ପଲ୍ୟୁସନ ଟେଷ୍ଟିଂ ଗାଡ଼ିିକୁ ହଟାଇଲେ ଲୋକେ

ବାରିପଦା ଅଫିସ,୧୧ା୯- ନୂତନ ମୋଟରଯାନ ଆଇନରେ ପରିବର୍ତ୍ତନ ହେବା ପରେ ଜରିମାନା ଭୟରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ରାଜ୍ୟ ସରକାର ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ଜରିମାନା ଆଦାୟକୁ ୩ ମାସ ପାଇଁ କୋହଳ କରିଛନ୍ତିି। ତଥାପିି ଲୋକଙ୍କ ମନରୁ ଜରିମାନା ଭୟ ଛାଡି ନାହିଁ। ଫଳରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ ଅଫିସ) ଗୁଡିକରେ ଲୋକଙ୍କ ଭିଡ଼ ଲାଗି ରହୁଛି। ଲୋକେ ନିଜ ନିଜ ଗାଡିର ବିଭିନ୍ନ କାଗଜପତ୍ର ଯଥା ଫିଟନେସ, ପରମିଟ, ଡ୍ରାଇଭିଂ ଲାଇସେନ୍ସ, ମାଲିକାନା ପରିବର୍ତ୍ତନ, ପଲ୍ୟୁସନ ସାର୍ଟିଫିକେଟ, ଗାଡ଼ିି ପଞ୍ଜୀକରରଣ ପାଇଁ ଲାଇନ ଲଗାଉଛନ୍ତି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ବାରିପଦା ମୁର୍ଗାବାଡିସ୍ଥିତ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲମାନେ ଲୋକଙ୍କ କାର୍ଯ୍ୟ କରାଇ ଦେବା କହି ଠକୁଛନ୍ତି। କାର୍ଯ୍ୟାଳୟ କର୍ତ୍ତୃପକ୍ଷ ସବୁ ଜାଣିଶୁଣି ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି। ଦଲାଲମାନେ କାର୍ଯ୍ୟାଳୟ ଭିତରେ ଓ ବାହାରେ ରହି କେତେକ କର୍ମଚାରୀମାନଙ୍କୁ ଧରି ବିଭିନ୍ନ କାର୍ଯ୍ୟ କରୁଛନ୍ତିି। ଲୋକଙ୍କଠାରୁ ମୋଟାଅଙ୍କର ଟଙ୍କା ଠକେଇ କରୁଛନ୍ତି। ଏ ସମ୍ପର୍କରେ ଏଆରଟିଓ ମନୋଜ କୁମାର ଟପ୍ପୋଙ୍କୁ ପଚାରିବାରୁ ଦଲାଲମାନଙ୍କୁ କାର୍ଯ୍ୟାଳୟକୁ ନ ଆସିବା ପାଇଁ ତାଗିଦ କରାଯାଇଛି ବୋଲି କହିଥିଲେ। ତେବେ ବର୍ତ୍ତମାନ ଲୋକଙ୍କ ଭିଡ଼ ଲାଗି ରହୁଥିବା ବେଳେ ଦଲାଲମାନେ ଶୋଷଣ କରୁଥିବା ପ୍ରଶ୍ନର ଉତ୍ତର ଦେବାକୁ ସେ ମନା କରିଥିଲେ।
ସେହିପରି ଲୋକେ ଜରିମାନା ଭୟରେ କାଗଜପତ୍ର ଶୀଘ୍ର କରିବା ପାଇଁ ତପତ୍ର ହୋଇଛନ୍ତି। ଏହାର ସୁଯୋଗ ନେଇ ବାରିପଦା ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଏକ ଚାରିଚକିଆ ଗାଡି ରଖି ବେଆଇନ ଭାବେ ପଲ୍ୟୁସନ ଟେଷ୍ଟିଂ କରି ସାର୍ଟିଫିକେଟ ଦିଆଯାଉଥିଲା। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଘଟଣା ଏଆରଟିଓ ଟପ୍ପୋଙ୍କ ନଜରକୁ ଆଣିବାରୁ ସେ ଗାଡ଼ିକୁ ସେଠାରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଅନ୍ୟପକ୍ଷରେ ପଲ୍ୟୁସନ ଟେଷ୍ଟିଂ କରିବାକୁ ଆସିଥିବା ଗାଡିରେ ମଧ୍ୟ ପଲ୍ୟୁସନ ସାର୍ଟିଫିକେଟ ଲଗାଯାଇ ନ ଥିଲା। ଏକ ସଂସ୍ଥାକୁ ଏହି କାର୍ଯ୍ୟ ପାଇଁ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଅନୁମତି ଦେଇଥିଲେ ମଧ୍ୟ କେଉଁ ଚାରିଚକିଆ ଯାନ ବ୍ୟବହାର କରାଯିବ ସେ ନେଇ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନ ଥିଲା। ଅନ୍ୟପକ୍ଷେ ଅଳ୍ପ କିଛି ସଂସ୍ଥାକୁ ପଲ୍ୟୁସନ ଟେଷ୍ଟିଂ ପାଇଁ ଅନୁମତି ଦିଆଯାଇଥିବା ବେଳେ ଏହି ସଂସ୍ଥା ଏଥିରେ ଅନ୍ତର୍ଭୁକ୍ତ ନାହିଁ। ଜିଲା ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ କେଉଁ ପରିସ୍ଥିତିରେ ଏହି ସଂସ୍ଥାକୁ ଅନୁକମ୍ପା ଦେଖାଉଛନ୍ତି ତାହା ବୁଝାପଡୁନାହିଁ। ଏ ନେଇ ଏଆରଟିଓ ଟପ୍ପୋଙ୍କୁ ପଚାରିବାରୁ ଏ ନେଇ ସେ କିଛି ମତାମତ ଦେଇ ପାରିବେ ନାହିଁ ଓ ଗଣମାଧ୍ୟମକୁ ମତାମତ ନ ଦେବା ପାର୍ଁଇ ଆଞ୍ଚଳିକ ପରିବହନ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲାପାଳ ତାଙ୍କୁ ମନା କରିଛନ୍ତି ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ଏକ ବର୍ଷ ହେବ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପଦବୀ ଖାଲି ରହିଛି। ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡା ଏହାର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କୁ ଭୁଲ୍‌ ପ୍ରମାଣ କରିବାକୁ ବିଜେଡି, ଭାଜପାର ଉଦ୍ୟମ

