ପରିବାର ଓ ଡାଇବେଟିସ୍‌

ଡାଇବେଟିସ୍‌ ଏକ ବିଶ୍ୱ ସ୍ବାସ୍ଥ୍ୟ ସମସ୍ୟା। ଏହା ଦ୍ରୁତ ହାରରେ ବଢି ଚାଲିଛି। ଏପରି କି ଭାରତ ପାଇଁ ଏହା ମହାମାରୀର ରୂପ ନେଲାଣି ବୋଲି ଚେତାବନୀ ଶୁଣେଇ ସାରିଛନ୍ତି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା। ଭାରତକୁ ଡାଇବେଟିସ୍‌ର ରାଜଧାନୀ ଭାବେ ମଧ୍ୟ ଅଭିହିତ କରାଯାଉଛି। ୧୯୮୦ ଦଶକଠାରୁ ଏହା ଆଉ ଥମିବାର ନାଆଁ ଧରୁନି।
ଅର୍ଥନୈତିକ ଅଭିବୃଦ୍ଧି ସୁଗମ କରିଦେଇଛି ଶିଳ୍ପାୟନକୁ। ଶିଳ୍ପାୟନ ଫଳରେ ମଣିଷ ହାତରୁ କାମ ଛଡେଇ ନେଇଛି ମେଶିନ। ଫଳରେ ସେ ଶାରୀରିକ ଶ୍ରମରୁ ମୁକ୍ତି ପାଇ ନିର୍ବାହ କରୁଛି ଆରାମପ୍ରଦ ଜୀବନ। ତା’ ସାଙ୍ଗକୁ ପରିବାରର ଆୟ ବଢିଯିବା ଯୋଗୁ ପାରମ୍ପରିକ ଖାଦ୍ୟ ଏବେ ପରିବାରରୁ ନିର୍ବାସିତ। ଖାଇବା ଥାଳିରେ ଗାଦି ମାଡ଼ି ବସିଛି ବେଶି ମିଠା, ତେଲ ଘିଅ, ଲୁଣ, ଫାଷ୍ଟଫୁଡ ଇତ୍ୟାଦି। ଶୋଷ ମେଣ୍ଟୁଛି କୋଲ୍ଡ ଡ୍ରିଙ୍କ ପିଇ। ଏଭଳି ପ୍ରତିକୂଳ ଜୀବନଶୈଳୀ ଯୋଗୁ ଡାଇବେଟିସ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ମସ୍ତିଷ୍କ ଷ୍ଟ୍ରୋକ ଓ କ୍ୟାନ୍‌ସର ଭଳି ଦୀର୍ଘକାଳୀନ ଅଣସଂକ୍ରାମକ ରୋଗଗୁଡିକ ପ୍ରାଦୁର୍ଭାବ ବିସ୍ତାର କରିଚାଲିଛନ୍ତି। ଆଉ ଏଗୁଡିକ ମଧ୍ୟରେ ସର୍ବୋଚ୍ଚ ଆସନ ଅଧିକାର କରିଛି ଡାଇବେଟିସ।
ଡାଇବେଟିସ ରୋଗର ନିର୍ଣ୍ଣୟ ଅତି ସହଜ ଓ ଶସ୍ତା ମଧ୍ୟ। ରକ୍ତରେ କେବଳ ଗ୍ଲୁକୋଜର ମାତ୍ରା ମାପି ରୋଗ ହୋଇଛି କି ନା ଜାଣି ନେଇ ହେବ। ଭାରତର ବଡ ବଡ ସହରରେ ବାସ କରୁଥିବା ୫୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତ ସଂପ୍ରତି ଡାଇବେଟିସର ଶିକାର।ସମାନ ସଂଖ୍ୟକ ବ୍ୟକ୍ତି ଡାଇବେଟିସ ଜାତ ହେବାର ପୂର୍ବ ସ୍ତରରେ ପହଞ୍ଚତ୍ଗଲେଣି।
ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ମଧୁମେହ ଦିବସ’ ବା ଓ୍ବାଲର୍‌ଡ ଡାଇବେଟିସ ଡେ ା ଏହି ଦିବସରେ ଭୂମିଷ୍ଠ ହୋଇଥିଲେ ଫ୍ରେଡେରିକ୍‌ ବ୍ୟାଣ୍ଟିଂ। ବ୍ୟାଣ୍ଟିଂ ଥିଲେ ଇନସୁଲିନର ଆବିଷ୍କର୍ତ୍ତା। ଚଳିତ ବର୍ଷର ଓ୍ବାଲର୍‌ଡ ଡାଇବେଟିସ ଡେ’ର ଥିମ୍‌ ବା ପ୍ରସଙ୍ଗ ହେଉଛି ‘ପରିବାର ଓ ଡାଇବେଟିସ୍‌’ ବା ‘ଫ୍ୟାମିଲି ଆଣ୍ଡ ଡାଇବେଟିସ’। ବାସ୍ତବରେ ପରିବାରରେ ଡାଇବେଟିସ ରୋଗୀ ଥିଲେ ପରିବାର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଥାଏ। ଅନ୍ୟପକ୍ଷରେ ପରିବାରର ସଦସ୍ୟମାନଙ୍କଠାରୁ ଆନ୍ତରିକ ସହଯୋଗ ମିଳିପାରିଲେ ରୋଗୀଠାରେ ରୋଗ ଓ ରୋଗର ଜଟିଳତା ନିୟନ୍ତ୍ରଣ ଯଥେଷ୍ଟ ସୁଗମ ହୋଇଯାଏ।
ଉଦାହରଣ ସ୍ବରୂପ, ପରିବାରରେ ଡାଇବେଟିସ ରୋଗୀ ଥିଲେ ତାଙ୍କ ଖାଦ୍ୟପେୟରେ କେତେକ ପରିବର୍ତ୍ତନ ଲୋଡାପଡେ। ତେଣୁ ରୋଗୀଙ୍କ ମନସ୍ତତ୍ତ୍ୱକୁ ସମ୍ମାନ ଦେଇ ତଥା ଆନୁଷଙ୍ଗିକ ସୁବିଧା ପାଇଁ ପରିବାରର ଅନ୍ୟ ସଦସ୍ୟମାନଙ୍କ ଖାଦ୍ୟ ମଧ୍ୟ ପରିବର୍ତ୍ତିତ ହୋଇଯିବା ସ୍ବାଭାବିକ ା ସେହିପରି ରୋଗୀଟିର ଆଖି, ହୃତ୍‌ପିଣ୍ଡ, ବୃକ୍‌କ କିମ୍ବା ପାଦରେ ଡାଇବେଟିସ ସମ୍ପର୍କିତ ଜଟିଳତା ପ୍ରକାଶ ପାଇଥିଲେ ଏହାର ମନସ୍ତାତ୍ତ୍ୱିକ ପ୍ରଭାବ କେବଳ ରୋଗୀଠାରେ ସୀମିତ ରହି ନ ଥାଏ। ପରିବାରର ଅନ୍ୟ ସମସ୍ତେ ମଧ୍ୟ ମାନସିକ ଚାପଗ୍ରସ୍ତ ରହିବା ପାଇଁ ବାଧ୍ୟ ହୋଇଥାନ୍ତି। ଏଥିରୁ ମୁକୁଳିବା ପାଇଁ ସେମାନଙ୍କର ଜୁ ନ ଥାଏ।
ଉଦାହରଣ ସ୍ବରୂପ, ଡାଇବେଟିସ ରୋଗୀଙ୍କୁ ମିଠା ଖାଇବା ପାଇଁ ବାରଣ କରାଯାଇଥିବାରୁ ପରିବାର ଅନ୍ୟମାନେ ମଧ୍ୟ ମିଠା ଖାଇବାରେ ନିଜକୁ ଅପରାଧୀ ବୋଲି ମନେକରିଥାନ୍ତି। କ୍ଷୀରା, ପିଠା, ମିଠା ଆଦି ବହୁଳ ଭାବରେ ଖିଆଯାଉଥିବା ପର୍ବପର୍ବାଣି ଗୁଡିକ ପରିବାରରେ ଧୁମ୍‌ ଧାମରେ ପାଳିତ ହୋଇପାରେ ନାହିଁ। ବିଭିନ୍ନ ଆଳ ଦେଖାଇ ଅନ୍ୟ ସଦସ୍ୟମାନେ ଏହାକୁ ସାଧାରଣ ଭାବରେ ପାଳି ଚଳେଇ ନେବା ନିମନ୍ତେ ବାଧ୍ୟ ହୋଇଥାନ୍ତି।
ତେବେ ମିଠା ନ ଖାଇଲେ ବି ମିଠା ଜିନିଷଗୁଡିକର କ’ଣ ବିକଳ୍ପ ନାହିଁ? ବିକଳ୍ପ ଅଛି। ଡାଇବେଟିସ୍‌ ରୋଗୀ ରହିଥିବା ପରିବାରକୁ ଉପହାର ଭାବେ ମିଠା ପରିବର୍ତ୍ତେ ପନିପରିବା ଓ ଆପଲଭଳି ଫଳ ନେଇ ହେବ। ନେଇହେବ ଆମଣ୍ଡ୍‌, ପିସ୍ତା, କାଜୁ ଓ ଚିନାବାଦାମ। ଆମଣ୍ଡ, ପିସ୍ତା, କାଜୁ ଓ ଚିନାବାଦାମରୁ ମିଳେ ବେଶି ପ୍ରୋଟିନ୍‌, ଖାଦ୍ୟତନ୍ତୁ। ଏଗୁଡ଼ିକରେ ରହିଥିବା ମନୋଅନୁସାଚରେଟେଡ୍‌ ଫ୍ୟାଟ୍‌ ଶରୀର ପାଇଁ ସ୍ବାସ୍ଥ୍ୟପ୍ରଦ। ଏଗୁଡ଼ିକ ରକ୍ତ ଗ୍ଲୁକୋଜର ମାତ୍ରା ବୃଦ୍ଧି କରନ୍ତିନି। କିନ୍ତୁ ଯୋଗାଇଥା’ନ୍ତି ଅଧିକ ଶକ୍ତି। କେବଳ ସେତିକି ନୁହେଁ, ଏଗୁଡ଼ିକ ହୃତ୍‌ପିଣ୍ଡକୁ ମଧ୍ୟ ସୁସ୍ଥ ରଖିଥାନ୍ତି। କାରଣ ଏହାକୁ ଖାଇଲେ ରକ୍ତରେ ଉତ୍ତମ କୋଲେଷ୍ଟରଲ ବୋଲି କୁହାଯାଉଥିତ୍ବା ଏଚ୍‌.ଡି.କୋଲେଷ୍ଟରଲ୍‌ର ମାତ୍ରାରେ ବୃଦ୍ଧି ଘଟିଥାଏ।
ସେହିପରି ଡାଇବେଟିସ୍‌ ରୋଗୀଙ୍କୁ ନିୟମିତ ବ୍ୟାୟାମ କରିବା ନିମନ୍ତେ ଚିକିତ୍ସକ ପରାମର୍ଶ ଦେଇଥା’ନ୍ତି। ନିୟମିତ ବ୍ୟାୟାମ କଲେ ରୋଗୀ ଶରୀରର ଓଜନ ଅନୁମୋଦିତ ସ୍ତରରେ ରହେ। ରକ୍ତରେ ଗ୍ଲୁକୋଜ ଓ ଫ୍ୟାଟର ମାତ୍ରା ନିୟନ୍ତ୍ରିତ ହୋଇ ରହେ। ଚାଲିବା ହେଉଛି ସବୁ ଦୃଷ୍ଟିରୁ ଅନୁକୂଳ ବ୍ୟାୟାମ। ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ଏକାଠି ମିଶି ଚାଲିବା ପାଇଁ ବାହାରିଗଲେ ଏହା ରୋଗୀ ପାଇଁ ଆଦୌ କ୍ଳାନ୍ତିକର କି ବିରକ୍ତିକର ବୋଧ ହୁଏ ନାହିଁ। ଏହା ଫଳରେ ରୋଗୀ ଉପକୃତ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଷ୍ଟ୍ରୋକ୍‌, ପୃଥୁଳତା ଆଦିର ନିବାରଣ ସୁଗମ ହୋଇଥାଏ।
ସେହିପରି ଯୋଗ, ଧ୍ୟାନ, ପ୍ରାଣାୟାମ ଓ ଘର ଭିତରେ ଏବଂ ଘର ବାହାରେ ଖେଳା ଯାଉଥିତ୍ବା ଖେଳରେ ରୋଗୀ ସହ ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିବାରେ ସୁଫଳ ମିଳେ। ଏକାଠି ମିଶି ହସଖୁସି କରିବା ଜୀବନ ପ୍ରତି ଏ ସକାରାମତ୍କ ମନୋଭାବ ପୋଷଣ କରିବାରେ ଅନୁକୂଳ ପ୍ରଭାବ ସମସ୍ତଙ୍କ ପାଇଁ ସୁଦୂରପ୍ରସାରୀ।
ଡାଇବେଟିସ୍‌ ରୋଗୀ ଅନେକ ସମୟରେ ନିଜ ଔଷଧ ଖାଇବା କଥା ଭୁଲିଯାଏ। ଏ କ୍ଷେତ୍ରରେ ରୋଗୀଙ୍କ ସ୍ବାମୀ/ସ୍ତ୍ରୀ କିମ୍ବା ସନ୍ତାନସନ୍ତତିମାନେ ରୋଗୀକୁ ଔଷଧ ଖାଇବା ବିଷୟରେ ମନେପକେଇ ଦେଇପାରିବେ। ଏହାଫଳରେ ରୋଗୀଠାରେ ଡାଇବେଟିସ୍‌ର ନିୟନ୍ତ୍ରଣ ସୁଗମ ହୋଇଯିବା ସଙ୍ଗେ ପରିବାର ମଧ୍ୟ ଏହାର ସୁଫଳ ଉପଭୋଗ କରିପାରିବ।
ଡାଇବେଟିସ୍‌ ରୋଗୀମାନେ ନିୟମିତ ସମୟ ବ୍ୟବଧାନରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ମଝିରେ ମଝିରେ ରକ୍ତର ଗ୍ଲୁକୋଜ, କୋଲେଷ୍ଟରଲ, ଟ୍ରାଇଗ୍ଲିସେରାଇଡ ଓ ପରିସ୍ରା ପରୀକ୍ଷା କରିବା ଦରକାର ପଡେ। ଦରକାର ପଡିପାରେ ଇ.ସି.ଜି ଓ ଅନ୍ୟାନ୍ୟ କେତେକ ଆନୁଷଙ୍ଗିକ ପରୀକ୍ଷା। ଯେଉଁ ରୋଗୀମାନେ ବର୍ଷକୁ ଅନ୍ତତଃ ତିନି ଚାରିଥର ଡାକ୍ତରଙ୍କ ସହ ପରାମର୍ଶ କରି ନିଜର ବିଭିନ୍ନ ପରୀକ୍ଷା ନିରୀକ୍ଷା କରେଇଥାନ୍ତି, ସେମାନେ ଡାଇବେଟିସ୍‌ଜନିତ ଜଟିଳତାଗୁଡିକ ନିବାରଣ କରିବା ସଙ୍ଗେ ସଙ୍ଗେ ଦୀର୍ଘ ସୁସ୍ଥ ଜୀବନ ଉପଭୋଗ କରିଥାନ୍ତି। ନିୟମିତ ଡାକ୍ତରୀ ପରାମର୍ଶ ଓ ପରୀକ୍ଷା ନିରୀକ୍ଷା କରେଇ ନେବାରେ ପରିବାର ସହଯୋଗ ଅପରିହାର୍ଯ୍ୟ ବିବେଚିତ ହୋଇଥାଏ।
