Posted inଫୁରସତ

ପାକିସ୍ତାନରେ ବି ରହିଛି ମନ୍ଦିର ପାଖରେ ମସଜିଦ୍‌: ଲୋକେ ପାଳନ୍ତି ଇଦ୍‌-ହୋଲି-ଦିଓ୍ବାଲି

ଇସଲାମାବାଦ୍‌: ପୃଥିବୀରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ମଣିଷ ମଣିଷ ମଧ୍ୟରେ ଭେଦଭାବ ବଢ଼ିଚାଲିଛି। ତେବେ ପାକିସ୍ତାନର ଏକ ସହର ସାମ୍ପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ଦେଇଥାଏ। ସହରରେ ମନ୍ଦିର ପାଖରେ ମସଜିଦ୍‌ ରହିଛି। ଏହି ସହରରେ ଜନସଂଖ୍ୟା ୬୦ ହଜାର। ଏଠାରେ ମୁସଲମାନ୍‌ଙ୍କ ସଂଖ୍ୟା ୯୫ ପ୍ରତିଶତ। ସହରରେ ହିନ୍ଦୁ-ମୁସଲମାନ୍‌ ଦୁଇ ସମ୍ପ୍ରଦାୟ ମଧ୍ୟରେ ସବୁବେଳେ ମଧୁର ସମ୍ପର୍କ ରହିଥାଏ। ପାକିସ୍ତାନ ସିନ୍ଧ୍‌ ପ୍ରଦେଶର ଥାରପାରକର ଜିଲାରେ ଥିବା ମିଠି ସହର ସାରା ପୃଥିବୀରେ ଏହାର ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ବେଶ୍‌ ପରିଚିତି ହାସଲ କରିଛି। ସହରଟି ଲାହୋରଠାରୁ ୮୭୫ କିଲୋମିଟର ଏବଂ ଭାରତର ଗୁଜରାଟର ଅହମ୍ମଦାବାଦଠାରୁ ୩୪୦ କିଲୋମିଟର ଦୂରରେ ରହିଛି। ଏଠାରେ ବାସ କରୁଥିବା ଲୋକେ ମିଳିମିଶି, ଇଦ୍‌, ହୋଲି, ଦିଓ୍ବାଲି, ମହରମ୍‌, ଜନ୍ମାଷ୍ଟମୀ, ମହାଶିବରାତ୍ରୀ, ଦଶହରା ଆଦି ପର୍ବପର୍ବାଣୀ ପାଳନ କରିଥାନ୍ତି। ସହରକୁ ବୁଲିବା ପାଇଁ ପ୍ରତିଦିନ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି। ଅତିଥି ଦେବୋ ଭବଃ ମନୋଭାବ ନେଇ ସହରର ବାସିନ୍ଦା ପର୍ଯ୍ୟଟକଙ୍କୁ ଆଦର ଅଭ୍ୟର୍ଥନା ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୨ ବୈଜ୍ଞାନିକ ପ୍ରସ୍ତୁତ କଲେ ଖାସ୍‌ ମାସ୍କ, ମୂଲ୍ୟ ମାତ୍ର ୧୦ ଟଙ୍କା

ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋଭିଡ-୧୯ ପାଇଁ କୌଣସି ଔଷଧ ଏବଂ ଟିକା ଉପଲବ୍ଧ ନହେବା କାରଣରୁ ମୃତ୍ୟୁ ମଧ୍ୟ ବୃଦ୍ଧି...

୪୨ ବର୍ଷ ଧରି ପରିବାରରେ କେହି ବି ଗ୍ରହଣ କରି ନାହାଁନ୍ତି ଯୌତୁକ

ଇନ୍ଦୋର,୨୪।୨: ବିବାହରେ କନ୍ୟା ଘର ପକ୍ଷରୁ ବରଙ୍କୁ ଉପହାର ସୂରୂପ ଯୌତୁକ ଦିଆଯାଇଥାଏ। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଏକ ପରିବାର ଦୀର୍ଘ ୪୨...

୬୦୦ରୁ ୬୦୦ ନମ୍ବର ଆଣି ଇତିହାସ ରଚିଲେ ଦିବ୍ୟାଂଶୀ, ଏହି ବିଷୟରେ କ୍ୟାରିୟର୍‌ ଗଢିବାକୁ ଚାହୁଁଛନ୍ତି

ଲକ୍ଷ୍ନୌ,୧୪।୭: ସିବିଏସଇ ବୋର୍ଡ ଦ୍ୱାଦଶ ପରୀକ୍ଷାରେ ୬୦୦ରୁ ୬୦୦ନମ୍ବର ଆଣି ଇତିହାସ ସୃଷ୍ଟି କରିଛନ୍ତି ଲକ୍ଷ୍ନୌର ଦିବ୍ୟାଂଶୀ। ୧୭ ବର୍ଷୀୟ ଏହି ଛାତ୍ରୀ ଇଂରାଜୀ, ସଂସ୍କୃତ,...

ଏସ୍‌ୟୁଭି କାର୍‌ ଦେବ କରୋନା ସଂକ୍ରମଣରୁ ସୁରକ୍ଷା !

ଓ୍ବାଶିଂଟନ,୫।୩: କାର୍‌ କରୋନା ସଂକ୍ରମଣରୁ ସୁରକ୍ଷା ଦେବ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭଲ୍‌ଭୋ ଏବଂ ଲୋଟସ୍‌ ବ୍ରାଣ୍ଡ୍‌ର କାର୍‌ ତିଆରି କରୁଥିବା...

ଏହି ଉପାୟରେ କରନ୍ତୁ ଗଣେଶ ପୂଜା: ହେବ ଧନ ବର୍ଷା, ଚମକିବ ଭାଗ୍ୟ

ଆଗକୁ ଆସୁଛି ଗଣେଶ ପୂଜା। ବାପ୍ପାଙ୍କୁ ସ୍ବାଗତ କରିବା ପାଇଁ ସମସ୍ତେ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ କରୋନା ଯୋଗୁ ଏଥର ଗଣେଶ ପୂଜା...

ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ

ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩...

ଚିନ୍ତା ବଢ଼ାଉଛି ଏହି ବିଲେଇ, କାରଣ ଜାଣିଲେ ଡରିଯିବେ

ଚେନ୍ନାଇ,୪ା୩: ଏକ ବିଲେଇ ଚେନ୍ନାଇରେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଚେନ୍ନାଇ ବନ୍ଦର ଅଧିକାରୀମାନେ ଏହି ବିଲେଇକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି। କାରଣ ବିଲେଇଟି ଚାଇନାରୁ ୨୦...

ବଜ୍ରପାତ ପୂର୍ବରୁ ସତର୍କ ସୂଚନା ଦେଉଛି ‘ଦାମିନୀ ଆପ୍‌’

ଲକ୍ଷ୍ନୌ, ୨।୭: ବଜ୍ରପାତ ଯୋଗୁ ପ୍ରତିବର୍ଷ ବହୁ ଧନଜୀବନ ହାନି ହୋଇଥାଏ। ତେବେ ଏଣିକି ବଜ୍ରପାତ ପୂର୍ବରୁ ସତର୍କ ସୂଚନା ସହଜରେ ମିଳିପାରୁଛି। ଏଥିପାଇଁ କେନ୍ଦ୍ର...

Coronavirus Update

Archives

Model This Week

Why Dharitri