ପରିବର୍ତ୍ତନ ଅପେକ୍ଷାରେ

ଭାରତରେ ଲକ୍‌ଡାଉନ ୩ ମେ’ରେ ଶେଷ ହେଉଛି। କିନ୍ତୁ ୪ ମେ’ କିମ୍ବା ଏହାପରେ ସମ୍ଭବତଃ ପରିସ୍ଥିତି ସମାନ ନ ଥିବ। ଜୁନ୍‌ରେ ସ୍କୁଲ୍‌ ଖୋଲିବାକୁ ସ୍ଥିର କରାଯାଇଛି, କିନ୍ତୁ ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ୍‌କୁ ପଠାଇବେ ନାହିଁ। ଏଣୁ ଶିକ୍ଷା ବର୍ଷରେ ବିଶେଷକରି ପାଠପଢ଼ାରେ କ’ଣ ଘଟିବ ତାହା ସ୍ବଷ୍ଟ ଜଣାପଡୁଛି। ଆମ ଦେଶରେ ଭର୍ଚୁଆଲ କ୍ଲାସରୁମ୍‌ର ସୁବିଧା ନାହିଁ। ଏହାବାଦ୍‌ ପିଲାମାନେ ସ୍କୁଲରେ ଏକାଠି ଖେଳିବା ଓ ମିଳିମିଶି ରହିବାରେ ଭିନ୍ନ ଅନୁଭବ କରିଥାନ୍ତି। ଏହା ସେମାନଙ୍କ ପାଇଁ ବି ଏକ ମୁଖ୍ୟ ବିଷୟ। ଏହି ସପ୍ତାହରେ ଡେନ୍‌ମାର୍କରେ ସବୁ ସ୍କୁଲ୍‌ ଖୋଲାଯାଇଛି। ପିଲାମାନେ ୬ ଫୁଟ୍‌ ବ୍ୟବଧାନରେ ଡେସ୍କ୍‌ରେ ବସୁଛନ୍ତି। ଏହା ଭାରତରେ ଅଧିକାଂଶ ସ୍କୁଲରେ ସମ୍ଭବ ନୁହେଁ। ବହୁ ସମୟରେ ସ୍କୁଲରେ ଥିବା ରୁମ୍‌ଗୁଡିକରେ ବସିବାର ବ୍ୟବସ୍ଥା ନ ଥିବା ଦେଖିତ୍ବାକୁ ମିଳିଥାଏ। ଡେନ୍‌ମାର୍କରେ ବି ପିଲାମାନଙ୍କୁ ନ ଖେଳିବା ପାଇଁ କୁହାଯାଇଛି। କିନ୍ତୁ ବିନା ଦେଖାରଖାରେ ଏହା ସମ୍ଭବ ହୋଇପାରିବ କି? ସହଜେ ତ ଏମାନେ ପିଲା । ଅନ୍ୟମାନଙ୍କ ଉପସ୍ଥିତ ଏମାନଙ୍କ ମନରେ ଖେଳିିବା ଲାଗି ଉତ୍ସାହ ଓ ଆଗ୍ରହ ସୃଷ୍ଟି ହେବା ସ୍ବାଭାବିକ।
ସ୍କୁଲ୍‌ରେ ପିଲାମାନେ ସଂକ୍ରମିତ ହେବେ ନାହିଁ ବୋଲି ଏଭଳି ଗ୍ୟାରେଣ୍ଟି ନ ଦେଇ ସ୍କୁଲ ଖୋଲିଲେ କେତେ ଜଣ ଅଭିଭାବକ ସେମାନଙ୍କ ପିଲାଙ୍କ ଜୀବନକୁ ବିପଦକୁ ଠେଲିଦେବାକୁ ଚାହିଁବେ? ନିଶ୍ଚିତ ଭାବେ ପିଲା ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏହା ହେଲେ କ’ଣ ଘଟିବ? ପୁଣି ସ୍କୁଲ ପୂରା ବନ୍ଦ ହୋଇଯିବ ନା ଯେମିତି