା ସରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାରେ ଅଞ୍ଚଳ ଜଳମଗ୍ନ

ସୋରଡ଼ା,୬।୯(ଡି.ଏନ.ଏ.)-ଅନବରତ ବର୍ଷା ଯୋଗୁ ସୋରଡ଼ା ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ସହରର ବାଂକ ବଜାର, ଖଦାଳ ସାହିରେ ନାଳ ପାଣି ରାସ୍ତା ଉପରେ ଭାସିବା ସହ...

ଅସ୍ତ୍ରୋପଚାର ବେଳେ ଛାତିରେ ରହିଛି ଛୁଞ୍ଚି ଯନ୍ତ୍ରଣାରେ ଛଟପଟ ନର୍ସିଂ ଛାତ୍ରୀ

ଫିରିଙ୍ଗିଆ,୨୩ା୬-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନର୍ସିଂ ଛାତ୍ରୀ ନିଜ ଛାତିରେ ହୋଇଥିବା ଟ୍ୟୁମର ଗତ ଜାନୁୟାରୀରେ ଅସ୍ତ୍ରୋପଚାର କରାଇଥିଲେ । ଅସ୍ତ୍ରୋପଚାର ସଫଳ ହେଲା।...

ଭୋଜି ଖାଇ ୧୫୦ ଅସୁସ୍ଥ

ଭୋଗରାଇ,୧୭।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ଅଧୀନ ରାଣୀବସାଣ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାହାଘର ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି।...

ଦୁହୁରିଆରେ ସଡ଼କ ଦୁର୍ଘଟଣା: ୨ମୃତ, ୩ଗୁରୁତର

କେନ୍ଦ୍ରାପଡା ଅଫିସ,୨।୧: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାଜ୍ୟ ରାଜପଥର ଦୁହୁରିଆ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା...

ବଳାତ୍କାରୀ ଶିକ୍ଷକଙ୍କୁ ୨୦ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୩।୩-ଢେଙ୍କାନାଳ ପୋକ୍‌ସୋ ଅଦାଲତରେ ସୋମବାର ଏକ ଦୃଷ୍ଟିହୀନ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ରାଜକିଶୋର ମହାପାତ୍ର ଅଭିଯୁକ୍ତ ସ୍କୁଲ...

୨ କିମି ଚାଲିଚାଲି ଲୋକଙ୍କୁ ବୁଝାଇଲେ ଖୋର୍ଦ୍ଧା ଜିଲାପାଳ, କହିଲେ ବାହାରୁ ଆସିଲେ ଆରଟିପିସିଆର ଜରୁରୀ

ଖୋର୍ଦ୍ଧା ଅଫିସ,୨୪।୩: ରାଜ୍ୟରେ କରୋନା ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଏ ନେଇ ରାଜ୍ୟ ସରକାର କୋଭିଡ କଟକଣାକୁ କଡାକଡି କରୁଛନ୍ତି। ବୁଧବାର ଖୋର୍ଦ୍ଧା ଜିଲା...

ଜାତୀୟ ସ୍କେଟିଂ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ଜିଣିଲେ ବ୍ରହ୍ମପୁର ଖେଳାଳି

ବ୍ରହ୍ମପୁର ଅଫିସ,୧୩ା୧୦-ଛତିଶଗଡ଼ ରାୟପୁରରେ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରୀୟ ରୋଲର ସ୍କେଟିଂ ପ୍ରତିଯୋଗିତାର ପ୍ରଥମ ଦିନରେ ବ୍ରହ୍ମପୁର ସ୍କେଟର ସଫଳତା ହାସଲ କରିଛନ୍ତି। ୩୦୦ ମିଟର ଟାଇମ...

ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କଲେ ବିଡିଓ

ଶେରଗଡ଼,୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅଲାରିଗଡ଼ ପଞ୍ଚାୟତର ନିର୍ମାଣ ଶ୍ରମିକଙ୍କୁ ବିଡିଓ ସୁରଞ୍ଜନ କୁମାର ସାହୁ ବୁଧବାର ସହାୟତା ରାଶି ପ୍ରଦାନ ଆରମ୍ଭ କରିଛନ୍ତି।...

Advertisement


Archives

Model This Week