ପାଟଣା ଲକ୍‌ଡାଉନ୍‌: ଫ୍ଲାଗ ମାର୍ଚ୍ଚକରି ବଜାରର ଦୋକାନଗୁଡ଼ିକୁ ବନ୍ଦ କଲା ପୋଲିସ

ପାଟଣା,୨୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପକ୍ଷରୁ ଗହଳି କମାଇ କରୋନାକୁ ରୋକିବା ପାଇଁ ମଙ୍ଗଳବାର ମୁଖ୍ୟାଳୟସ୍ଥିତ ଦୋକାନ ବଜାର ବନ୍ଦ କରାଯାଇଛି। ଲକ୍‌ଡାଉନ୍‌କୁ ଲାଗି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ନେଇ ଜିଲାପାଳ ଆଶିଷ ଠାକ୍‌ରେ ଓ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବନ୍ଦ କରାଯାଇଥିବା ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ସୂଚନା ଦେଇଛନ୍ତି। ପାଟଣା ଥାନାଧିକାରୀ ଜେନାଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀ ସହାୟତାରେ ସାଇରନ ପାଟଣା ବଜାରରେ ଫ୍ଲାଗମାର୍ଚ୍ଚ କରିବା ସହ ବଜାରକୁ ଲକ୍‌ଡାଉନ୍‌ କରିଦେଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ସମସ୍ତ ଦୋକାନକୁ ପୋଲିସ ବନ୍ଦ କରିଦେଇଛି। ତେବେ ସରକାରୀ ବିଦେଶୀ ମଦ ଦୋକାନ ଖୋଲା ଥିବା ଦେଖିବାକୁ ମିଳିଛି। ଏ ନେଇ ପାଟଣା ଅବକାରୀ ଅଧିକାରୀ ଦିଲିପ କୁମାର ତାଣ୍ଡିଙ୍କୁ କେବଳ ବାର ବନ୍ଦ ପାଇଁ ନିର୍ଦ୍ଦେଶ ଆସିଛି। ଥାନାଧିକାରୀ ସନ୍ଧ୍ୟାରାଣୀ ଜେନାଙ୍କ ନେତୃତ୍ୱରେ ପାଟଣା ଥାନା କର୍ମଚାରୀଙ୍କ ସହାୟତାରେ ଦୋକାନ ବଜାରକୁ ବନ୍ଦ କରିଦିଆଯାଇଛି। ବଜାର ଜନଶୂନ୍ୟ ରହିଛି। ଅନୁରୂପ ଭାବେ ରବିବାର ସନ୍ଧ୍ୟାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ସୀମାରେ ପାଟଣା ପୋଲିସ ପକ୍ଷରୁ ନାକାବନ୍ଦୀ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ର୍ଥ ବାଟାଲିଅନ ଆଇଆର୍‌ବିର ନୂତନ କମାଣ୍ଡାଣ୍ଟଙ୍କ ଯୋଗଦାନ, ଯବାନ-ଅନ୍ୟାନ୍ୟ ପଦାଧିକାରୀଙ୍କ ମଧ୍ୟରେ ଉତ୍ସାହ

ଦେବଗଡ,୧୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକର ବମ୍ପରଡା ସ୍ଥିତ ୪ର୍ଥ ଆଇଆର୍‌ବିର କମାଣ୍ଡାଣ୍ଟ ଭାବେ ଭବାନୀ ଶଙ୍କର ସେଠ ଯୋଗଦାନ କରଛନ୍ତି । ଭବାନୀ…

ବିଡିଓଙ୍କ ଚାମ୍ବରରେ ଭିଡିଓ ରେକର୍ଡିଂ, ସରପଞ୍ଚ ଚାମେଲିଙ୍କୁ ଉଠାଇନେଲା ପୋଲିସ, ଛାତି – ପେଟକୁ ମାଡ ମାରି…

କେନ୍ଦ୍ରାପଡ଼ା/ମହାକାଳପଡ଼ା, ୧୨ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଗୁରୁବାର ବିଡିଓଙ୍କ ଚାମ୍ବରରେ…

ସରଗୀ ଫୁଲରେ ଦଲାଲଙ୍କ ଦବଦବା : ଏମଏସପି ଘୋଷଣା, କ୍ରୟ କେନ୍ଦ୍ର ଖୋଲିବାକୁ ଦାବି

ଅମରପାଲି,୧୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଏବେ ଶାଳ (ସରଗୀ) ଫୁଲ ସଂଗ୍ରହ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଆଦିବାସୀ ଓ ଜଙ୍ଗଲ ଉପରେ ନିର୍ଭରଶୀଳ…

ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ, ଚାରିଆଡ଼େ ଚର୍ଚ୍ଚା: ନରେନ୍ଦ୍ର ମୋଦିଙ୍କ…

ଭୁବନେଶ୍ୱର,୧୨।୬: ଓଡ଼ିଶାରେ ଭାଜପା ସରକାରକୁ ୨ବର୍ଷ ପୂରିଛି। ଏହି ଅବସରରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସେ କହିଛନ୍ତି, ୧୨ ଜୁନ…

ଭାରତର ଶକ୍ତି ଦେଖି ଥରିଲାଣି ପାକିସ୍ତାନ

ନୂଆଦିଲ୍ଲୀ,୧୨।୬: ଭାରତର ବର୍ଦ୍ଧିତ ସାମରିକ ଶକ୍ତି ଉପରେ ପାକିସ୍ତାନ ଅସ୍ବସ୍ତିର ସଙ୍କେତ ଦେଖାଉଛି। ପଡ଼ୋଶୀ ଦେଶ ଏତେ ବିଚଳିତ ଯେ ସେ ପରିସ୍ଥିତି ଉପରେ ଖୋଲାଖୋଲି ଭାବରେ…

ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହରରେ ଲାଗିଲା ଷ୍ଟ୍ରିଟ ଲାଇଟ, ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହର ବଡ଼ ବଜାର, ସାନ ବଜାର…

ଏଲୋନ ମସ୍କଙ୍କ କମ୍ପାନୀଗୁଡ଼ିକୁ ଟାର୍ଗେଟ କରିବ ଇରାନ; ଟାର୍ଗେଟ ତାଲିକା ପ୍ରସ୍ତୁତ – କ’ଣ କରିବେ ଟ୍ରମ୍ପ? ଜାଣନ୍ତୁ…

ଓ୍ବାଶିଂଟନ,୧୨।୬: ଇରାନ ଚେତାବନୀ ଦେଇଛି ଯେ ସେ ମଧ୍ୟପ୍ରାଚ୍ୟରେ ଥିବା ଏଲୋନ ମସ୍କଙ୍କ ସମସ୍ତ ବ୍ୟବସାୟିକ ସ୍ବାର୍ଥକୁ ବୈଧ ସାମରିକ ଲକ୍ଷ୍ୟ ବୋଲି ବିବେଚନା କରେ। ଏକ…

ଉପୁଡ଼ିଲା ୨୦୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ: ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୧୨।୬(ତୁମେଶ୍ୱର ସାହୁ): ଦୀର୍ଘ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ ଜାତୀୟ ରାଜପଥ ୨୬ଉପରେ ପଡିଯାଇଥିବାରୁ ଗୁରୁବାର ରାତିରେ ୪ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା। କେସିଙ୍ଗା ଆମ୍ବେଦକର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri