ପାକିସ୍ତାନ ବୋମା ବିସ୍ଫୋରଣ: ୩ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ଇସଲାମାବାଦ,୧୯ ।୮: ପାକିସ୍ତାନର ବହୱଲନଗରରେ ଗୁରୁବାର ଶିୟା ମୁସଲମାନଙ୍କ ଏକ ଯାତ୍ରାରେ ବିସ୍ଫୋରଣ ହୋଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟ, ଶିୟା ମୁସଲମାନଙ୍କର ଅଶୁରା ଯାତ୍ରା ସମୟରେ ରାସ୍ତା କଡରେ ଏକ ବିସ୍ଫୋରଣ ହୋଇଥିଲା । ଏଥିରେ ଅତିକମରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମାଚାର ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ପରେ ଏବେ ସହରରେ ଉତ୍ତେଜନା ବଢି ଯାଇଛି । ଏହାକୁ ନେଇ ଶିୟା ମୁସଲମାନ ବିରୋଧ କରିବା ସହ ଏହାର ପ୍ରତିଶୋଧ ମାଗିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଂଘାଇ ପରେ ଏବେ ବେଜିଂ ପାଳି: ହେବ ଲକ୍‌ଡାଉନ

ବେଜିଂ,୫।୫: ଗୋଟିଏ ପଟେ ସାରା ବିଶ୍ୱରେ ଯେଉଁଠି କରୋନା ନିୟନ୍ତ୍ରଣରେ ଆସୁଥିବା ବେଳେ କିନ୍ତୁ ଏନ୍ତୁଡିଶାଳ କୁହାଯାଉଥିବା ଚାଇନାର ସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି।...

ଆଉ ୨ ଯୁଦ୍ଧ ଅପରାଧୀଙ୍କୁ ୧୧ ବର୍ଷ ଜେଲ

କିଭ୍‌, ୧ା୬: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ କରିଥିବା ଆଉ ଦୁଇ ରୁଷୀୟ ସୈନ୍ୟଙ୍କୁ କିଭ୍‌ର ଏକ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଚାଇନା କୋଇଲା ଖଣିରେ ଦୁର୍ଘଟଣା: ୧୮ ଶ୍ରମିକ ମୃତ

ବେଜିଂ,୫ ।୧୨: ଚାଇନାର ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡର ସ୍ତର ବୃଦ୍ଧି ପାଇବାରୁ ଏକ ଦୁର୍ଘଟଣା ଘଟିଛି । ଏଥିରେ କାମ କରୁଥିବା ପ୍ରାୟ...

ଆମେରିକାରେ ଶୀତକାଳୀନ ଝଡ ନେଇ ସତର୍କ ସୂଚନା ଜାରି…

ଓ୍ବାଶିଂଟନ,୧୫।୧୨ : ଆମେରିକାର ଟେକ୍ସାସ, ଓକଲାହୋମା ଏବଂ ଲୁଇସିୟାନାର କିଛି ଅଂଶରେ ଘୂର୍ଣ୍ଣିବଳୟ ହେବାର କିଛି ଘଣ୍ଟା ପରେ ୟଏକ ଭୟଙ୍କର ଶୀତକାଳୀନ ଝଡ ସୃଷ୍ଟି...

ୟୁକ୍ରେନକୁ ୬ କୋଟି ଡଲାର ପ୍ରତିରକ୍ଷା ସହାୟତା ଯୋଗାଇଲା ବ୍ରିଟେନ

ଲଣ୍ଡନ,୨୦।୧୧: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟରେ ୟୁକ୍ରେନର ରାଜଧାନୀ କିଭ୍‌ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ଗସ୍ତରେ ସେ ୟୁକ୍ରେନକୁ...

ଚାଇନାରେ ଦ୍ରୁତ ଗତିରେ ବଢୁଛି ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର

ବେଜିଂ,୪।୧୧: ଆଜିକାଲି ଚାଇନା ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢାଇବାରେ ବ୍ୟସ୍ତ ଅଛି। ଆମେରିକାର ଅଧିକାରୀମାନେ ଏକ ବର୍ଷ ପୂର୍ବେ ଆକଳନ କରିଥିବା ତୁଳନାରେ ଚାଇନା ଏହାର...

୫୦ ଲୋକଙ୍କ ମୁଣ୍ଡ କାଟିଲା ଆଇଏସ୍‌ ଆତଙ୍କବାଦୀ ସଂଗଠନ

ମାପୁଟୋ,୧୧।୧୧: ମୋଜାମ୍ବିକ୍ୟୁରେ ଇସଲାମିକ ଷ୍ଟେଟ୍‌(ଆଇଏସ) ଆତଙ୍କବାଦୀ ସଂଗଠନ ଅତି ଅମାନୁଷିକ ଭାବେ ୫୦ ଜଣ ନୀରିହ ଲୋକଙ୍କ ମୁଣ୍ଡ କାଟ କରିଛି। ସ୍ଥାନୀୟ କେବୋ ଡେଲଗାଡ଼ୋ...

ପାକିସ୍ତାନରେ ଜବରଦସ୍ତ କଳି, ଶହବାଜ ଶରିଫଙ୍କୁ ନେଇ କହିଲେ-ପ୍ରଧାନମନ୍ତ୍ରୀଙ୍କ ନାମରେ ‘ଜୋକର’

ଇସଲାମାବାଦ,୨୦ ।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ବିରୋଧି ଦଳଙ୍କ ଟାର୍ଗେଟରେ । ଦେଶରେ ଲାଗି ରହିଥିବା ସଙ୍କଟରୁ ବାହାରିବାକୁ ଶରିଫ ସାରା ବିଶ୍ୱର ସହଯୋଗ...

Advertisement
Archives

Model This Week