ପାକିସ୍ତାନ ସେନା ମୁଖପାତ୍ରଙ୍କ ଟୁଇଟ୍‌କୁ ଓଡ଼ିଆ ନେତାଙ୍କ ସମାଲୋଚନା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବା ବାହାନାରେ ପାକିସ୍ତାନ ସେନା ମୁଖପାତ୍ର ତଥା ମେଜର ଜେନେରାଲ ଆସିଫ ଗଫୁର ଓଡିଶାକୁ ବୁଧବାର ଟାର୍ଗେଟ କରିଥିଲେ। ସେ ହିନ୍ଦୁତ୍ୱ ଆସକ୍ତ ରାଜ୍ୟର ଖ୍ରୀଷ୍ଟ ଧର୍ମାବଲମ୍ବୀ ବୋଲି କହି ଓଡିଶାକୁ ଟାର୍ଗେଟ କରିଛନ୍ତି। ତେବେ ହଠାତ୍‌ ଓଡିଶା କଥା ଉଠାଇ ପାକିସ୍ତାନ ସେନା ଅଧିକାରୀଙ୍କ ଏଭଳି ଟୁଇଟ୍‌କୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି। ଓଡିଶା ପାଇଁ କିଛି ବିପଦ ଥାଇପାରେ ବୋଲି କୁହାଯାଉଥିବା ବେଳେ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ କିନ୍ତୁ ପାଲଟା ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ବିଜେଡି ମୁଖପାତ୍ର ତଥା ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି, ପାକିସ୍ତାନ ବିଶ୍ୱରେ ଏକଘରିିଆ ହେଇଯିବା ପରେ ଏଭଳି ବିଷୟକୁ ଉତ୍‌ଥାପନ କରି କୌଣସି ସ୍ଥାନରେ ବିଭ୍ରାନ୍ତ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି। ଭାରତର ଲୋକ ହିସାବରେ ଏହାକୁ ଆମେ ଦୃଢତାର ସହ ବିରୋଧ କରିବା ଦରକାର ବୋଲି ସେ କହିଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଓଡିଶାରେ ଧର୍ମନିରପେକ୍ଷତାର ଯେଉଁ ବ୍ୟାପକତା ଅଛି ଏବଂ ଏହା ହେଉଛି ପ୍ରଭୁ ଜଗନ୍ନାଥଙ୍କ ଦେଶ, ତାକୁ କେବଳ ପାକିସ୍ତାନ ନୁହେଁ ବହୁ ଦେଶ ଅଛନ୍ତି ଯେଉଁମାନଙ୍କ ପେଟରେ ଏଥିପାଇଁ ପୀଡା ହେଉଛି। ସେମାନେ ଟୁଇଟ୍‌ କଲେ ମଧ୍ୟ ତାହାକୁ ହିନ୍ଦୁ, ମୁସଲମାନ ଏବଂ ଖ୍ରୀଷ୍ଟିଆନ କେହି ଶୁଣୁନାହାନ୍ତି ବୋଲି ବିଷ୍ଣୁ କହିଛନ୍ତି। କଂଗ୍ରେସ ଏମ୍‌ପି ସପ୍ତଗିରି ଉଲ୍ଲାକା କହିଛନ୍ତି, ବିଜେଡି ସଭାପତି ସିଏଏ(ନାଗରିକତ୍ୱ ସଂଶୋଧନ ଆଇନ)କୁ ଗ୍ରହଣ କରିବା କାରଣରୁ ପାକିସ୍ତାନ ଏପରି କହିଥାଇପାରେ। କାରଣ ଯାହା ହେଉ ପଛେ ପାକିସ୍ତାନ ସେନା ଅଧିକାରୀ କରିଥିବା ଟୁଇଟ୍‌ ନିନ୍ଦନୀୟ। ଆମେ ସମସ୍ତେ ମିଳିମିଶି ଅଛୁ ଏବଂ ରହିଥିବୁ ବୋଲି ଉଲ୍ଲାକାକହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri