ପଲିଥିନ କାରଖାନାରେ ଚଢ଼ାଉ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): କଟକଣା ଓ ନିଷେଧ ସତ୍ତ୍ୱେ ଖୁଲମ୍‌ଖୁଲା ତିଆରି ଓ ବ୍ୟବହାର ହେଉଛି ୫୦ ମାଇକ୍ରୋନ୍‌ରୁ କମ୍‌ ଓଜନର ପଲିଥିନ। ଏପଟେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପଲିଥିନମୁକ୍ତ ଭୁବନେଶ୍ୱର ଅଭିଯାନ ଜାରି ରଖିଛି। ଏହି ଅଭିଯାନର ଆଉ ଏକ ପଦକ୍ଷେପ ସ୍ବରୂପ ବୁଧବାର ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପଲିଥିନ ଜବତ କରାଯାଇଛି। ଏକ ବଡ଼ ଘଟଣାକ୍ରମରେ ବିଏମ୍‌ସିର ସେଣ୍ଟ୍ରାଲ ସ୍କ୍ବାଡ୍‌ ଖଣ୍ଡଗିରି ଥାନା ଅନ୍ତର୍ଗତ ଭଗବାନପୁର ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ର ପ୍ଲଟ ନଂ.୨/ବିରେ ଥିବା ତାରାତାରିଣୀ ପ୍ୟାକେଜିଂ ଶିଳ୍ପ ସଂସ୍ଥା ଉପରେ ଚଢ଼ାଉ କରିଛି। ସେଠାରେ ବେଆଇନ ପଲିଥିନ ତିଆରି କାରଖାନା ଚାଲିଥିଲା। ଯାଞ୍ଚ ପରେ ସେଠାରୁ ବିପୁଳ ପଲିଥିନ, ବ୍ୟବହୃତ ମେଶିନ ଓ କଞ୍ଚାମାଲ ଜବତ କରାଯାଇଛି। ସେହିଭଳି ଚାଲାଣ ବେଳେ ଏକ ପଲିଥିନ ବୋଝେଇ ଟ୍ରକ୍‌ ଧରାପଡିଛି।
ବିଏମ୍‌ସିର ସୂଚନାନୁଯାୟୀ, ୫୦ ମାଇକ୍ରୋନ୍‌ରୁ ଅଧିକ ଓଜନର ପଲିଥିନ ତିଆରି ପାଇଁ ଉକ୍ତ ସଂସ୍ଥା ଲାଇସେନ୍ସ ନେଇଥିଲା। ମାତ୍ର ୨୦୧୮ରେ ଏହି ଲାଇସେନ୍ସର ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବେଆଇନଭାବେ ପଲିଥିନ ତିଆରି ଚାଲିଥିଲା। ଏଥିସହ ନିଷେଧ ପଲିଥିନ ମଧ୍ୟ ତିଆରି କରାଯାଉଥିଲା। ଆବଶ୍ୟକ ଯାଞ୍ଚରୁ ଏହା ଜଣାପଡିବା ପରେ ପଦକ୍ଷେପ ନିଆଯାଇଛି। ସମ୍ପୃକ୍ତ ସଂସ୍ଥା ଉପରେ ବିଏମ୍‌ସି ପକ୍ଷରୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ବିଏମ୍‌ସିର ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠୀଙ୍କ ନେତୃତ୍ୱରେ ଚଢ଼ାଉ କରିଥିବା ଉକ୍ତ ସ୍କ୍ବାଡ୍‌ରେ ବିଏମସିର ଏନ୍‌ଫୋର୍ସମେଣ୍ଟ ଟିମ୍‌, ସ୍ବଚ୍ଛ ଭୁବନେଶ୍ୱର ଅଭିଯାନ ଏକ୍ସପର୍ଟ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଯନ୍ତ୍ରୀ ସାମିଲ ଥିଲେ। ପୋଲିସ ଟିମ୍‌ ଉପସ୍ଥିତିରେ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚଢ଼ାଉ ଚାଲିଥିଲା।
ଅନ୍ୟପକ୍ଷରେ ଖଣ୍ଡଗିରି ନିକଟ ଜାତୀୟ ରାଜପଥରୁ ଏକ ପଲିଥିନ ବୋଝେଇ ଟ୍ରକ୍‌କୁ ବିଏମ୍‌ସିର ଅଧିକାରୀମାନେ ଧରିଛନ୍ତି। ତଦନ୍ତବେଳେ ଉକ୍ତ ପଲିଥିନ ଟ୍ରକ୍‌ କଟକରୁ ଆସିଥିବାବେଳେ ତାହା ସୁନାଖଳା ଅଭିମୁଖେ ଯାଉଥିଲା। ଟ୍ରକରୁ ସମସ୍ତ ପଲିଥିନ ଜବତ କରିବା ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ତେବେ ଉକ୍ତ ପଲିଥିନ କେଉଁଠି ତିଆରି ହୋଇଛି ଓ କିଏ, କାହା ନିକଟକୁ ପଠାଉଥିଲେ ତାହାର ଖୋଳତାଡ଼ ଚାଲିଛି। ଆଗକୁ ଏପରି ଚଢ଼ାଉ ଓ ଯାଞ୍ଚ ଜାରି ରହିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଅବନୀ କୁମାର ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?