ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ଅପହରଣ

ନୂଆଦିଲ୍ଲୀ, ୨୯ା୧: ବିବାହ ବେଳେ ଜଣେ ହିନ୍ଦୁ ଯୁବତୀଙ୍କୁ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଅପହରଣ କରାଯିବା ଓ ପରେ ଧର୍ମାନ୍ତରୀକରଣ କରାଯାଇ ବିବାହ କରାଯିବା ଘଟଣା ସାମ୍ନାକୁ ଆସିବା ପରେ ଭାରତ ଏହାର ତୀବ୍ର ପ୍ରତିବାଦ କରିଛି। ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ କରାଯାଇଥିବା ଏଭଳି ଅତ୍ୟାଚାର ବରଦାସ୍ତ କରାଯିବନି ବୋଲି ଭାରତ କହିବା ସହ ପାକ୍‌ ହାଇକମିଶନର ଅଧିକାରୀଙ୍କୁ ସମନ୍‌ ଜାରି କରିଛି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଲାଗି ଭାରତ ଦାବି କରିଛି। ସିନ୍ଧ୍‌ ପ୍ରଦେଶରେ ହାଲାରେ ରହୁଥିବା ଭାରତୀ ବାଇ(୨୪)ଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଜଣେ ହିନ୍ଦୁ ଯୁବକଙ୍କ ସହ ବିବାହ ଲାଗି ପ୍ରସ୍ତୁତି ଚାଲିଥିବାବେଳେ ଶାହରୁଖ୍‌ ଗୁଲ୍‌ ନାମକ ଜଣେ ମୁସ୍‌ଲିମ ଯୁବକ ହିନ୍ଦୁ ଯୁବତୀଙ୍କୁ ଅପହରଣ କରିନେଇଛନ୍ତି। ପରେ ହିନ୍ଦୁ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରି ତାଙ୍କୁ ଗତ ଡିସେମ୍ବରରେ ବିବାହ କରିଥିବା ଜଣେ ମୁସ୍‌ଲମାନ ଯୁବକ କହିଛନ୍ତି। ଭାରତ ଏହାକୁ ନେଇ ପ୍ରତିବାଦ କରିବା ପରେ ଏହାର ତଦନ୍ତ କରାଯିବ ବୋଲି ପାକିସ୍ତାନ ପ୍ରତିଶ୍ରୁତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା କମ୍ପାନୀଙ୍କ ଗୁପ୍ତ ତଥ୍ୟ ଚୋରି କରୁଛି ଉତ୍ତର କୋରିଆ, ୨୦୨୨ରେ ୫୨ ଶହ କୋଟି କ୍ରିପ୍ଟୋକରେନ୍ସି ଚୋରି…

ଜେନେଭା,୭।୨ : ଉତ୍ତର କୋରିଆ ବହୁ ପରିମାଣର କ୍ରିପ୍ଟୋକରେନ୍ସି ଚୋରି କରିଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଉତ୍ତର କୋରିଆ ପ୍ରତିରକ୍ଷା...

ଚାଇନା ରାଗରେ ପଞ୍ଚମ: ଦେଖାଇଲା ଆକ୍ରମଣାତ୍ମକ ଆଭିମୁଖ୍ୟ

ଓ୍ବାଶିଂଟନ୍‌,୩।୮: ଆମେରିକାର ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ ଶେଷ କରିବା ପରେ ଦକ୍ଷିଣ କୋରିଆ ଯାଇଛନ୍ତି। ନାନସୀଙ୍କ ଗସ୍ତ ପରେ ଚାଇନା ରାଗରେ...

ଶରୀରରେ କେତେ ଦିନ ରୁହେ କରୋନା ଆଣ୍ଟିବଡ଼ି, ବିଶେଷଜ୍ଞ କହିଲେ ଏପରି…

ରୋମ୍‌,୧୩।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖା ଦେଇଛି। କରୋନା ଆକ୍ରାନ୍ତଙ୍କ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ଆଣ୍ଟିବଡ଼ି ରୁହେ ସେ ନେଇ ଇଟାଲୀର...

ରାଷ୍ଟ୍ରପତିଙ୍କ ପଳାୟନ ପରେ ପୁଣି ବିଗିଡ଼ିଲା ଶ୍ରୀଲଙ୍କା ପରିସ୍ଥିତି: ସଂସଦରେ ବିକ୍ଷୋଭକାରୀଙ୍କ ପ୍ରଦର୍ଶନ

କଲମ୍ବୋ,୧୩।୭: ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ପରିସ୍ଥିତି ଗଭୀର ହେବାରେ ଲାଗିଛି। ଇତିମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ନିଜ ପଦରୁ ଇସ୍ତଫା ଦେବା ପରେ ମଙ୍ଗଳବାର ସପରିବାର...

ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: କମାଣ୍ଡରଙ୍କ ସମେତ ୮ ଅଧିକାରୀ ମୃତ

ବାଗଦାଦ୍‌,୩।୧: ଇରାକ୍‌ରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାର କଡ଼ା ଜବାବ୍‌ ଦେଇଛନ୍ତି। ଆମେରିକା ପକ୍ଷରୁ ବାଗଦାଦ୍‌ ବିମାନବନ୍ଦର...

ସବୁଠୁ କମ୍‌ ବୟସର ପଲିଟିବ୍ୟୁରୋ

ହାନୋଇ,୨।୩: ଭୋ ଭାନ୍‌ ଥୋଙ୍ଗ୍‌ ଗୁରୁବାର ଭିଏତନାମର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏତନାମ (ସିପିଭି)ର ପୋଲିଟବ୍ୟୁରୋ ସଦସ୍ୟ ଥୋଙ୍ଗ୍‌ଙ୍କୁ ରାଷ୍ଟ୍ରପତି...

ଶ୍ରୀଲଙ୍କା ପରିସ୍ଥିତି ଜଟିଳ: ପୁଣି ଲାଗିଲା କର୍ଫ୍ୟୁ

କଲମ୍ବୋ,୧୪।୭: ଆର୍ଥିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡିବା ପରେ ଦେଶରେ ରାଜନୈତିକ ପରିସ୍ଥିତି...

ମେକ୍ସିକୋର ସୌଖୀନ ଜୀବ

ଈଶ୍ୱରଙ୍କ ସୃଷ୍ଟି ଅତି ବିଚିତ୍ର। ସାରା ବିଶ୍ୱରେ କେତେ ଯେ ପ୍ରାଣୀ ଅଛନ୍ତି ତା’ର କୌଣସି କଳନା ନାହିଁ। ପ୍ରତ୍ୟେକ ପୁଣି ଭିନ୍ନ ଭିନ୍ନ। ସେହିଭଳି...

Advertisement
Archives

Model This Week