ଥିଲା ସେମିତି ଚାଲିବ? ଏହି ସମସ୍ୟା ପାଇଁ ଠିକ୍‌ ଉତ୍ତର ନାହିଁ। କ’ଣ କରିବାକୁ ହେବ ଓ କିଭଳି ସ୍ବାଭାବିକ ସ୍ଥିତି ଅଣାଯାଇପାରିବ ସେ ସମ୍ପର୍କରେ ଆମେ କେବଳ ଚେଷ୍ଟା କରିବା । ଡେନ୍‌ମାର୍କ ସରକାର ଏଭଳି ଚେଷ୍ଟାକରି କିଛି ନିଆରା କରିବାରେ ନିଜର ସାହସିକତା ଦେଖାଇଛନ୍ତି।
ଲୋକମାନେ ଯେତେବେଳେ କର୍ମକ୍ଷେତ୍ରକୁ ଫେରିବେ ସେଠାରେ ପରିସ୍ଥିତି ଭିନ୍ନ ରହିବ। ସାଧାରଣତଃ ମାନବସମ୍ବଳ ବିଭାଗଗୁଡିକ କମ୍ପାନୀ ନିୟମଗୁଡିକୁ ସଞ୍ଚାଳନ କରିଥାନ୍ତି। ଦରମା, ପଦୋନ୍ନତି ଓ ଇନ୍‌କ୍ରିମେଣ୍ଟ, କାର୍ଯ୍ୟସ୍ଥଳୀରେ ବିବାଦ ଓ ଯୌନ ନିର୍ଯାତନା ମାମଲା ଏବଂ ନିଯୁକ୍ତି ଦେବା ଆଦି କାର୍ଯ୍ୟ କରିଥାନ୍ତି। ମେ’ରୁ ଯେଉଁ ଦିଗଗୁଡିକ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ସେଥିପ୍ରତି ଏହି ବିଭାଗଗୁଡିକର ଅଭିଜ୍ଞତା ନାହିଁ। ଉଦାହରଣ ସ୍ବରୂପ, କର୍ମଚାରାମାନେ କାମକୁ ଯିବା ଉଚିତ କି? କମ୍ପାନୀ ଡ୍ରାଇଭର୍‌ମାନଙ୍କୁ ଅନୁମତି ଦିଆଯିବ କି? ଯଦି ଡ୍ରାଇଭର ସଂକ୍ରମତି ହୁଅନ୍ତି କିମ୍ବା କର୍ମଚାରୀଙ୍କୁ ବାହାର କରିଦିଆଯାଏ ତେବେ କିଏ ଦାୟିତ୍ୱ ବହନ କରିବେ? ଦେଖିବାକୁ ଗଲେ ଲକ୍‌ଡାଉନ ପରେ କମ୍ପାନୀଗୁଡିକ ସେମାନଙ୍କ ଢାଞ୍ଚାରେ ପରିବର୍ତ୍ତନ କରିବାକୁ ଚାହିଁବେ। କିନ୍ତୁ ଅଧିକାଂଶ କମ୍ପାନୀର ଏହି କ୍ଷମତା ନାହିଁ। ବର୍ଷ ବର୍ଷ ଧରି ଶପ-ଫ୍ଲୋର୍ସ ଏବଂ ଆସେମ୍ବ୍ଲିଂ ଲାଇନ ଆଦି କମ୍ପାନୀଗୁଡିକ ସେମାନଙ୍କର ସର୍ବାଧିକ ଦକ୍ଷତା ନିଶ୍ଚିତ କରିପାରିଛନ୍ତି। ହେଲେ ସେମାନେ କୌଣସି ସଂକ୍ରମଣ ଦୂର କରିବା ଉପରେ ଗୁରୁତ୍ୱ ଦେଇନାହାନ୍ତି କି ଏ ବାବଦରେ ଅଭିଜ୍ଞତା ବି ନାହିଁ। ଏବେ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ନିୟମ ବାଧ୍ୟତାମୂଳକ କରାଯିବାବେଳେ କିଭଳି ସେମାନେ କାମ ଆରମ୍ଭ କରିବେ? ଏହି ଜଟିଳ ପ୍ରଶଗୁଡିକର ଉତ୍ତର ନାହିଁ। କାର୍ଯ୍ୟସ୍ଥଳୀ ଓ ଅଫିସଗୁଡିକରେ ସମାନତା ନାହିଁ। ଏଣୁ ପ୍ରତ୍ୟକ କମ୍ପାନୀ ଓ ସଂସ୍ଥା ନିଜର ନୀତି ଓ ନିୟମ ଗଢିବା ଉଚିତ। କିନ୍ତୁ ଅନେକଙ୍କର ଏହା କରିବାକୁ କ୍ଷମତା ରହିବ ନାହିଁ। ସୁରକ୍ଷା ଓ ରୋଗ ନିବାରଣ ଲାଗି ବିଶେଷଜ୍ଞ ଦରକାର। ଏଚ୍‌ଆର୍‌ ବିଭାଗ କିମ୍ବା ଅନ୍ୟ ବିଭାଗର ଲୋକମାନଙ୍କର ଏ କ୍ଷେତ୍ରରେ ମଧ୍ୟ କୌଣସି ଅଭିଜ୍ଞତା ନାହିଁ।
ଭାରତକୁ ଏକ ମବ୍‌ ଭାବେ ବିଶିଷ୍ଟ ଲେଖକ ସଲମାନ ରଶ୍‌ଡି କର୍ଣ୍ଣନା କରିଥିଲେ। ଯିଦଓ ଏହାକୁ ମଜାରେ କୁହାଯାଇଥିଲା, ଏହା ପୂରା ଠିକ୍‌। ନିତିଦିନଆ ବଜାରରେ ହେଉ ଅବା ରାଜନୈତିକ ରାଲି କିମ୍ବା ଧାର୍ମିକ ପୀଠରେ ଅଧିକ ସଂଖ୍ୟାରେ ଏକାଠି ହେବା ଆମ ଜୀବନଶୈଳୀକୁ ନିରୂପଣ କରେ। ୪ ମେ’ରେ ଏହି ସ୍ଥାନଗୁଡିକରେ କ’ଣ ଘଟିବ? ଆମେ ଯେଉଁ ଭଳି ଭାବେ ରହିଛେ ସେଥିରୁ ହଠାତ ବହାରି ଆସିବା ପରେ ସେତେବେଳେ ଆମର ଓ ଆମ ସମାଜର କ’ଣ ହେବ? ଏଭଳି ଅନେକ ପ୍ରଶ୍ନ ମନକୁ ଆସେ। ପୃଥିବୀରେ ଅସମାନତା ଥିବା ଅଧିକାଂଶ ସମାଜରେ ଏହି ରୋଗ କ’ଣ ଅଧିକ ସମାନତା ଆଣିପାରିବ? ପ୍ରକୃତ କଥା ହେଉଛି ଧନୀ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବେ। ଏହା ସବୁବେଳେ ହିଁ ରହି ଆସିଛି। ଯଦି ଗରିବମାନେ ସେମାନଙ୍କ ପାଇଁ କିଛି ତ୍ୟାଗ କରାଯାଇନି କି ଧନୀ ଭଳି ସେମାନଙ୍କୁ ସମ୍ମାନ ମିଳିନି ବୋଲି ଦାବି କରିବେ ତେବେ କେଉଁ ପରିବର୍ତ୍ତନ ହେବ। ଦେଶରେ ଯେତେବେଳେ ଲକ୍‌ଡାଉନ ଲାଗୁ କରାଗଲା ବିନା ଟଙ୍କା, ଖାଦ୍ୟ ଓ କାମରେ ଥିବା ଲକ୍ଷ ଲକ୍ଷ ଗରିବ ଲୋକଙ୍କ ପାଇଁ ଦେଶ ଅନେକ କିଛି ତ୍ୟାଗ କରିଛି ବୋଲି ଗ୍ରହଣ କରିବା ଉଚିତ। ବିନା ବାଧାରେ ତ୍ୟାଗର ଧାରା ଜାରି ରଖିବା ସରାକରଙ୍କ ପାଇଁ ସହଜ ନୁହେଁ । ଅର୍ଥାତ ମୋ ମତରେ ଏବେ ଏହାଦ୍ୱାରା ସମାନତା ଆଣିବାର ସୁଯୋଗ ରହିଛି ଓ ଏକ ସମ୍ଭାବନା ମଧ୍ୟ ଦେଖାଦେଇଛିି। ଏହି ସଂକଟ ଯେତେଦିନ ଲାଗି ରହିବ ତାହା ଦେଶ, ବ୍ୟବସ୍ଥା ଓ ଲୋକମାନଙ୍କୁ ପରିବର୍ତ୍ତନ କରିବା ସହ ତାକୁ ଗ୍ରହଣ କରିବାକୁ ସେତେ ଅଧିକ ଚାପ ସୃଷ୍ଟି କରିବ। ଶେଷ କଥା ହେଉଛି ପରିବର୍ତ୍ତନ କେଉଁ ହାରରେ ଘଟୁଛି ତାହା ଲକ୍ଷ୍ୟ କରିବା । ଏବକାର ପିଢି ବିକଶିତ ଇଣ୍ଟରନେଟ ଓ ମୋବାଇଲ ଟେଲିଫୋନ ଦେଖିଛନ୍ତି ଓ ଏଥିପାଇଁ ଦୁଇ ଦଶନ୍ଧି ଲାଗିଥିଲା। କିନ୍ତୁ ଏବେ ଏହି ପରିବର୍ତ୍ତନ କିଛିଦିନ ମଧ୍ୟରେ ସମସ୍ତଙ୍କୁ ଗ୍ରହଣ କରିବାକୁ ବାଧ୍ୟ କରିଛି। ଏହି କାରଣରୁ ଉକ୍ତ ପରିବର୍ତ୍ତନ କଠିନ ହେବ ଏବଂ ବହାରକୁ ଜଣାପଡିବ। ଆମ ସଂସ୍କୃତିରେ ଶହନଶୀଳତାଠାରୁ ଆରମ୍ଭ କରି ଅନୁଶାସନହୀନ ବ୍ୟବସ୍ଥାରେ ସମ୍ଭବତଃ ପରିବର୍ତ୍ତନ ହେବ। ଦାୟିତ୍ୱହୀନ ଭାବେ ଅନ୍ୟ ଜଣଙ୍କ ଜୀବନ ପ୍ରତି ବିପଦ ଆଣୁଥିବା ବ୍ୟକ୍ତିଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାପାଇଁ ସେମାନଙ୍କୁ ବାଧ୍ୟ କରିବାରେ ଲୋକମାନେ ସଂକୋଚ ପ୍ରକାଶ କରିବେ ନାହିଁ। ଏହା ସର୍ବସାଧାରଣ ସ୍ଥାନରେ ଛେପ ପକାଇବା କିମ୍ବା ଟ୍ରାଫିକରେ ଦୁର୍ବ୍ୟବହାର କରିବା ଭଳି କଥା ନୁହେଁ। ଆମେ ପ୍ରତ୍ୟେକେ ଅନ୍ୟମାନଙ୍କ ପାଇଁ ଉତ୍ତରଦାୟୀ। ଏହା ହିଁ ସବୁଠୁ ବଡ ପରିବର୍ତ୍ତନ ଯାହା ଆମ ଉପରେ ଚାପ ପକାଇବା ଯାଉଛି। ଏହା ଭଲ ପାଇଁ ଓ ଏହି ବିପର୍ଯ୍ୟୟ ମେ’ ସକାଳୁ ଆମକୁ ବଦଳାଇ ଦେଉ ବୋଲି ଆଶାକରାଯାଏ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri