ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲ: ‘ଚୋରଙ୍କୁ ଖସାଇଛନ୍ତି ନିଜେ ଚୌକିଦାର’

ବାଲେଶ୍ୱର ଅଫିସ/ରେମୁଣା, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନରହରିପୁର ପଡ଼ିଆରେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।  ସେ କହିଥିଲେ, ବର୍ତ୍ତମାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଯେଉଁ ଭାଷଣ ଦେଉଛନ୍ତି ସେଥିରେ ୫ ବର୍ଷ ତଳର କୌଣସି କଥା ରହୁନାହିଁ।  ଗରିବଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଯିବ ବୋଲି କହି ସମସ୍ତଙ୍କୁ ସେ ଭୂଅଁା ବୁଲାଇଛନ୍ତି। ଏବେ ଧନୀମାନେ ଦେଶର ବ୍ୟାଙ୍କ ଆକାଉଣ୍ଟକୁ ଲୁଟି ଚାଲିଛନ୍ତି। କେତେକ ପ୍ରମୁଖ କମ୍ପାନୀ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ପାଇ ହଜାର ହଜାର କୋଟି ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ସେହି ଚୋରଙ୍କୁ ଦେଶରେ ଚୌକିଦାର ଫେରାର କରିବାରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି ା ବର୍ତ୍ତମାନ ଯେକୌଣସି ସ୍ଥାନକୁ ଗଲେ ଦେଶର ଚୌକିଦାରଙ୍କୁ ସମସ୍ତେ ଚୋର ବୋଲି ମଧ୍ୟ କହୁଛନ୍ତି। ଯଦି ଚୋରମାନେ ଏଭଳି ଭାବେ ହଜାର କୋଟି ନେଇ ଯାଉଛନ୍ତି, ତେବେ ଦେଶର ଗରିବ ଲୋକଙ୍କୁ ବର୍ଷକୁ ୭୨ହଜାର ଟଙ୍କା ଦିଆଯିବାରେ ଅସୁବିଧା କ’ଣ ବୋଲି ରାହୁଲ ପ୍ରଶ୍ନ କରିଥିଲେ ା ଅନ୍ୟପକ୍ଷେ ଭାଜପା ଓ ଆରଏସ୍‌ଏସ୍‌ର କାର୍ଯ୍ୟକଳାପ ଘୃଣା ସାଙ୍ଗକୁ ଦେଶରେ ଆକ୍ରୋଶ ଭାବ ବଢାଇଚାଲିଛି। ଏଭଳି ସ୍ଥିତିରେ କଂଗ୍ରେସ ଭାଇଚାରାର ନାରା ଦେଇ ପରିବର୍ତ୍ତନ ଆଣିବା ପାଇଁ ନିର୍ବାଚନ ଲଢୁଛି ବୋଲି ସେ କହିଥିଲେ।

ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ୪୫ ମିନିଟ୍‌ ବିଳମ୍ବରେ ସଭାସ୍ଥଳରେ ପହଞ୍ଚିଥିବାରୁ ସେ ପ୍ରଥମେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ବର୍ତ୍ତମାନ ବେରୋଜଗାରୀ, ଗରିବୀ ଓ କୃଷକଙ୍କୁ ଅବହେଳା କରାଯିବା ଦେଶର ପ୍ରମୁଖ ସମସ୍ୟା। କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦିଙ୍କ ସରକାର ଶ୍ରମିକ, କୃଷକ ଓ ଗରିବଙ୍କ ବିକାଶ କ୍ଷେତ୍ରରେ  ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ନୋଟବନ୍ଦୀ କାର୍ଯ୍ୟ ଯୋଗୁ ଯେଉଁ କ୍ଷତି ଘଟିଛି ତାହା ଅଧିକ ବେରୋଜଗାରୀ ବଢାଇଛି। ବିମୁଦ୍ରୀକରଣ ପରେ ଅନେକ କଳକାରଖାନା ବନ୍ଦ ହେବାରୁ ଶ୍ରମିକ, କର୍ମଚାରୀ କାମଧନ୍ଦା ହରାଇଛନ୍ତି। ୪୫ ବର୍ଷ ମଧ୍ୟରେ ଦେଶରେ ଏଭଳି ବେରୋଜଗାରୀ ସମସ୍ୟା କେବେ ଦେଖାଦେଇ ନ ଥିଲା। କଂଗ୍ରେସ କ୍ଷମତାକୁ ଆସିଲେ ବର୍ଷକ ମଧ୍ୟରେ ଖାଲି ପଡିଥିବା ୨୨ ଲକ୍ଷ ପ୍ରଶାସନିକ ପଦବୀ ପୂରଣ, ପଞ୍ଚାୟତ ଗୁଡିକରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଏବଂ ଗରିବଙ୍କ ପାଇଁ ନ୍ୟାୟ ଯୋଜନା କାର୍ଯ୍ୟକାରୀ କରିବ। ସେହିପରି ଗରିବଙ୍କ ପାଇଁ କାର୍ଯ୍ୟକାରୀ ହେବ ନ୍ୟାୟ ଯୋଜନା । ଯେଉଁ ଲୋକଙ୍କ ମାସିକ ଆୟ ୧୨ ହଜାରରୁ କମ୍‌ ସେମାନଙ୍କୁ ୩ ଲକ୍ଷ ୬୦ ହଜାର ଟଙ୍କା ଦିଆଯିବ। ଏହି ଟଙ୍କା ମହିଳାଙ୍କ ନାମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। କୃଷକଙ୍କୁ ଏବେ ଉତ୍ପାଦନର ଠିକ୍‌ ଲାଭ ମିଳୁନାହିଁ।  କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କ ପାଇଁ ନୂଆ ଆଇନ ପ୍ରଣୟନ କରିବ। କୌଣସି କୃଷକ ଋଣ ନେଇ ପରିଶୋଧ ନ କଲେ ଜେଲ୍‌ ଯିବାକୁ ପଡିବ ନାହିଁ। ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିବା ପରେ ମାତ୍ର ୧୦ ଦିନରେ କୃଷି ଋଣ ଛାଡ କରାଗଲା ବୋଲି ସେ କହିଥିଲେ।  ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ବିଶେଷ ସହାୟତା ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରି କଂଗ୍ରେସ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ।

ରାହୁଲ ହେଲିକପ୍ଟର ଯୋଗେ ଆସି ଅପରାହ୍ନ ସାଢ଼େ ୪ଟାରେ ସଭାସ୍ଥଳ ନିକଟ ହେଲିପ୍ୟାଡରେ ୁ ଅବତରଣ କରିବା ପରେ ତାଙ୍କୁ ଉପସ୍ଥିତ ନେତା ଓ କର୍ମୀ ସ୍ବାଗତ ଜଣାଇଥିଲେ। ସେଠାରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ସମ୍ପାଦକ ରୁଦ୍ର ରାଜୁ ସଭାପତିତ୍ୱ କରିଥିଲେ। ଜିଲା ସଭାପତି ଶରତ ରାଜ ସଭା ପରିଚାଳନା କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ମସ୍ତାନ ଅଲ୍ଲୀ, ଛତିଶଗଡର କୃଷିମନ୍ତ୍ରୀ ତଥା ଓଡିଶା ପ୍ରଭାରୀ ଟି.ଏସ. ସିଂହଦେଓ, କେନ୍ଦ୍ରୀୟ ନେତା ଆଦିତ୍ୟ ଶର୍ମା, ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦେବ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ଭକ୍ତ ଚରଣ ଦାସ, ସୁଶୀଳା ତିରିଆ, ସଞ୍ଜୀବ ଗିରି, ଅରୁଣ ଯେନା, ରାମଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ, ସୁଦର୍ଶନ ଦାସ, ବିଜନ ନାୟକ, ମାନସ ଦାସ ପଟ୍ଟନାୟକ, ପ୍ରତାପ ସେଠୀ, ମନୋଜମଞ୍ଜରୀ ଦେବୀ, ଦେବଯାନୀ ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ ା ଜିଲା ଉପସଭାପତି ତପନ ଦାସ ଧନ୍ୟବାଦ ଦେଇଥିଲେ। ଉଲ୍ଲେଖନୀୟ ଯେ, ରାହୁଲ ରେମୁଣା ସମାବେଶରେ ଶୁକ୍ରବାର ଅପରାହ୍ନ ୧ଟା ୧୫ ମିନିଟ୍‌ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ତାଙ୍କ ବିମାନରେ ତ୍ରୁଟି ଯୋଗୁ ବାଲେଶ୍ୱର ସଭାକୁ ଆସିବା ବିଳମ୍ବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ମାରି ମାଟି ତଳେ ପୋତିଥିଲେ ପୁଅ, ନିଖୋଜ ଥିଲେ ମା’ ଚମ୍ପାବତୀ, ୬ ଦିନ ପରେ ଘରକୁ ଫେରିଲେ

ଖଇରା,୨୪ା୬(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଗରସଙ୍ଗ ଗ୍ରାମରୁ ୬ଦିନ ତଳୁ ନିଖୋଜ ଥିବା ଚମ୍ପାବତୀ ବେହେରା(୭୦) ହଠାତ୍‌ ସୋମବାର...

ଫଡ଼ିଘର ମରାମତିରେ ଅନିୟମିତତା, ଶ୍ରମିକଙ୍କୁ ମିଳୁନି ଡିଏସ୍‌ ଟଙ୍କା

ଲୋଇସିଂହା,୨୩ା୬(ସୁଶାନ୍ତ ବାରିକ): କେନ୍ଦୁପତ୍ର ସଂଗ୍ରହ କରିବା ଇତିମଧ୍ୟରେ ଦେଢ଼ମାସ ବିତି ଗଲାଣି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା କେନ୍ଦୁପତ୍ର ରେଞ୍ଜ ଅଧୀନରେ କାର୍ଯ୍ୟରତ ଶ୍ରମିକଙ୍କୁ ପାଉଣା...

ବାଲେଶ୍ୱରରେ କୋହଳ ହେଲା କର୍ଫ୍ୟୁ, ଇଣ୍ଟରନେଟ୍‌ ପାଇଁ ସଂଘର୍ଷ

ବାଲେଶ୍ୱର ଅଫିସ,୨୩।୬ ( ମାନସ ବିଶ୍ୱାଳ)- ବାଲେଶ୍ବର ସହରରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି । ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ୫ରୁ ରାତି...

କଣ୍ଟେନରକୁ ପିଟି ହୁତୁହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମତେ ୪ ଗୁରୁତର

ରୂପସା, ୨୩।୬(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ୧୬ ନଂ ଜାତୀୟ ରାଜପଥର ରୂପସା ଥାନା ଅନ୍ତର୍ଗତ ଏବଂ ଢାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।...

ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ; ବ୍ରଡ୍ ବ୍ୟାଣ୍ଡ ସେବା ଆରମ୍ଭ, ମୋବାଇଲ ଇଣ୍ଟରନେଟ ସେବାରେ ରୋକ୍

ବାଲେଶ୍ଵର( ମାନସ ବିଶ୍ୱାଳ) ୨୨।୬: ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ମାମଲାରେ ଗତକାଲି ଠାରୁ କର୍ଫ୍ୟୁରୁ ଶିଳ୍ପାଞ୍ଚଳ ଥାନାକୁ ବାଦ ଦିଆଯାଇଥିବା ବେଳେ ଆଜି ସହଦେବଖୁଣ୍ଟା ଥାନା...

ମା’-ବାପାଙ୍କୁ ହତ୍ୟା କରି ପୋତିଦେଲା ପୁଅ

ସିମୁଳିଆ,୨୨।୬: ବାଲେଶ୍ୱର ଜିଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜନ୍ମ କଲା ପୁଅ ମା’-ବାପାଙ୍କୁ ଅତି ନୃଶଂସ ଭାବେ ହତ୍ୟା...

ବାଲେଶ୍ୱରରେ କର୍ଫ୍ୟୁ କଟକଣା କୋହଳ, ଆଜିଠୁ ଇଣ୍ଟରନେଟ ସେବା ଉପଲବ୍ଧ

ଭୁବନେଶ୍ୱର,୨୨।୬: ବାଲେଶ୍ୱରରେ ସ୍ଥିତି ସ୍ବାଭାବିକ ହେଉଛି। ଆଜିଠୁ ଲିଜ ଲାଇନ ସହ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ। ହେଲେ ମୋବାଇଲରେ ଇଣ୍ଟରନେଟ ସେବା ବନ୍ଦ...

ବାଲେଶ୍ୱରରେ ଆହୁରି କୋହଳ ହେଲା କର୍ଫ୍ୟୁ; ଏଣିକି ସକାଳ ୫ରୁ ଦିନ ୨ ଯାଏ…

ବାଲେଶ୍ୱର,୨୧।୬: ଧିରେ ଧିରେ ସ୍ବାଭାବିକ ହେଉଛି ବାଲେଶ୍ୱର ସ୍ଥିତି। ଏହାକୁ ଦୃଷ୍ଟିରେ ରଖି କର୍ଫ୍ୟୁକୁ ଆହୁରି କୋହଳ କରାଯାଇଛି। ଶନିବାରଠାରୁ ସକାଳ ୫ଟାରୁ ଦିନ ୨ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri