Posted inଖେଳ

ପାକିସ୍ତାନ ଟାଇରୁ ଓହରିଲେ ଶଶି ମୁକୁନ୍ଦ

ନୂଆଦିଲ୍ଲୀ, ୨୪।୧୧ (ପି.ଟି.)- ଆଘାତଜନିତ ସମସ୍ୟା ଲାଗି ପାକିସ୍ତାନ ବିପକ୍ଷ ଆଗାମୀ ଡେଭିସ କପ୍‌ ଟାଇରୁ ଭାରତୀୟ ଟେନିସ ଖେଳାଳି ଶଶି ମୁକୁନ୍ଦ ଓହରି ଯାଇଛନ୍ତି। ମୁକୁନ୍ଦଙ୍କ ପାଦରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ଡେଭିସ କପ୍‌ ମୁକାବିଲା ଲାଗି ଭାରତୀୟ ଦଳର ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଥିବା ମୁକୁନ୍ଦ ପର୍ତ୍ତୁଗାଲରେ ଏକ ଟୁର୍ନାମେଣ୍ଟ ଖେଳୁଥିବାବେଳେ ଆଘାତ ପାଇଥିଲେ। ‘ଦୁର୍ଭାଗ୍ୟଜନକ ଭାବେ ମୁକୁନ୍ଦ ଆମ ସହ ଗସ୍ତ କରିପାରିବେ ନାହିଁ। ପୂରବ ରାଜାଙ୍କ ସହ ପାର୍ଟନର ହୋଇ ଡବଲ୍ସ ମ୍ୟାଚ୍‌ ଖେଳୁଥିବାବେଳେ ଆଘାତ ପାଇଥିବା ଶଶି ଆମକୁ ଜଣାଇଛନ୍ତି’ ବୋଲି ଭାରତୀୟ ଡେଭିସ କପ୍‌ ଦଳର କୋଚ୍‌ ଜିସାନ ଅଲି ଅଭ୍ୟାସ ସେସନ ଅବସରରେ ଏହା କହିଛନ୍ତି। ଫଳରେ ୨ୟ ଭାରତୀୟ ଖେଳାଳି ଭାବେ ମୁକୁନ୍ଦ ଡେଭିସ କପ୍‌ ମୁକାବିଲାରୁ ଓହରି ଯାଇଛନ୍ତି। ଏଥିପୂର୍ବରୁ ରୋହନ ବୋପାନ୍ନା କହୁଣିଜନିତ ସମସ୍ୟା ଲାଗି ଓହରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନର୍ସଙ୍କ ପ୍ରେମରେ ଏହି କ୍ରିକେଟ୍‌ ଅଧିନାୟକ

ପ୍ରେମ କାହାକୁ କେତେବେଳେ ହୋଇଯାଏ ତାହା ଜାଣି ହୁଏ ନାହିଁ। ଏମିତି କିଛି ଘଟିଥିଲା ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ୍‌ ଓ୍ବିଲିମସନଙ୍କ କ୍ଷେତ୍ରରେ। ଚିକିତ୍ସା...

ଧୋନୀଙ୍କ ବିରୋଧରେ କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ

ମୁମ୍ବାଇ,୯।୯: ଆଗକୁ ଆସୁଥିବା ଟି୨୦ ବିଶ୍ୱକପ୍‌ ଲାଗି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଘୋଷିତ ଭାରତୀୟ ଦଳର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ଧୋନୀଙ୍କ...

ଓ୍ବାର୍ନରଙ୍କ ପରେ ଦ୍ୱିତୀୟ ବିଦେଶୀ ଖେଳାଳି ଭାବେ ଏହି କ୍ଲବରେ ସାମିଲ ହେବେ ଗେଲ୍‌

ଦୁବାଇ, ୨୦।୯: ଆଇପିଏଲ୍‌ର ୧୩ତମ ସଂସ୍କରଣର ୨ୟ ମୁକାବିଲାରେ ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ରେ ପଞ୍ଜାବର...

ପଙ୍କଜ ୧୦ମ ସଭାପତି, ସଞ୍ଜୟ ୬ଷ୍ଠ ସମ୍ପାଦକ

କଟକ ଅଫିସ,୨୮ା୯- ଓସିଏର ୧୦ମ ସଭାପତି ହୋଇଛନ୍ତି ପଙ୍କଜ ଲୋଚନ । ୧୯୪୯ ଜୁଲାଇ ୧୪ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ପ୍ରଥମ...

କେବେ ଚାହୁଁ ନ ଥିବା ରେକର୍ଡ କଲେ ବୁମ୍‌ରା

ଓଭାଲ,୩।୯: କ୍ରିକେଟ ଦୁନିଆରେ, ଅନେକ ଥର ନ ଚାହିଁ ମଧ୍ୟ ଖେଳାଳିମାନେ ଏମିତି କିଛି କାର୍ଯ୍ୟ କରନ୍ତି, ଯାହା ଫଳରେ ସେମାନେ ରେକର୍ଡ ବୁକ୍‌ରେ ସ୍ଥାନ...

ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌ରୁ ଓହରିଲେ ଚାଇନା, ପାକିସ୍ତାନ

ପୁଣେ,୧୮।୨- ଆସନ୍ତା ମାର୍ଚ୍ଚରେ ନୂଆଦିଲ୍ଲୀ ସ୍ଥିତ ଡ. କାର୍ନି ସିଂ ଶୁଟିଂ ରେଞ୍ଜରେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଆୟୋଜନ ହେବ। ଇଭେଣ୍ଟ ପୂର୍ବରୁ ଆୟୋଜକଙ୍କୁ ବଡ଼ ଆଶ୍ୱସ୍ତି...

ଟପ୍‌ ୧୦କୁ ଫେରିଲେ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ଚାମ୍ପିୟନଶିପ୍‌ରେ ଐତିହାସିକ ରୌପ୍ୟ ପଦକ ଜିତିବା ପରେ ଟପ୍‌-୧୦କୁ ଫେରିଛନ୍ତି ଭାରତୀୟ ପୁରୁଷ ସିଙ୍ଗଲ୍ସ ବର୍ଗର ଶଟଲର କିଡାମ୍ବି ଶ୍ରୀକାନ୍ତ। ପୂର୍ବ ଅପେକ୍ଷା...

ବଲ୍‌କୁ ପାଲିସ୍‌ କରିବାରେ ଲାଳ ବ୍ୟବହାର ମନା

ନୂଆଦିଲ୍ଲୀ, ୧୯ା୫- ବଲ୍‌କୁ ପାଲିସ୍‌ କରିବା ଲାଗି ପାଟିରୁ ନିର୍ଗତ ଲାଳର ବ୍ୟବହାର ଉପରେ କଟକଣା ଲାଗୁ ହେବ। ଅନିଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଆଇସିସି (ଅନ୍ତର୍ଜାତୀୟ...

Advertisement
Archives

Model This Week