Posted inଖେଳ

ପାକିସ୍ତାନରୁ ଡେଭିସ୍‌ କପ୍‌ ମ୍ୟାଚ୍‌ ସ୍ଥାନାନ୍ତର କରିବାକୁ ଭାରତର ଅନୁରୋଧ

ନୂଆଦିଲ୍ଲୀ,୧୧।୮: ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଡେଭିସ୍‌ କପ୍‌ ମ୍ୟାଚ୍‌ ସ୍ଥାନାନ୍ତର ପାଇଁ ଏବେ ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌)କୁ କହିଛି । ଏଆଇଟିଏ ଏହି ମ୍ୟାଚ୍‌କୁ କୌଣସି ନିରପେକ୍ଷ ଭେନ୍ୟୁକୁ ସ୍ଥାନାନ୍ତର କରିବାକୁ ଆଇଟିଏଫକୁ ଅନୁରୋଧ କରିଛି। ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ ରାଜଧାନୀ ଇସ୍‌ଲାମାବାଦ୍‌ଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ/ ଓସେନିଆ ଗ୍ରୁପ-୧ ଟାଇ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଜମ୍ମୁ- କଶ୍ମୀରରୁ ଭାରତ ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବାର ପରେ ରାଜନୈତିକ ଓ କୁଟନୈତିକ ସମ୍ପର୍କରେ ପୁଣି ଅବନତି ହୋଇଛି ଓ ଦୁଇ ଦେଶ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏଭଳି ପରିସ୍ଥିତିରେ ପାକିସ୍ତାନ ଗସ୍ତ କରି ମ୍ୟାଚ୍‌ ଖେଳିବା ସମ୍ଭବପର ନୁହଁ ବୋଲି ଏଆଇଟିଏ ତରଫରୁ ସ୍ପଷ୍ଟ କରାଯାଇଛି। ପରିସ୍ଥିତକୁ ଲକ୍ଷ୍ୟ କରି ଆମେ ଆଇଟିଏଫ୍‌କୁ ଅନୁରୋଧ ଜଣାଇଛୁ ବୋଲି ଏଆଇଟିଏ ଅଧ୍ୟକ୍ଷ ପ୍ରବୀଣ ମହାଜନ କହିଛନ୍ତି। ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ସମ୍ପର୍କ ଚ୍ଛିନ୍ନ ହେବା ସତ୍ତ୍ୱେ ଦଳ ପଠାଇବାକୁ ଏଆଇଟିଏ ପ୍ରସ୍ତୁତି କରୁଥିଲା। ତେବେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଘଟଣା ପରେ ପରିସ୍ଥିତ ଅଲଗା ହୋଇଛି। ଚଳିତ ସପ୍ତାହରେ ଆଇଟିଏଫ୍‌ ଆମକୁ ଜବାବ ଦେବ ବୋଲି ମହାଜନ ଆଶା ପ୍ରକାଶ କରିଛନ୍ତି। ଅନ୍ୟପଟେ ଆଇଟିଏଫ୍‌ ଯଦି ମ୍ୟାଚ୍‌ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଏ ତାହେଲେ ଆମେ ଏହାକୁ ସ୍ବାଗତ କରିବୁ ବୋଲି ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ଅଧ୍ୟକ୍ଷ ସଲିମ ସୈଫୁଲ୍ଲା ଖାଁ ପୂର୍ବରୁ କହିଥିଲେ।
ଉଲ୍ଲେଖଥାଉ କି, ୧୯୬୪ରେ ଶେଷଥର ପାଇଁ ଭାରତୀୟ ଟେନିସ ଦଳ ଡେଭିସ୍‌ କପ୍‌ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲା ଓ ୪-୦ରେ ଘରୋଇ ଦଳକୁ ହରାଇଥିଲା। ଏହାପରେ ୨୦୦୬ରେ ପାକିସ୍ତାନ ମୁମ୍ବାଇ ଗସ୍ତ କରିଥିଲା ଓ ୨-୩ରେ ଭାରତଠାରୁ ପରାସ୍ତ ହୋଇଥିଲା। ଏହି ଡେଭିସ୍‌ କପ୍‌ ମ୍ୟାଚ୍‌ ପାଇଁ ଭାରତ ଏକ ଶକ୍ତିଶାଳୀ ଦଳ ଘୋଷଣା କରିଛି। ଏଥିରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୯୦ତମ ସ୍ଥାନରେ ଥିବା ପ୍ରଜନେଶ ଗୁଣେଶ୍ୱରନ ଓ ୧୮୪ ନମ୍ବର ଖେଳାଳି ରାମକୁମାର ରାମନାଥନ ସ୍ଥାନ ପାଇଛନ୍ତି। ଏହି ଦୁଇ ଖେଳାଳି ୪ଟି ସିଙ୍ଗଲ୍ସ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri