ପାକିସ୍ତାନରେ ପହଞ୍ଚିଲା କରୋନାଭାଇରସ: ଜଣେ ସନ୍ଦିଗ୍ଧ

ଅବୋଟାବାଦ,୧୫।୨: ଚାଇନାରୁ ଆରମ୍ଭ ହୋଇଥିବା କରୋନାଭାଇରସ ସଂକ୍ରମଣ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ପାକିସ୍ତାନରେ ପ୍ରଥମ କରି ଜଣେ ବ୍ୟକ୍ତି କରୋନାଭାଇରସରେ ପୀଡିତ ବୋଲି ସନ୍ଦେହ କରାଯାଇଛି। ନିକଟରେ ଉକ୍ତ ବ୍ୟକ୍ତି ଜଣଙ୍କ ଚାଇନାରୁ ଫେରିଥିବା ବେଳେ ସେ କରୋନାଭାଇରସରେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପାକ୍‌ ଅଧିକୃତ କଶ୍ମୀରର ଗିଲଗିଟ-ପାଲଟିସ୍ତାନର ଏହି ବ୍ୟକ୍ତି ଜଣଙ୍କୁ ଏବେ ଅବୋଟାବାଦର ଆୟୁବ ମେଡିକାଲ ହସ୍ପିଟାଲ(ଏଏମ୍‌ଏଚ୍‌)ରେ ଅବଜରଭେଶନରେ ରଖାଯାଇଛି। ସୂଚନାଯୋଗ୍ୟ, ଚାଇନାରେ ଗତବର୍ଷ ଡିସେମ୍ବରରେ ପ୍ରଥମଥର କରୋନାଭାଇରସ ଦେଖା ଦେଇଥିବା ବେଳେ ଏବେ ସେଠାରେ କରୋନାଭାଇରସ ସଂକ୍ରମଣରେ ପ୍ରାୟ ୧,୫୨୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାସହ ୬୬ ହଜାରରୁ ଊର୍ଦ୍ଧ୍ୱ ଲୋକ ଏବେ ଏଥିରେ ଆକ୍ରାନ୍ତ ଥିବା ଖବର ମିଳିଛି। ଅନ୍ୟପଟେ ଏହା ଚାଇନାରେ ଦ୍ରୁତ ଗତିରେ ବ୍ୟାପୁଥିବା ଦେଖି ଭାରତ ସମେତ ବିଭିନ୍ନ ଦେଶ ଚାଇନାରେ ଥିବା ସେମାନଙ୍କ ନାଗରିକଙ୍କୁ ସ୍ବଦେଶ ଫେରାଇ ନେଇଥିବା ବେଳେ, ସଂକ୍ରମଣ ଭୟରେ ପାକିସ୍ତାନ କିନ୍ତୁ ତା’ର ନାଗରିକଙ୍କୁ ଫେରାଇ ଆଣିବାକୁ ସଫା ସଫା ମନା କରିଦେଇଥିଲା। ଆଉ ଏବେ ଜଣେ ବ୍ୟକ୍ତି କରୋନାଭଇରସରେ ପୀଡିତ ଥିବା ସନ୍ଦେହ ହେବା ପରେ ପାକିସ୍ତାନ ସରକାର ଚିନ୍ତାରେ ପଡିଯାଇଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଲିକପ୍ଟରରୁ ଟଙ୍କା ବର୍ଷା

ଇସଲାମାବାଦ୍‌,୧୬।୩: ଆକାଶରୁ ହେଲିକପ୍ଟରରେ ଟଙ୍କା ଏବଂ ଫୁଲ ବର୍ଷା ହେଉଥିବାରୁ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ରାଜରାସ୍ତାରେ ଲୋକେ...

ଦୁର୍ଘଟଣା ସ୍ଥଳର ସନ୍ଧାନ ମିଳିଲା, ଚିହ୍ନି ହେଉନି ମୃତଦେହ…

କାଠମାଣ୍ଡୁ, ୩୦।୫ : ନେପାଳର ସେନା ମୁସ୍ତାଙ୍ଗ ଜିଲାରେ ତାରା ଏୟାରଲାଇନ୍ସର ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ସମ୍ପର୍କରେ ସୂଚନା ପାଇଛି। ସେନାର ମୁଖପାତ୍ର ଏହି ସୂଚନା...

ଏମିତି ରାଜା ଅବସର ସମୟରେ କରନ୍ତି ମେକାନିକ୍‌ କାମ…

ଦୁଇ ଦୁଇଟି ଦେଶର ରାଜା ସେ ପୁଣି ଅବସର ସମୟରେ କାର୍‌ ମେକାନିକ୍‌ ଭାବେ କାମ କରନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।...

କରୋନାରେ ପୀଡ଼ିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌

ଲଣ୍ଡନ,୨୭।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଯାଇଥିବା ବେଳେ ଏବେ ଏହା ଧନୀ ଗରିବ ସମସ୍ତଙ୍କୁ ତା’ କବଳକୁ ନେଇ ସାରିଲାଣି।...

ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମଦ୍ୟପାନ କରି ଚାଲିଗଲା ୭ ଜୀବନ, ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର

କାମ୍ବୋଡିଆ,୨।୧୨- କାମ୍ବୋଡିଆର କାମ୍ପୋଙ୍ଗ ଚେନାଙ୍ଗ ପ୍ରଦେଶରେ ଥିବା ଏକ ଗ୍ରାମରେ ବିଷାକ୍ତ ମଦ ପିଇ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୩୦ରୁ ଊର୍ଦ୍ଧ୍ୱ...

ମ୍ୟାନ୍‌ମାର ବିକ୍ଷୋଭକାରୀଙ୍କୁ ଗୁଳି: ୧୮ ମୃତ

ୟାଙ୍ଗୁନ୍‌, ୧।୩: ମ୍ୟାନ୍‌ମାରରେ ରବିବାର ସାମରିକ ଶାସନ ପ୍ରତିବାଦରେ ବିକ୍ଷୋଭ ଚାଲିଥିବାବେଳେ ବିଭିନ୍ନ ସହରରେ ପୋଲିସ ଗୁଳିରେ ୧୮ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ...

ପବନରେ ଝୁଲୁଛି ଏହି ମନ୍ଦିର

ଚାଇନାରେ ଦୀର୍ଘ ୧୫ଶହ ବର୍ଷ ହେବ ଏକ ମନ୍ଦିର ପବନରେ ଝୁଲୁଥିବା କୁହାଯାଏ। ଚାଇନାର ଏହା ଏକମାତ୍ର ମନ୍ଦିର ଯାହା ଦୀର୍ଘ ବର୍ଷ ହେଲା ପବନରେ...

କଶ୍ମୀର ପ୍ରସଙ୍ଗରେ ଯେଉଁ ଦେଶ ଭାରତକୁ ସମର୍ଥନ କରିବ, ତା’ ଉପରେ କ୍ଷେପଣାସ୍ତ୍ର ମାଡ ହେବ: ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩୦।୧୦:ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଉତ୍ତେଜିତ ହୋଇପଡିଛି ପାକିସ୍ତାନ। ଦେଶର ଅନେକ ନେତା ଏବଂ ମନ୍ତ୍ରୀ ଭାରତ ବିରୋଧୀ ମନ୍ତବ୍ୟମାନ ଦେଉଛନ୍ତି। ଏବେ କଶ୍ମୀର...

Advertisement
Archives

Model This Week