ଭୁବନେଶ୍ବର, ୨୪।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କ ମନ୍ତବ୍ୟକୁ ନେଇ ଉଭୟ ବିଜେଡି ଏବଂ ଭାଜପାକୁ ବିରୋଧୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଅନ୍ୟପଟେ ଭାଜପା କେନ୍ଦ୍ରମନ୍ତ୍ରୀ...

ନାଗ ଓଗାଳିଲା କୁକୁଡ଼ା ଅଣ୍ଡା

ଉଦଳା,୧୮ା୭(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ରାଇଦାଣ୍ଡିଆ ଗ୍ରାମର ଧରଣୀ ମଲ୍ଲିକଙ୍କ କୁକୁଡ଼ା ଭାଡ଼ିରେ ପଶିଥିବା ନାଗ ସାପ ଉଦ୍ଧାର ହୋଇଛି।...

ଗୋରୁ, ମଇଁଷିଙ୍କର ହେବ ଟ୍ୟାଗିଂ

ବ୍ରହ୍ମପୁର ଅଫିସ୍‌,୧୨ା୬- କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ଟ୍ରାଫିକ ଏକ ପ୍ରମୁଖ ସମସ୍ୟା ଭାବେ ଦୀର୍ଘ ବର୍ଷ ହେଲା ସହରବାସୀଙ୍କୁ ହଇରାଣ କରୁଛି। କେବଳ ଯାନବାହନ ସଂଖ୍ୟା...

ଝାରସୁଗୁଡ଼ାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୪ା୯(ଡି.ଏନ୍‌.ଏ.): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ମୁଖ୍ୟ ଚିକିସତ୍ାଳୟରେ ଡାକ୍ତର ଓ...

ଦୁର୍ଦ୍ଦାନ୍ତ ମନୁଆଙ୍କ ସମେତ ୫ ଗିରଫ

ପୁରୀ ଅଫିସ,୨୪।୪: ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁରୀ ତାଳବଣିଆ ଥାନା ପୋଲିସ ଓ ସ୍ପେଶାଲ ସ୍କାଡ୍‌ ଗିରଫ କରିଛି। ଗିରଫ...

ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା: ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କଲେ ସାଧାରଣ ଜନତା, ସରକାରୀ ଅଧିକାରୀଙ୍କ ଉପରେ ନେଇପାରିବେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନାର ମୁକାବିଲା ଲାଗି ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ସଚେତନତା ସତ୍ତ୍ୱେ ଅନେକେ ଏହାକୁ ଉଲ୍ଲଂଘନ କରୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି...

ବ୍ରାହ୍ମଣୀ ସ୍ରୋତରେ ଭାସିଗଲେ ଯୁବତୀ

ରାଜନଗର,୧୭।୫(ଡି.ଏନ୍‌.ଏ.): ରାଜନଗର ବ୍ଲକ ବନ୍ଧପଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଗୁରୁବାର ଜଣେ ଯୁବତୀ ଭାସି ଯାଇଥିଲେ। ଗ୍ରାମର ଲିଜାରାଣୀ ପ୍ରଧାନ...

ଥାନାରେ ଦଳିତଙ୍କୁ ନ୍ୟାୟ ମିଳୁନି

ରସୁଲପୁର,୩୧ା୭(ରଞ୍ଜିତ ରାଉତ):କୁଆଖିଆ ଥାନା ଅଧୀନ ବିଭିନ୍ନ ପଞ୍ଚାୟତର ଦଳିତ ଲୋକଙ୍କୁ ଥାନାରେ ନ୍ୟାୟ ମିଳୁନାହିଁ। ଫଳରେ ସାମାଜିକସ୍ତରରରେ ଦଳିତ ବର୍ଗର ଲୋକେ ନିର୍ଯାତିତ ହେଉଛନ୍ତି। ପ୍ରଭାବଶାଳୀ...

Advertisement
Archives

Model This Week