Posted inଖେଳ

ପାକିସ୍ତାନରେ ବିଶ୍ୱକପ୍‌ ଆୟୋଜନ ଲାଗି ହେବ ଆଲୋଚନା

କରାଚୀ,୧୭।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ମୁଖ୍ୟ କାର୍ଯ୍ୟକାରୀ (ସିଇଓ) ମନୁ ସାହାନେ ଆସନ୍ତା ସପ୍ତାହରେ ପାକିସ୍ତାନ ଗସ୍ତ କରିବେ। ସେଠାରେ ସେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) କର୍ମକର୍ତ୍ତାଙ୍କ ସହ ୨୦୨୩ରୁ ୨୦୩୧ ମଧ୍ୟରେ ଆଇସିସି ଇଭେଣ୍ଟ ଆୟୋଜନ ପାଇଁ ପାକିସ୍ତାନ ସମର୍ଥ କି ନାହିଁ, ସେନେଇ ପ୍ରାଥମିକ ଆଲୋଚନା କରିବେ। ଗତବର୍ଷ ଏପ୍ରିଲରେ ଆଇସିସି ସିଇଓ ଦାୟିତ୍ୱ ନେଇଥିବା ସାହାନେ ଆସନ୍ତା ୨୩ ତାରିଖରେ ଲାହୋରଠାରେ ପହଞ୍ଚତ୍ବେ। ପାକିସ୍ତାନ ଗତ କିଛି ମାସ ହେଲା ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ସିରିଜ୍‌ ଆୟୋଜନ କରୁଛି। ଦୁଇ ଦିନ ତଳେ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ହସ୍ତକ୍ଷେପ ଯୋଗୁ ବାଂଲାଦେଶ ପାକିସ୍ତାନରେ ସମ୍ପୂର୍ଣ୍ଣ ସିରିଜ୍‌ ଖେଳିବାକୁ ରାଜି ହୋଇଛି। ଗତ ୪ ମାସ ମଧ୍ୟରେ ଆଇସିସିର ୩ୟ କର୍ମକର୍ତ୍ତା ଭାବେ ସାହାନେ ପାକିସ୍ତାନ ଗସ୍ତ କରୁଛନ୍ତି। ପୂର୍ବରୁ ଆଇସିସିର ଉପାଧ୍ୟକ୍ଷ ଇମ୍ରାନ ଖାଓ୍ବଜା ଓ ଆଇସିସିର ସାଧାରଣ ସମ୍ପାଦକ ଜିଅଫ ଆଲରଡାଇସ ପାକିସ୍ତାନ-ଶ୍ରୀଲଙ୍କା ସିରିଜ୍‌ବେଳେ ପାକିସ୍ତାନ ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସିସିଆଇକୁ ଶ୍ରୀଲଙ୍କାର ଅନୁରୋଧ

କଲମ୍ବୋ, ୧୬ା୫ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଟୁର୍‌ ନେଇ ଅନିଶ୍ଚିତତା ଦେଖାଦେଇଛି। ତେବେ ଏହି ସୀମିତ ଓଭର ବିଶିଷ୍ଟ ସିରିଜକୁ...

ପରାଜୟ ଝଟ୍‌କା ଭୁଲି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ଅହମଦାବାଦ,୧୩।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ମାମୁଲି ପ୍ରଦର୍ଶନ କରି ପରାଜୟ ବରଣ କରିବା ପରେ ଘରୋଇ ଭାରତ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ଅଲିମ୍ପିକ୍ସ ପରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଦୃଷ୍ଟିକୋଣରୁ ଦ୍ୱିତୀୟ ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭର ମାନ୍ୟତା ପାଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଏଥର କାତାର ରାଜଧାନୀ ଦୋହାରେ...

ଦଶନ୍ଧିର ଦିନିକିଆ, ଟି୨୦ ଦଳରେ ଧୋନୀ, ଟେଷ୍ଟରେ କୋହଲିଙ୍କୁ ନେତୃତ୍ୱ

ନୂଆଦିଲ୍ଲୀ,୨।୧(ପି.ଟି.)- ଇଏସ୍‌ପିଏଏନ୍‌ କ୍ରିକ୍‌ଇନ୍‌ଫୋ ତରଫରୁ ଗତ ଏକ ଦଶନ୍ଧିର ଦିନିକିଆ, ଟି୨୦ ଓ ଟେଷ୍ଟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟି୨୦ ଦଳରେ ମହେନ୍ଦ୍ର...

‘କେଦାର ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ’

ମୁମ୍ବାଇ, ୨୪।୫(ପି.ଟି.)- ଇଂଲଣ୍ଡରେ ଚଳିତମାସ ୩୦ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ବିଶ୍ୱକପରେ କେଦାର ଯାଦବ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି...

ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ବରୁଣ ଚକିତ

ଶାରଜା : ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇବା ପରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଚକିତ ହେବା ସହ ଏହାକୁ ବିଶ୍ୱାସ କରିପାରି ନ ଥିଲେ।...

ବିସିସିଆଇ ସଭାପତି ପଦରୁ ହଟାଯିବା ନେଇ ମୁହଁ ଖୋଲିଲେ ଗାଙ୍ଗୁଲି

କୋଲକତା,୧୩।୧୦: ଭାରତରେ କ୍ରିକେଟ ଫର କ୍ରିକେଟ ବୋର୍ଡର ସଭାପତି ଭାବରେ ସୌରଭ ଗାଙ୍ଗୁଲିଙ୍କ ଯାତ୍ରା ଶେଷ ହେବାକୁ ଯାଉଛି। ବିସିସିଆଇ ସଭାପତି ଭାବରେ ତାଙ୍କୁ ଦ୍ୱିତୀୟ...

ତାଲିକାରେ ବେନ୍‌ ଷ୍ଟୋକ୍ସ, କାମେରନ ଗ୍ରୀନ୍‌

ନୂଆଦିଲ୍ଲୀ,୧୪।୧୨ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମିନି ନିଲାମ ଡିସେମ୍ବର ୨୩ରେ କୋଚିଠାରେ ହେବ। ଏଥିରେ ୮୭ ସ୍ଥାନ ପାଇଁ ୪୦୫ ଖେଳାଳି ନିଲାମରେ...

Advertisement
Archives

Model This Week