ଅନେକ ଡାଇବେଟିସ୍‌ ରୋଗୀ ୯୦ ବର୍ଷ ବୟସ ଅତିକ୍ରମ କରିଯିବା କିମ୍ବା ଶତାୟୁ ହେବା ଏବେ ଆଉ ବିରଳ ଘଟଣା ହୋଇ ରହିନାହିଁ। ଅନେକେ ୫୦ରୁ ୬୦ ବର୍ଷଧରି ଡାଇବେଟିସ୍‌ ଭୋଗି ଆସୁଥିଲେ ମଧ୍ୟ ରହି ଆସୁଛନ୍ତି ବେଶ୍‌ ସୁସ୍ଥ ଏବଂ ଜଟିଳତା ମୁକ୍ତ। ତେବେ ଏଭଳି ସଫଳତା ଉପଭୋଗ କରିବା ପାଇଁ ଚାହିଁଲେ ରୋଗୀ ବର୍ଷକୁ ଅନ୍ତତଃ ନିଜର ଆଖି, ହୃତ୍‌ପିଣ୍ଡ, ବୃକ୍‌କ ଓ ପାଦର ପରୀକ୍ଷା କରେଇନେବା ବାଧ୍ୟତାମୂଳକ। ଏ ସବୁଥିରେ ପରିବାରର ଭୂମିକାକୁ ଆଦୌ ହେୟଜ୍ଞାନ କରି ହେବ ନାହିଁ। ପରିବାରର ସଦସ୍ୟାମାନଙ୍କ ସକ୍ରିୟ ସହଯୋଗ ହିଁ ଡାଇବେଟିସ୍‌ ରୋଗୀକୁ ଜଟିଳତାମୁକ୍ତ ରଖିପାରିବ।
ଡାଇବେଟିସ୍‌ ରୋଗକୁ ବେଳ ହୁଁ ନିର୍ଣ୍ଣୟ କରିପାରିଲେ ଓ ନିୟମିତ ଚିକିତ୍ସାରେ ରହିଲେ ଡାଇବେଟିସ୍‌ ଆଡ଼ୁ ବିପଦର ସମ୍ଭାବନା ଆଶାତିତ ଭାବରେ ହ୍ରାସ ପାଇଯିବ। ରୋଗୀଙ୍କ କ୍ଷେତ୍ରରେ ଯେକୌଣସି ଜଟିଳତାକୁ ବେଳ ହୁଁ ଚିହ୍ନଟ କରିପାରିଲେ ଏହାର ସମୁଚିତ ଚିକିତ୍ସା କରି ଦୁଃସ୍ଥିତିକୁ ବଦଳେଇ ଦିଆଯାଇପାରେ ମଧ୍ୟ।
ଡାଇବେଟିସ୍‌କୁ ଅନିୟନ୍ତ୍ରିତ ଭାବରେ ଛାଡ଼ିଦେଲେ ଏହାର ପରିଣାମ ଭୟଙ୍କର ହୋଇ ଉଠିବା ଆଦୌ ଅସମ୍ଭବ ନୁହେଁ। ଏପରିକି କ୍ଷେତ୍ର ବିଶେଷରେ ଏହା କେତେକ କ୍ୟାନ୍‌ସରଠାରୁ ମଧ୍ୟ ଅଧିକ ଭୀଷଣରୂପ ନେଇପାରେ।
ସେ ଯାହା ହେଉ ପରିବାର ଓ ଡାଇବେଟିସ୍‌ ପ୍ରସଙ୍ଗଟି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। କାରଣ କେବଳ ପରିବାରର ସକ୍ରିୟ ସହଯୋଗ ଦ୍ୱାରା ହିଁ ଡାଇବେଟିସ୍‌ ରୋଗୀ ଦୀର୍ଘ ଓ ସୁସ୍ଥଜୀବନ ନିର୍ବାହ କରିବା ନିମନ୍ତେ ସମର୍ଥ ହୋଇପାରିବ।

ଡା. ନିତ୍ୟାନନ୍ଦ ସ୍ବାଇଁ

ଅଭୀପ୍‌ସା: ସେକ୍ଟର-୬, ପ୍ଲଟ ନଂ. -୧୧୩୧
ଅଭିନବ ବିଡାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାମାୟଣ’ର ଧମାକା: ଆଡଭାନ୍ସ ବୁକିଂରେ…

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ: ପାର୍ଟ ୧’କୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି। ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ: ୬ ନଭେମ୍ୱର ଯାଏଁ ୫ ରାଶିଙ୍କୁ ପ୍ରଚୁର ଧନଲାଭ, ଭାଗ୍ୟରେ ଲାଗିଲା ଚାରଚାନ୍ଦ…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି ବିବେଚନା କରାଯାଏ। ସୂର୍ଯ୍ୟଙ୍କ ଚଳନ ବା ଗୋଚର ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ, ମାନ-ସମ୍ମାନ, କ୍ୟାରିୟର ଏବଂ କାର୍ଯ୍ୟକ୍ଷମତା ସହିତ ଜଡ଼ିତ।…

ଗୋଟିଏ ୱିକେଟ ନେଇ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି ଅର୍ଶଦୀପ ସିଂହ, ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ କଲେ ଏମିତି

ନୂଆଦିଲ୍ଲୀ,୨୮।୧୦: ମଙ୍ଗଳବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଗୋଟିଏ ୱିକେଟ ନେଇ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଇତିହାସ ପୃଷ୍ଠାରେ ନିଜ ନାମ…

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନିକ ତତ୍ପରତା

କୋରାପୁଟ, ୨୮।୧୦ (ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ତଦାରଖ ଜାରି ରହିଛି। ଜିଲାର…

କୋରାପୁଟରେ ୮୫୪.୩ ମିମି ବର୍ଷା

କୋରାପୁଟ, ୨୮/୧୦ (ଅମିତାଭ ବେହେରା): ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ବର୍ଷା ଜାରି ରହିଛି। ଗତକାଲି ସକାଳ ୮ଟାରୁ ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ଜିଲ୍ଲାର ୧୪ଟି…

ଗଞ୍ଜାମରେ ତାଣ୍ଡବ ରଚିଲା ବାତ୍ୟା ଅର୍ଣ୍ଣବ, ଭାଙ୍ଗିଲା ଇଲେକ୍ଟ୍ରି ଖୁଣ୍ଟ ସହ ବଡ଼ବଡ଼…

ଗଞ୍ଜାମ,୨୮ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ବଡ଼ ବଜାର ଠାରେ ଗତ ଅଗଷ୍ଟ ୩୧ରେ ଉଦ୍‌ଘାଟନ ହୋଇଥିବା ବିଦ୍ୟୁତ୍‌ ଖୁଣ୍ଟ ବୁଧବାର ପଡ଼ି…

ଭାରତୀୟ ରେଳବାଇର ବଡ଼ ଘୋଷଣା; ଏଣିକି ଟ୍ରେନରେ କରିପାରିବେନି ମୋବାଇଲ ଚାର୍ଜ, ଲାଗିଲା କଟକଣା

ନୂଆଦିଲ୍ଲୀ,୨୮।୧୦: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏବେ ଯାତ୍ରା କରିବା ସମୟରେ ରାତି ହେବା ପୂର୍ୱରୁ ହିଁ…

ବାତ୍ୟା ଅର୍ଣ୍ଣବ ପ୍ରଭାବ: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଫାଟିଲା ମହିଳାଙ୍କ ମୁଣ୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଗରିବ ପରିବାରଙ୍କ ପାଇଁ ବିପଦ ଡାକି ଆଣିଛି। ବର୍ଷାରେ ମାଟି କାନ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?