Posted inଜାତୀୟ

ପରିଜନଙ୍କୁ ଶେଷଥର ସାକ୍ଷାତ୍‌ କରିବାକୁ ନିର୍ଭୟା ଦୋଷୀଙ୍କୁ ଅନୁମତି ଦେଲେ ଜେଲ ପ୍ରଶାସନ

ନୂଆଦିଲ୍ଲୀ,୨୨।୨: ବହୁ ଚର୍ଚ୍ଚିତ ନିଭୟା ଗଣବଳାତ୍କାର ମାମଲାର ୪ ଦୋଷୀ ଏବେ ଫାଶୀଦଣ୍ଡ ପାଇଁ ଦିନ ଗଣୁଛନ୍ତି। ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଏମାନଙ୍କୁ ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ତେବେ ଫାଶୀ ହେବା ପୂର୍ବରୁ ତିହାର ଜେଲ ପ୍ରଶାସନ ଏହା ପୂର୍ବର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲ ପ୍ରଶାସନ ଉତ୍ତର ପ୍ରଦେଶ ଜେଲରୁ ଜହ୍ଲାଦ ଆଣିବା ଲାଗି ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ ରହିଛି ଫାଶୀ ଦେବାର ତାରିଖ ଅର୍ଥାତ୍‌ ମାର୍ଚ୍ଚ ୩ର ଦୁଇଦିନ ପୂର୍ବରୁ ଜହ୍ଲାଦଙ୍କୁ ତିହାର ଜେଲ ପଠାଯାଉ। ସେହିପରି ନିର୍ଭୟା ମାମଲାର ୪ ଦୋଷୀ ସେମାନଙ୍କ ପରିଜନଙ୍କୁ ଭେଟିବାକୁ ଚିଠି ଲେଖାଯାଇଛିି। ଏଥିପାଇଁ ସେମାନଙ୍କ ପରିଜନ କେବେ ଭେଟିବେ ସେ ସମ୍ପର୍କରେ ଜଣାଇବା ପାଇଁ ପ୍ରଶାସନ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ତେବେ ଗୋଟିଏ ଦିନରେ ସମସ୍ତ ଦୋଷୀଙ୍କ ପରିଜନ ଏକାଠି ସେମାନଙ୍କୁ ସାକ୍ଷାତ୍‌ କରିବେ କି ନା ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଶେଷ ସାକ୍ଷାତ୍‌କାର ପୂର୍ବରୁ ଦୋଷୀମାନେ ସେମାନଙ୍କ ପରିଜନଙ୍କ ସହ ସପ୍ତାହରେ ୨ ଥର ସାକ୍ଷାତ୍‌ କରିପାରିବେ। ଶେଷ ସାକ୍ଷାତ୍‌କାର ପରେ କେବଳ ଡାକ୍ତର ଅବା ଜେଲ ପ୍ରଶାସନ ଦୋଷୀଙ୍କୁ ସାକ୍ଷାତ୍‌ କରିବାର ନିୟମ ରହିଛି। ତେବେ ଏହି ମାମଲାର ଦୋଷୀ ମୁକେଶ ଓ ପବନ କହିଛନ୍ତି ସେମାନେ ଫେବୃୟାରୀ ୧ ପୂର୍ବରୁ ସେମାନଙ୍କ ପରିଜନଙ୍କ ସହ ସାକ୍ଷାତ୍‌ କରିସାରିଛନ୍ତି। ଏବେ ପର୍ଯ୍ୟନ୍ତ ବିନୟ ଓ ଅକ୍ଷୟ ପରିଜନଙ୍କ ସହ ସାକ୍ଷାତ୍‌କାରକୁ ନେଇ କିଛି କହି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଉପରେ କେବେ ହେବ ଚର୍ଚ୍ଚା? ମୋଦିଙ୍କୁ ପ୍ରଶ୍ନ କଲେ ଖାର୍ଗେ

ନୂଆଦିଲ୍ଲୀ,୧୭।୧୨: ଚାଇନା ବିବାଦକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଖାଗେର୍ର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌...

ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ ମହିଳାଙ୍କ ତ୍ୱଚାକୁ ରଖେ ସୁନ୍ଦର: ମେନକା ଗାନ୍ଧୀଙ୍କ ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୨।୪ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏମ୍‌ପି ମେନକା ଗାନ୍ଧୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି,...

ଛଅ ବର୍ଷ ପରେ ନିର୍ବାଚନ ଲଢିବେ ଶାହନବାଜ

ନୂଆଦିଲ୍ଲୀ,୧୭ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ଏହାର ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୟଦ ଶାହନବାଜ ହୁସେନଙ୍କୁ ବିହାର ବିଧାନ ପରିଷଦ ଉପନିର୍ବାଚନ ପାଇଁ...

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତିି। ରାଷ୍ଟ୍ରପତି ଏହି...

ଟଙ୍କା ପାଇଁ କରିଥାନ୍ତେ ବିସ୍ଫୋରଣ

ଚଣ୍ଡିଗଡ଼,୯।୫: ପଞ୍ଜାବର ତରନତାରନ ସାହିବ ଜିଲାରୁ ପୋଲିସ ବିସ୍ଫୋରକ ସାମଗ୍ରୀ ସମେତ ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦ୍ୱୟ ହେଲେ ଗୁଜ୍ଜରପୁରାର ବଲଜିନ୍ଦର...

ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ରାହୁଲ ଗାନ୍ଧୀଙ୍କୁ ପଠାଇଲେ କେଶ, ଜାଣନ୍ତୁ କାହିଁକି

ଭୋପାଳ, ୨୦।୨: ମଧ୍ୟ ପ୍ରଦେଶର ଭୋପାଳରେ ଜଣେ ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ତାଙ୍କ କେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି। ଦୀର୍ଘ...

ଅତିକ ଅହମଦଙ୍କୁ ଶହୀଦ କହିବା ସହ ଭାରତ ରତ୍ନ ଦେବାକୁ ଦାବି କଲେ କଂଗ୍ରେସ ନେତା

ପ୍ରୟାଗରାଜ,୧୯।୪: ଉତ୍ତର ପ୍ରଦେଶର ପୋଲିସ କଷ୍ଟଡିରେ ମୃତ୍ୟୁ ହୋଇଥିବା ମାଫିଆ ଅତିକ ଅହମଦଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି। କଂଗ୍ରେସର ଜିଲା ପରିଷଦ ପ୍ରାର୍ଥୀ...

କାମେଶ୍ୱର ଚୌପାଲ ହୋଇପାରନ୍ତି ବିହାର ଉପମୁଖ୍ୟମନ୍ତ୍ରୀ

ପାଟନା,୧୩।୧୧: ବିହାରରେ ବିଧାନସଭା ନିର୍ବାଚନର ଫଳାଫଳ ସହିତ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରାବର ଏନଡିଏ ନେତାମାନେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।...

Advertisement
Archives

Model This Week