ପର୍ଯ୍ୟଟନ କ୍ଷେତ୍ର ହୁକିଟୋଲା ଓ ବତିଘର ପ୍ରବେଶ କଟକଣା

ମହାକାଳପଡା,୧୮।୩ (ଡି.ଏନ.ଏ.): ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଚାଲିଛି। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସରକାରଙ୍କ ପକ୍ଷରୁ ଜନଗହଳି ସ୍ଥାନ, ପର୍ଯ୍ୟଟନ କ୍ଷେତ୍ର, ମନ୍ଦିର ପରିସର, ମଲ୍‌, ସିନେମା ହଲ୍‌, ବିବାହ ଭୋଜି, ଯାତ୍ରା, ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କଟକଣା ଲାଗିଛି। ସେହି କ୍ରମରେ କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ବଙ୍ଗୋପସାଗର ତଟ କୂଳରେ ଐତିହାସିକ ବ୍ରିଟିଶ ନିର୍ମିତ ହୁକିଟୋଲା ଓ ବତିଘର (ଫଲ୍‌ସ ପଏଣ୍ଟ) ଆଦି ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟନ ପ୍ରବେଶ ପାଇଁ ବାରଣ କରାଯାଇଛି। ନିଜେ ସୁରକ୍ଷା ରହିବା ସହିତ ଅନ୍ୟମାନଙ୍କର ସ୍ବଚ୍ଛତା ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ମହାକାଳପଡା ବ୍ଲକ ଅଞ୍ଚଳର ରାମନଗର ପଞ୍ଚାୟତ ସ୍ଥାନୀୟ ବାହାକୁଦ ମହାନଦୀ ଫେରିଘାଟ ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପାଞ୍ଚଳରେ ୫ ହଜାରରୁ ଅଧିକ ଶ୍ରମିକ (ମହିଳା ଓ ପୁରୁଷ) ଦୈନିକ ନଦୀ ପାର କାମ ଅନ୍ବେଷଣରେ ଯାତାୟାତ କରିଥାନ୍ତି। କରୋନା ଭୟ ଯୋଗୁ ଶ୍ରମିକମାନଙ୍କ ଚିନ୍ତା ବଢିଯାଇଥିବା କେତେକ ଶ୍ରମିକ ପ୍ରକାଶ କରିଛନ୍ତି। ଶ୍ରମିକମାନଙ୍କ ମଧ୍ୟରେ ଶାନ୍ତିଲତା ମଣ୍ଡଳ, ମିନାରାଣୀ ମଣ୍ଡଳ, ପୁଷ୍ପଲତା ଦାସ, ରୀତା ମଣ୍ଡଳ, ତପନ ମଣ୍ଡଳ, ଗୌରହରି ବର୍ମନ, ସମୀର ମଣ୍ଡଳ ପ୍ରମୁଖ ଭୟଭୀତ ଅବସ୍ଥାରେ ଅଛନ୍ତି। କାରଣ ପାରାଦୀପରେ ବିଦେଶୀ ଜାହାଜ ଲାଗିଥିବାରୁ କରୋନା ଭୟ ରହିଥିବା କହିଛନ୍ତି।
ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଥିବା ବିଡିଓ ଦେବାଶିଷ ରାଉତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ତିନି ରଥ

ପୁରୀ ଅଫିସ, ୧୮ା୭: ଭଉଣୀ ଭାଇଙ୍କୁ ସାଥିରେ ଧରି ନବଦିନାତ୍ମକ ଯାତ୍ରାରେ ଆସିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ଜନ୍ମବେଦିରେ ଲୀଳା କରୁଛନ୍ତି। ଆଡ଼ପ ମଣ୍ଡପରେ ଲୀଳାଖେଳା...

ଗାଡ଼ି ପାସରେ ଜାଲିଆତି: ୩ ଗିରଫ

କେନ୍ଦୁଝର, ୨୩।୫( ସ୍ବ.ପ୍ର.)-କେନ୍ଦୁଝରରେ ଜାଲ ଗାଡି ପାସ ଓ କ୍ୱାରାଣ୍ଟାଇନ ପାସ ପ୍ରସ୍ତୁତ କରି ଲୋକଙ୍କୁ ଠକିବା ଅଭିଯୋଗରେ ଟାଉନ ଥାନା ପୋଲିସ ଶୁକ୍ରବାର ଜଣେ...

ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ, କର୍ମଚାରୀ

ବାଲେଶ୍ୱର ଅଫିସ,୧୭।୫ ବାଲେଶ୍ୱର ଜିଲା ଓଷ୍ଟା କାର୍ଯ୍ୟକାରୀ କମିଟି ପକ୍ଷରୁ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ପ୍ରକାଶ କରିଥିବା ନୂତନ ଅନୁଦାନଭୁକ୍ତ ଶିକ୍ଷକ...

କରୋନା କାଳରେ ଜୀବିକା ଦେଇଛି କରଡ଼ି

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କରଡ଼ି ବିଷୟରେ ସାଧାରଣତଃ ରାଜ୍ୟ ତଥା ଦେଶର ସବୁ ସ୍ଥାନରେ ଲୋକେ ଜାଣି ନଥାନ୍ତି। ଉତ୍ତର ପୂର୍ବାଞ୍ଚଳ ଭଳି ପଶ୍ଚିମ ଓଡ଼ିଶାର ଘରେ ଘରେ...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ମିଳିଲା ରାଶନକାର୍ଡ

ବାଲିଗୁଡା,୨୫ା୫(ଡି.ଏନ୍‌.ଏ.)- ବାଲିଗୁଡା ଏନ୍‌ଏସି ୬ନଂ. ଓ୍ବାର୍ଡର ଶିବ ପ୍ରସାଦ ପଟ୍ଟନାୟକ ରାଶନକାର୍ଡ ପାଇବାକୁ ଯୋଗ୍ୟ ଥାଇ ମଧ୍ୟ ପାଇ ନ ଥିଲେ। ଶିବପ୍ରସାଦ ବାଲିଗୁଡା ବଜାରରେ...

ପୋଲ ତଳକୁ ଖସିଲା ବରଯାତ୍ରୀ ଅଟୋ: ୨ ମୃତ

ବରଗଡ଼ ଅଫିସ,୧୭।୨: ବରଗଡ଼ ଜିଲା ବିଜେପୁର-ବରଗଡ଼ ରାସ୍ତାର ସର୍ଣ୍ଣାପାଲି ବ୍ରିଜ୍‌ରେ ବୁଧବାର ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଜେପୁରରୁ ବରଗଡ଼ ବ୍ଲକ ଅନ୍ତର୍ଗତ...

ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା, ୧୪୪ ଧାରା ଜାରି

ଭଦ୍ରକ ଅଫିସ.୧୫।୬: ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ୱାର୍ଡ ନମ୍ବର ୧୩ ମୀର ସାହି ଓ ଏଲେଖା ସାହିର ଦୁଇ ସମ୍ପ୍ରଦାୟ ମଧ୍ୟରେ ରବିବାର ରାତିରେ...

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ

କୁତ୍ରା,୨୩ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥ ଝାରବେଡ଼ାସ୍ଥିତ ଡାଲମିଆ ମହାବିଦ୍ୟାଳୟ ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ...

Advertisement
Archives

Model This Week