Posted inଖେଳ

ପାକିସ୍ତାନ ଟି୨୦ ଦଳକୁ ଫେରିଲେ ମଲିକ, ହାଫିଜ

କରାଚୀ,୧୭।୧(ପି.ଟି.)- ଆସନ୍ତା ୨୪ ତାରିଖରୁ ବାଂଲାଦେଶ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଗୁରୁବାର ୧୫ ଜଣିଆ ପାକିସ୍ତାନ ଦଳ ଘୋଷିତ ହୋଇଯାଇଛି। ଦଳକୁ ଦୁଇ ଅଭିଜ୍ଞ ଖେଳାଳି ତଥା ପୂର୍ବତନ ପାକିସ୍ତାନ ଅଧିନାୟକ ସୋଏବ ମଲିକ ଓ ଅଲରାଉଣ୍ଡର ମହମ୍ମଦ ହାଫିଜ ଫେରିଛନ୍ତି। ଦଳରେ ନୂଆ ମୁହଁ ଭାବେ ପେସର ହାରିସ ରଫ ଓ ବ୍ୟାଟ୍ସମ୍ୟାନ ଏସାନ ଅଲିଙ୍କୁ ସ୍ଥାନ ମିଳିଛି। ମୁଖ୍ୟ କୋଚ୍‌ ମିସ୍‌ବା-ଉଲ୍‌-ହକ୍‌ଙ୍କ ନେତୃତ୍ୱାଧୀନ ଚୟନ କମିଟି ଅଭିଜ୍ଞ ପେସର ଓ୍ବାହବ ରିଆଜ ଓ ମହମ୍ମଦ ଅମିରଙ୍କୁ ଦଳରୁ ବାଦ ଦେଇଛି। ଫକର ଜ୍ୟାମନ, ସୋହେଲ ଓ ହାସମ ଅଲି ମଧ୍ୟ ନିଜ ସ୍ଥାନ ବଞ୍ଚାଇବାରେ ବିଫଳ ହୋଇଛନ୍ତି। ଗତବର୍ଷ ଅଷ୍ଟ୍ରେଲିଆଠାରୁ ୨-୦ରେ ସିରିଜ୍‌ ହାରିଥିବା ଦଳର ୭ ଖେଳାଳିଙ୍କୁ ବାଦ୍‌ ଦିଆଯାଇଛି। ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ ପରେ ମଲିକ ଓ ହାଫିଜ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡବ୍ଲୁଟିସି ଫାଇନାଲ୍‌ ଚାଲିଥିବାବେଳେ ବାଥ୍‌ରୁମ୍‌ରେ ଥିଲେ ଏହି କ୍ରିକେଟର୍‌

ଲଣ୍ଡନ,୩୦ା୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ରେ ଭାରତକୁ ନ୍ୟୁଜିଲାଣ୍ଡ ୮ ଉଇକେଟ୍‌ରେ ପରାସ୍ତ କରି ଚାମ୍ପିଅନ୍‌ ହୋଇଛି। ଏହି ମ୍ୟାଚର ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ...

କୋବେଙ୍କ ସମେତ ସମସ୍ତଙ୍କ ମରଶରୀର ପରିବାରକୁ ପ୍ରଦାନ

କାଲିଫର୍ନିଆ, ୪।୨- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାୟଣ୍ଟ ଓ ତାଙ୍କ ଝିଅ ଜିଆନାଙ୍କ ସମେତ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନ୍ୟ ୭ଜଣଙ୍କ ମୃତ...

ଦୁଲୀପ ଟ୍ରଫି : କଲ୍‌ସୀଙ୍କ ଶତକ, ନାୟାର ୯୯

ବେଙ୍ଗାଲୁରୁ,୨୪।୮(ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେ.ଏସ୍‌.ସି.ଏ.) ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ରେଡ ବିପକ୍ଷ ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ବ୍ଲୁ ପ୍ରାରମ୍ଭିକ ବ୍ୟାଟି...

ଭାରତୀୟ ଦଳ ସହ ଗସ୍ତ କରିବେ ୪ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୬।୪- ଆଇସିସି ବିଶ୍ୱକପ୍‌ ଲାଗି ସୋମବାର ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। ତେବେ ବିଶ୍ୱକପ୍‌ ସମୟରେ ଭାରତୀୟ...

୧୦ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଲେ ଫଓ୍ବାଦ ଆଲମ

କରାଚୀ, ୭।୧୨- ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ଟେଷ୍ଟ ସିରିଜ୍‌ ଖେଳାଯିବାକୁ ଯାଉଛି। ଆସନ୍ତା ୧୧ ତାରିଖରେ ରାଓ୍ବଲପିଣ୍ଡଠାରେ ପାକିସ୍ତାନ ଓ...

୮ ବର୍ଷ ଲାଗି ବାସନ୍ଦ ହେଲେ ପୂର୍ବତନ ମହାନ ଖେଳାଳି

ଦୁବାଇ, ୧୪ା୪- ଜିମ୍ବାଓ୍ବେ ଦଳର ପୂର୍ବତନ ଅଧିନାୟକ ତଥା କୋଚ୍‌ ହେଥ ଷ୍ଟ୍ରେକଙ୍କୁ ସମସ୍ତ ପ୍ରକାର କ୍ରିକେଟ କାର୍ଯ୍ୟାକଳାପରୁ ୮ ବର୍ଷ ଲାଗି ବାସନ୍ଦ କରାଯାଇଛି।...

ପୁଣି ଥରେ ଅଷ୍ଟ୍ରେଲିଆ ଅଧିନାୟକ ହେବାକୁ ଚାହେଁ: ସ୍ମିଥ୍‌

ନୂଆଦିଲ୍ଲୀ,୩୦।୩: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ ପୁଣିଥରେ ଦଳର ନେତୃତ୍ୱ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦଳ ପାଇଁ ସେ...

ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌: ୨୫ ମି. ଟିମ୍‌ ପିସ୍ତଲରେ ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୬।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ଭାରତୀୟ ମହିଳାମାନେ ଆଉ ଏକ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ଚିଙ୍କି ଯାଦବ, ମନୁ ଭାକର ଓ...

Advertisement
Archives

Model This Week