ପରୀକ୍ଷାଗାରରେ ପ୍ରାଣିଜ ଉପତ୍ାଦ

ପିଟର ସିଙ୍ଗର

ଖାଦ୍ୟ ପାଇଁ ପ୍ରାଣୀ ପାଳନ କରୁଥିବା ବିଶାଳ ଶିଳ୍ପ ବିଂଶଶତାବ୍ଦୀର ଅଧିକାଂଶ ଭାଗ ପ୍ରତିଛବିଗୁଡ଼ିକୁ ରେକର୍ଡ ଏବଂ ସଂରକ୍ଷଣ କରିବାରେ ପ୍ରାଧାନ୍ୟ ବିସ୍ତାର କରିଥିବା ଶିଳ୍ପ ସହ ସମାନ ଧାରାରେ ଅଗାଉଥିଲା ବୋଲି ଯେତେବେଳେ ସ୍ପଷ୍ଟ ହେବ ସେତେବେଳେ ଆମେ ହୁଏତ ଏବକାର ୨୦୨୩କୁ ମନେପକାଇବା। ଏହା ନିଶ୍ଚିତ ଘଟିବାର ଅନେକ ସଙ୍କେତ ମିଳିଛି। କାରଣ ୨୦୨୩ରେ ପରୀକ୍ଷାଗାରରେ ମାଂସ ପ୍ରସ୍ତୁତିରେ ହୋଇଥିବା ଅଗ୍ରଗତିର ଆଭାସ ମିଳିସାରିଲାଣି। ଚଳିତ ବର୍ଷ ଏପ୍ରିଲରେ ଗାଈ କିମ୍ବା କ୍ଷୀର ଦେଉଥିବା ଅନ୍ୟ କୌଣସି ପ୍ରାଣୀଙ୍କଠାରୁ ପ୍ରସ୍ତୁତ ହେଉ ନ ଥିବା ଏକ କୃତ୍ରିମ ଡେଏରି ଉପତ୍ାଦକୁ ଇସ୍ରାଏଲର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ବୀକୃତି ଦେଇଛି। ଏହାବାଦ୍‌ ଡେଏରି ଉପତ୍ାଦକ କମ୍ପାନୀ ରିମିଲ୍କ ଏକ ଅତି ଉନ୍ନତ ଡେଏରି ଫୁଡ୍‌ ସୃଷ୍ଟିକରୁଛି। ୪୦ ବର୍ଷ ପୂର୍ବେ ଜିନ୍‌ଟେକ୍‌ ପୁନଃ ସଂଯୋଜକ ଡିଏନ୍‌ଏ ଟେକ୍‌ନିକ ଦ୍ୱାରା ଡାଇବେଟିସ୍‌ ପାଇଁ ଇନ୍‌ସ୍ୟୁଲିନ ସୃଷ୍ଟି କରିପାରୁଥିବା ଜେନେଟିକାଲି ମଡିଫାଏଡ୍‌(ଜିଏମ୍‌) ବ୍ୟାକ୍ଟେରିଆ ସୃଷ୍ଟି କରିଥିଲା । ଏହା ଭଲ ଥିଲା ଏବଂ ଘୁଷୁରି ପାନ୍‌କ୍ରିୟାଜ୍‌ରୁ ପ୍ରସ୍ତୁତ ଇନ୍‌ସୁଲିନ ତୁଳନାରେ ଶସ୍ତା ମଧ୍ୟ ରହିଥିଲା। ଏହି ସମାନ ପ୍ରକ୍ରିୟାରେ ରିମିଲ୍କ ଗାଈର ଡିଏନ୍‌ଏରୁ ଏକ ଉପତ୍ାଦ ତିଆରି କରିଛନ୍ତି ଯାହା ଗାଈକ୍ଷୀର ସହ ସମାନ। ଉକ୍ତ କ୍ଷୀର କୋଲେଷ୍ଟରଲ , ଆଣ୍ଟିବାୟୋଟିକ୍ସ ଏବଂ ଗ୍ରୋଥ୍‌ ହର୍ମୋନରୁ ମୁକ୍ତ। ରିମିଲ୍କ ଦାବିକରେ ଯେ, ଏହି ଡେଏରି ଉପତ୍ାଦର ସ୍ବାଦ ଓ ନିହିତ ଉପାଦାନ ପାରମ୍ପରିକ ବାସ୍ତବ ଡେଏରି ଉପତ୍ାଦ ଭଳି ଏବଂ ମୂଲ୍ୟ ବି ତାହା ସହ ସମାନ। ରିମିଲ୍କ କେବଳ ୧% ଭୂମି ଓ ୫% ପାଣି ଉପଯୋଗକରି ଏହି ଉପତ୍ାଦ ପ୍ରସ୍ତୁତ କରୁଛି ଏବଂ ଉକ୍ତ ପ୍ରକ୍ରିୟାରେ ମାତ୍ର ୪% ପ୍ରଦୂଷଣକାରୀ ତତ୍ତ୍ୱ ନିର୍ଗମନ ହେଉଛିି। ତେବେ ବିଚାର କରିବା ଦରକାର , ବିନା ଗାଈରେ ଡେଏରି ଉପତ୍ାଦ ତିଆରି କରିବାରେ ନିଶ୍ଚିତ ଭାବେ ଗୋପାଳନଜନିତ ସମସ୍ୟା ଦୂରହେବା ସହ ମିଥେନ୍‌ ଗ୍ୟାସ୍‌ ନିର୍ଗମନ ହ୍ରାସ ପାଇବ।
ଜୁନ୍‌ରେ ଏ କ୍ଷେତ୍ରରେ ଏକ ସବୁଠୁ ମହତ୍ତ୍ୱପୂର୍ଣ୍ଣ ବିକାଶ ହୋଇଛି। ଜାତିସଂଘର ଡିପାର୍ଟମେଣ୍ଟ ଅଫ୍‌ ଏଗ୍ରିକଲ୍‌ଚର ଦୁଇଟି ପୃଥକ୍‌ ଦରଖାସ୍ତକୁ ଅନୁମୋଦନ କରିଛି। ଇଟ୍‌ ଜଷ୍ଟ କମ୍ପାନୀର ଏକ ଶାଖା ଗୁଡ୍‌ ମିଟ୍‌ରୁ ଗୋଟିଏ ଦରଖାସ୍ତ ଆସିଥିଲାବେଳେ ଅନ୍ୟଟି ଥିଲା ଅପ୍‌ସାଇଡ୍‌ ଫୁଡ୍ସର। ସେମାନେ ଚିକେନ ସେଲ୍‌ରୁ ପ୍ରସ୍ତୁତ ଚିକେନ ବିକ୍ରି କରିବାକୁ ଦରଖାସ୍ତ କରିଥିଲେ। ଏପରିକି ଏହି ପ୍ରକ୍ରିୟାରେ କୌଣସି ପ୍ରାଣୀର ସମ୍ପୃକ୍ତି ନାହିଁ କି କୌଣସି କୁକୁଡ଼ା ମାରିବାକୁ ପଡ଼ିବ ନାହିଁ। ସୂଚନାଯୋଗ୍ୟ, ପ୍ରତିବର୍ଷ ମାଂସ ପାଇଁ ୭୦ ବିଲିୟନ କୁକୁଡ଼ା ମରାଯାଉଛି। ଏହି ସେଲୁଲାର ମିଟ୍‌ ବା କଲଚର୍ଡ ମିଟ୍‌ (ପ୍ରାଣୀ କୋଷରୁ ପରୀକ୍ଷାଗାରରେ ପ୍ରସ୍ତୁତ ହେଉଥିବା ମାଂସ)କୁ ସ୍ବୀକୃତି ଦେବାରେ ଆମେରିକା ପ୍ରଥମ ନୁହେଁ, ବରଂ ୨୦୨୦ରୁ ସିଙ୍ଗାପୁରରେ ଏହା ବିକ୍ରି ହୋଇଆସୁଛି। ତେବେ ପାରମ୍ପରିକ ପଦ୍ଧତିରେ ଗୋଟିଏ ଜାଗାରେ ଅନେକ ହଜାର କୁକୁଡ଼ା ରଖି ସେମାନଙ୍କୁ ମାରି ଯେଉଁ ଚିକେନ ପ୍ରସ୍ତୁତ କରାଯାଉଛି ତାହାର ମୂଲ୍ୟ ସହ କଲଚର୍ଡ ଚିକେନ ତାଳଦେଇ ଚାଲିବାରେ ସକ୍ଷମ ହୋଇନାହିଁ। କିନ୍ତୁ ଆମେରିକାରେ ଏହାର ବଡ଼ ମାର୍କେଟ ରହିଛି ଓ ଏହା ଲୋକଙ୍କୁ ଆକର୍ଷିତ କରିପାରିଥିବାରୁ ଆଶା କରାଯାଉଛି ଏହାର କାରବାର ଅଧିକ ବଢ଼ିଲେ ମୂଲ୍ୟ ହ୍ରାସ ହେବା ସହ ଉପତ୍ାଦନ ବି ବୃଦ୍ଧିପାଇବ।
ପରୀକ୍ଷାଗାରରେ ମାଂସ ପ୍ରସ୍ତୁତି ଓ ଏହା ଉପରେ ଗବେଷଣା କରିବା ଏକ ବିଶ୍ୱସ୍ତରୀୟ ବିଷୟ ହୋଇଯାଇଛି। ଡଚ୍‌ କମ୍ପାନୀ ମୋସା ମିଟ୍‌ ୨୦୧୩ରେ ପରୀକ୍ଷାଗାରରେ ପ୍ରଥମେ କୃତ୍ରିମ ମାଂସର ବର୍ଗର ପ୍ରଦର୍ଶିତ କରିଥିଲା ଏବଂ ଏହା ମାକେର୍ଟକୁ ଆସିବାକୁ ଏକ ଦଶନ୍ଧି ଲାଗିଯିବ ବୋଲି ଆକଳନ କରିଥିଲା। ଏହି ଆକଳନ ଏବେ ଠିକ୍‌ ହୋଇଛି। ମୋସା ମେ’ରେ ଆଉ ଏକ ବଡ଼ ଉପତ୍ାଦନ କେନ୍ଦ୍ର ଖୋଲିବା ସହ ଖୁବ୍‌୍‌ ଶୀଘ୍ର ସିଙ୍ଗାପୁରରେ ଏବଂ ଏହାକୁ ସ୍ବୀକୃତି ମିଳିଲେ ଅନ୍ୟ ମାର୍କେଟରେ ବିକ୍ରି କରିବାକୁୁ ଆଶା ରଖିଛି। ମେ’ର ମଧ୍ୟ ଚାଇନା ମିଟ୍‌ ଫୁଡ୍‌ କମ୍ପ୍ରେହେନ୍‌ସିଭ ରିସର୍ଚ୍ଚ ସେଣ୍ଟର ପ୍ରାଣୀ କୋଷରୁ ମାଂସ ତିଆରି ପାଇଁ ଆଗ୍ରହ ପ୍ରକାଶ କରିଥିଲା। ଏ ସମ୍ପର୍କରେ ବେଜିଂ ଟାଇମ୍ସ ପ୍ରକାଶ କରିଥିଲା ଯେ, ଏହି ସେଣ୍ଟରର ଜ୍ଞାନକୌଶଳ ଦ୍ୱାରା ପ୍ରାଣୀ ମାଂସପେଶୀ କୋଷିକାରୁ ଚିକେନ୍‌ ପ୍ରସ୍ତୁତ ହେଉଛି। ପ୍ରାଣୀଙ୍କ ମାଂସରେ ଥିବା ପୋଷକ ତତ୍ତ୍ୱ ଏଥିରେ ବି ରହୁଛି। ଯଦିଓ ଏ କ୍ଷେତ୍ରରେ ଗବେଷଣା ଓ ବିକାଶ କିଛି ଲକ୍ଷ୍ୟ ହାସଲ କରିଛି, ତେବେ ମାଂସ ପ୍ରସ୍ତୁତି ପାରମ୍ପରିକ ପଦ୍ଧତିକୁ ହଟାଇ ନୂଆ ପ୍ରକ୍ରିୟାକୁ ଆପଣାଇଲେ ଏହାର ଉଲ୍ଲେଖନୀୟ ପରିଣାମ ରହିବ। ମାଂସ ପାଇଁ ପ୍ରାଣୀ ପାଳନ କରିବା ଲାଗି ଅଧିକ କୃଷି ଜମି ଲାଗେ । ଏହା ସହ ଚାରଣଭୂମି ଓ ଚାରା ବଢ଼ାଇବା ଲାଗି ଜମିର ଆବଶ୍ୟକତା ପଡ଼େ। ମନେରଖିବାକୁ ହେବ ଯେ, ଏହି ପଦ୍ଧତି ଜଳବାୟୁ ପରିବର୍ତ୍ତନର ଏକ ପ୍ରମୁଖ କାରଣ। ମାଂସ ଓ ଡେଏରି ଉପତ୍ାଦନରେ ହୋଇଥିବା ଏବକାର ଅଗ୍ରଗତିରେ ଯଦି ଏକ ନାଟକୀୟ ପରିବର୍ତ୍ତନ ଆରମ୍ଭ ହୁଏ ତେବେ ପାରମ୍ପରିକ ମାଂସ ଉପତ୍ାଦନରେ ବ୍ୟବହାର ହେଉଥିବା ପୃଥବୀରେ ଅଧିକାଂଶ ଜମିରୁ ଲାଭ ମିଳିବ। ଏହା ବ୍ୟତୀତ କୋଷିକାରୁ କୃତ୍ରିମ ଉପାୟରେ ସିଫୁଡ୍‌ ତିଆରି ହେଲେ ତାହା ଲୋପ ପାଇଯାଉଥିବା ମାଛବଂଶକୁ ରକ୍ଷା କରିପାରିବ।
ଦେଶଗୁଡ଼ିକ ସମୃଦ୍ଧ ତଥା ଧନୀ ହେଉଥିବାରୁ ସେଠାରେ ମାଂସ ଖାଇବା ବଢ଼ିବାରେ ଲାଗିଛି। ଚାଇନା ଏହାର ଏକ ପ୍ରକୃଷ୍ଟ ଉଦାହରଣ। ଏଣୁ ଚାହିଦା ପୂରଣ ଲାଗି ମାଂସ ଓ ଅନ୍ୟ ପ୍ରାଣିଜ ଉପତ୍ାଦ ଉପତ୍ାଦନର ଏକ ପ୍ରଭାବଶାଳୀ ଢାଞ୍ଚାର ବ୍ୟାପକ ଆବଶ୍ୟକତା ଅଛି। ବିଶ୍ୱରେ ଖାଦ୍ୟ, ଶକ୍ତି ଏବଂ ପରିବେଶର ନିୟାମକ ଭାଗ୍‌ଲାବ୍‌ ସ୍ମିଲ୍‌ ମତରେ, ପ୍ରାଣୀଙ୍କ ଖାଦ୍ୟ ସକାଶେ ଶସ୍ୟ ଉପତ୍ାଦନ ଉପରେ ନିର୍ଭରଶୀଳ କରିବାକୁ ପଡ଼ୁଛି। ଏହି ନିର୍ଭରଶୀଳତା ଯୋଗୁ ଚାପ ସୃଷ୍ଟି ହେଉଛି ଓ ତାହାକୁ ଏହି ସଂସ୍ଥା ୫ଟି ବର୍ଗରେ ତାଲିକାଭୁକ୍ତ କରିଛି। ଏଗୁଡ଼ିକ ମଧ୍ୟରେ ରହିଛି ଅତ୍ୟଧିକ ମୂତ୍ତିକା କ୍ଷୟକରି କେବଳ ଗୋଟିଏ ଜମିରେ ଚାରା ଚାଷ କରିବା, ଉଦ୍ଭିଦକୁ ପ୍ରାଣିଜ ଉପତ୍ାଦରେ ରୂପାନ୍ତର କରିବା; ଅତ୍ୟଧିକ ପରିମାଣର ପଶୁ ବର୍ଜ୍ୟ ସୃଷ୍ଟି ହେବା,ଯାହା ଫସଲରେ ପର୍ଯ୍ୟାପ୍ତ ପରିମାଣର ପୁନଃ ବ୍ୟବହାରକୁ ରୋକିଥାଏ; ଚାରା ଫସଲ ଏବଂ ପଶୁ ଶାରୀରିକ କ୍ରିୟାରୁ ଗ୍ରୀନ୍‌ହାଉସ-ଗ୍ୟାସ୍‌ ନିର୍ଗମନ ଏବଂ ଆବଦ୍ଧ ସ୍ଥାନରେ ରହୁଥିବା ଅତ୍ୟଧିକ ସଂଖ୍ୟକ ପଶୁଙ୍କ ଚିକିତ୍ସା ସହ ଜଡ଼ିତ ପଶୁ କଲ୍ୟାଣ ବିଷୟ। ସମସ୍ତେ ଯଦି ଉଦ୍ଭିଦଜ ଖାଦ୍ୟ ଗ୍ରହଣ କରିବେ ତେବେ ଆମେ ଏହିସବୁ ଚାପକୁ ଦୂରକରିପାରିବା। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଏହାଦ୍ୱାରା ମହାମାରୀ ମଧ୍ୟ ହ୍ରାସ କରାଯାଇପାରିବ। ଉଦ୍ଭିଦଜ ଖାଦ୍ୟ ଖାଇବାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିଲେ ମଧ୍ୟ ଏହା ଆଡ଼କୁ ସମ୍ପୂର୍ଣ୍ଣ ଢଳିବା ନିକଟ ଭବିଷ୍ୟତରେ ସମ୍ଭବ ହେବା ଜଣାପଡୁନାହିଁ। ଏଣୁ ଏବେ ମାଂସ ଖାଉଥିବା ଲୋକମାନଙ୍କୁ ଏହା ଛାଡ଼ିବା ଲାଗି ବୁଝାଇବା ହୁଏତ ସହଜ ହେବ। ଏହାଦ୍ୱାରା ପ୍ରାଣୀପାଳନ କରି ସେମାନଙ୍କୁ ହତ୍ୟାକରିବା ଆଉ ଦରକାର ପଡ଼ିବ ନାହିଁ। ଫଳରେ ଏକ କ୍ରୂରତା, ବିଧ୍ୱଂସୀ ଏବଂ ବିପଜ୍ଜନକ ଶିଳ୍ପର ଶେଷ ଆମେ ଖୁବ୍‌ ଶୀଘ୍ର ଦେଖିବାର ଆଶା ପୋଷଣ କରିପାରିବା।
ପ୍ରାଧ୍ୟାପକ,ବାୟୋଏଥିକ୍ସ, ପ୍ରିନ୍‌ଷ୍ଟନ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri