ପରିବା ବିକାଳିରୁ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୭।୧୦: ଦୀପାବଳୀ ଅବସରରେ ଭାଜପା ନେତା ମନୋହର ଲାଲ ଖଟ୍ଟର ଦ୍ୱିତୀୟ ଥର ଲାଗି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ସହ ଭାଜପାକୁ ସମର୍ଥନ କରିଥିବା ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ମଧ୍ୟ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପଞ୍ଜାବି ପରିବାରରୁ ଆସିଥିବା ୬୫ ବର୍ଷୀୟ ଖଟ୍ଟର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଅନେକ ଦିନରୁ ଜଡିତ। ପିଲାଦିନୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ଖଟ୍ଟର କିନ୍ତୁ ଶେଷରେ ଏଥିରେ ସଫଳ ହୋଇ ପାରି ନ ଥିଲେ। ଚାଷୀ ଘରର ପିଲା ହୋଇଥିବାରୁ ଆର୍ଥିକ ଅନଟନରେ ସେ ସମୟ କାଟିଛନ୍ତି। ଆଉ ବାପା ଦାଦାଙ୍କୁ ସାହାଯ୍ୟ କରିବାକୁ ସେ ନିଜେ ପରିବା ବିକିଥିବା କୁହନ୍ତି। ହେଲେ ଆଜି ସେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ଏହା ତାଙ୍କ ପାଇଁ କୌଣସି ବଡ ସଫଳତାଠାରୁ କମ୍‌ ନୁହେଁ। ସୂଚନାଯୋଗ୍ୟ, ରବିବାର ଦିନ ୨ଟା ୧୫ ମିନିଟରେ ସେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଆଜି ପହଞ୍ଚିବ ତେଲେଙ୍ଗାନା

ନୂଆଦିଲ୍ଲୀ,୨୩ ।୧୦: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା ରବିବାର କର୍ନାଟକର ରାୟଚୁରରୁ ତେଲେଙ୍ଗାନାର ଗୁଡେବେଲ୍ଲୁର ପହଞ୍ଚିବ । ତେଲେଙ୍ଗାନାରେ ଏହି ପଦଯାତ୍ରା...

ମିଳିଲା ଗୁପ୍ତଧନ: ଶହେ ବର୍ଷ ତଳର ମାଟିପାତ୍ରରେ ୨,୫୯୫ ମୁଦ୍ରା

ଥିରୁଭାନନ୍ତପୁରମ୍‌,୭।୧୨: କେରଳର ଥିରୁଭାନନ୍ତପୁରମ୍‌ରେ ମାଟି ତଳୁ ମିଳିଛି ଗୁପ୍ତଧନର ସନ୍ଧାନ। ଶହେ ବର୍ଷ ପୁରୁଣା ମାଟି ପାତ୍ରରେ ୨,୫୯୫ ତମ୍ବା ମୁଦ୍ରା ବନ୍ଦ ଅବସ୍ଥାରେ ମିଳିଛି।...

ବଦଳିଲେ ଭାଜପାର ରାଜ୍ୟ ଅଧ୍ୟକ୍ଷ

ଭୋପାଳ,୧୫।୨: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେ.ପି. ନଡ୍ଡା କେତେକ ରାଜ୍ୟର ଅଧ୍ୟକ୍ଷଙ୍କୁ ବଦଳାଇଥିବା ଜଣାପଡ଼ିଛି। ଶନିବାର ରାକେଶ ସିଂହଙ୍କ ସ୍ଥାନରେ ବିଷ୍ଣୁ ଦତ୍ତ ଶର୍ମାଙ୍କୁ...

କୁକୁରର ହେଲା ଡିଏନ୍‌ଏ ଟେଷ୍ଟ, ଏହି କାରଣ ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ

ହୋଶଙ୍ଗାବାଦ,୨୨ା୧୧: ସାଧାରଣତଃ କୁକୁର ତା’ର ମାଲିକଙ୍କୁ ସହଜରେ ଚିହ୍ନି ପାରିଥାଏ। ମାତ୍ର ଯେତେବେଳେ ଏଥିରେ ବ୍ୟତିକ୍ରମ ଘଟେ ସେତେବେଳେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ।...

୩୫ ବର୍ଷ ପରେ ବନ୍ଦ ଘରୁ ମୁକୁଳିଲେ ମହିଳା

ଲକ୍ଷୌ,୧୦।୧୦: ଉତ୍ତର ପ୍ରଦେଶର ଫିରୋଜାବାଦ୍‌ରେ ଦୀର୍ଘ ୩୫ ବର୍ଷ ଧରି ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଏକ ଅଣସରକାରୀ ସଂଗଠନ (ଏନ୍‌ଜିଓ) ଉଦ୍ଧାର କରିଛି। ଚିକିତ୍ସା...

ନିପାର ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରୁ ଆସିବ ମୋନୋକ୍ଲୋନାଲ ଆଣ୍ଟିବଡି

ନୂଆଦିଲ୍ଲୀ୧୫।୯: ନିପା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଭାରତ ଅଷ୍ଟ୍ରେଲିଆରୁ ଆଉ ୨୦ରୁ ଅଧିକ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବ। ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବାହଲ...

ଆସାମର ୭ ଜିଲାରେ ସମ୍ପୂର୍ଣ୍ଣ ଲକଡାଉନ୍‌

ଗୁଆହାଟି,୬ ।୭: କରୋନା ସଂକ୍ରମଣକୁ ଦେଖି ଏବେବି ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ବଳବତ୍ତର ରହିଛି । କିଛି ରାଜ୍ୟରେ ଆଶିଂକ କୋହଳ କରାଯାଇଥିବା ବେଳେ...

ଗୁରୁଦାସପୁର ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ

ଗୁରୁଦାସପୁର,୪।୯: ପଞ୍ଜାବର ଗୁରୁଦାସପୁରରେ ଥିବା ଏକ ବାଣ କାରଖାନାରେ ବୁଧବାର ଏକ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଏଥିରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ...

Advertisement
Archives

Model This Week