Posted inଖେଳ

ପାକିସ୍ତାନ ଯିବାକୁ ଲାଗୁଛି ଡର

ଢାକା,୨୩।୧- ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଆରମ୍ଭ ହେବ। ଏହି ସିରିଜ୍‌ ଲାଗି ବାଂଲାଦେଶ ଦଳ ପାକିସ୍ତାନରେ ପହଞ୍ଚିଛି। ମାତ୍ର ଗସ୍ତ ପୂର୍ବରୁ ଦଳର ଦକ୍ଷ ପେସର ମୁସ୍ତାଫିଜୁର ରେହମାନ ଏକ ଟୁଇଟ୍‌ କରିଛନ୍ତି, ଯେଉଁଥିରୁ ତାଙ୍କ ମନରେ ଡର ଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ବୁଧବାର ସନ୍ଧ୍ୟାରେ ମୁସ୍ତାଫିଜୁର ଦଳୀୟ ସାଥୀ ଖେଳାଳିଙ୍କ ସହ ଏକ ସେଲ୍‌ଫି ଅପ୍‌ଲୋଡ୍‌ କରିଥିଲେ। ଏହାର କ୍ୟାପଶନରେ ଲେଖିଥିଲେ, ପାକିସ୍ତାନ ଯାଉଛୁ। ପ୍ରାର୍ଥନାରେ ଆମକୁ ମନେ ରଖ। ଉଲ୍ଲେଖଥାଉ, ବାଂଲାଦେଶ ପୂର୍ବରୁ ଏହି ସିରିଜ୍‌ ଲାଗି ପ୍ରସ୍ତୁତ ନ ଥିଲା। କିନ୍ତୁ ଦୁଇ ଦେଶର ଅଫିସିଆଲ ଦୁବାଇଠାରେ ଆଇସିସି ମୁଖ୍ୟଙ୍କୁ ଭେଟିବା ପରେ ପାକିସ୍ତାନରେ ବାଂଲାଦେଶ ଖେଳିବାକୁ ରାଜି ହୋଇଥିଲା। ସମ୍ପୂର୍ଣ୍ଣ ସିରିଜ୍‌ରେ ୩ଟି ଟି୨୦, ୨ ଟେଷ୍ଟ ଓ ଗୋଟିଏ ଦିନିକିଆ ଖେଳାଯିବ। ଏହାକୁ ୩ ଚରଣରେ ଭାଗ କରାଯାଇଛି। ଏହି ନିଷ୍ପତ୍ତି ପରେ ବାଂଲାଦେଶ ଦଳର ସିନିୟର ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ ବ୍ୟକ୍ତିଗତ କାରଣ ଦର୍ଶାଇ ସିରିଜ୍‌ରୁ ଓହରି ଯାଇଥିଲେ। କେବଳ ଏତିକି ନୁହେଁ, ଦଳର ୫ କୋଚିଂ ଷ୍ଟାର ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ୍‌ରୁ ଆଣ୍ଡରସନ ବାଦ୍‌

ଡର୍ବି, ୧।୯ (ଏଏଫ୍‌ପି)- ଇଂଲଣ୍ଡର ଅଗ୍ରଣୀ ଉଇକେଟ୍‌ ହାସଲକାରୀ ବୋଲର ଜେମ୍ସ ଆଣ୍ଡରସନ ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଆଶେସ ସିରିଜର ବଳକା ଟେଷ୍ଟ ମ୍ୟାଚ୍‌ରୁ ବାଦ୍‌...

ବାପା, ଆଶା କରୁଛି ଆପଣ ମୋତେ ନେଇ ଗର୍ବ ଅନୁଭବ କରିଥିବେ: କ୍ରୁଣାଲ

ପୁଣେ,୨୪।୩: ନିଜର ଦିନିକିଆ ଡେବ୍ୟୁ ମ୍ୟାଚ୍‌ରେ ଚମକିଛନ୍ତି କ୍ରୁଣାଲ ପାଣ୍ଡ୍ୟା। ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ଅପରାଜିତ ୫୮ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ...

ମୁମ୍ବାଇ ଇଣ୍ଡିଆନ୍ସରୁ ପୋଲାର୍ଡ ରିଲିଜ, ଶାର୍ଦ୍ଦୁଳଙ୍କୁ ନେଲା କୋଲ୍‌କାତା

ନୂଆଦିଲ୍ଲୀ,୧୪।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଡିସେମ୍ବର ୨୩ରେ ଏହାକୁ ନେଇ ମିନି ଅକ୍ସନ କୋଚିରେ ହେବ ବୋଲି...

୮୯ ବର୍ଷ ହେବ ଏହି ସୁଯୋଗକୁ ଅପେକ୍ଷା କରିଛି ଭାରତ

ଲଣ୍ଡନ,୮।୮: ନଟିଂହାମ ମ୍ୟାଚ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛି। ରବିବାର ପ୍ରଥମ ଟେଷ୍ଟର ଶେଷ ଦିନରେ ଟିମ ଇଣ୍ଡିଆକୁ ଜିତିବା...

ଡୋମିଙ୍ଗୋ ବାଂଲାଦେଶର ନୂଆ କ୍ରିକେଟ କୋଚ୍‌

ଢାକା, ୧୭ା୮ (ଏଏଫ୍‌ପି): ଦକ୍ଷିଣ ଆଫ୍ରିକାର ରସେଲ ଡୋମିଙ୍ଗୋ ବାଂଲାଦେଶ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ଏହି ପଦବୀରେ ଇଂଲଣ୍ଡର...

ସ୍ତ୍ରୀଙ୍କଠାରୁ ବି ଏହି ଖେଳାଳିଙ୍କ ‘କିସ୍‌’ ମୋତେ ଖାସ୍‌ ଲାଗିଲା: ବେନ ଷ୍ଟୋକ୍ସ

ଲିଡ୍ସ, ୨୫ା୮:ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚରେ ବେନ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*) ଯୋଗୁ ଇଂଲଣ୍ଡ ୧ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।...

ପାରାଲିମ୍ପିକ୍ସରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତ

ଟୋକିଓ,୨୭।୮: ଭାଭିନାବେନ ପଟେଲ ଶୁକ୍ରବାର ଇତିହାସ ରଚିଛିନ୍ତି। ପାରାଲିମ୍ପିକ୍ସର ମହିଳା ଟେବୁଲ ଟେନିସ ଇଭେଣ୍ଟରେ ପଦକ ନିଶ୍ଚିତ କରିବାରେ ଭାବିନା ପ୍ରଥମ ଭାରତୀୟ ଖେଳାଳି। ୨୦୧୬...

ଧାରା ଭାଙ୍ଗିଲା ଭାରତ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯାଇଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡକୁ ୮ ରନ୍‌ରେ ହରାଇ ଦେଇଛି ଭାରତ। ଏଥି ଯୋଗୁ ୫ ମ୍ୟାଚ୍‌...

Advertisement
Archives

Model This Week