Posted inଜାତୀୟ

ପରାଧୀନ ଭାରତରେ ବନ୍ଦେ ମାତରମ୍‌ କହିବାକୁ ଭୟ କରୁଥିବା ଲୋକେ ଆଜି ଦେଶର କରୁଛନ୍ତି ବିଭାଜନ: ଜାଭେଦ୍‌ ଅଖତର

ପାଟନା,୨୮।୪: ପରାଧୀନ ଭାରତରେ ବନ୍ଦେ ମାତରମ୍‌ କହିବାକୁ ଭୟ କରୁଥିବା ଲୋକେ ଆଜି ଭାଜପାରେ ରହି ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବା ସହିତ ବିଭାଜନ କରିବାର ପ୍ରୟାସ କରୁଛନ୍ତି। ଭାଜପା ଦେଶରେ ଏକ ଖରାପ ସ୍ଥିତି ସୃଷ୍ଟି ଉତ୍ପନ୍ନ କରିଛି। ବିହାର ବେଗୁସରାଇ ଲୋକ ସଭା ଆସନରେ ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବା ସମୟରେ ଗୀତିକାର ଜାଭେଦ୍‌ ଅଖତର ଏଭଳି ଅଭିଯୋଗ କହିଛନ୍ତି। ଭୋଟରଙ୍କୁ ଜାତି ଆଧାରରେ ଭୋଟ ଦେବାକୁ ଭାଜପା ପ୍ରୋତ୍ସାହିତ କରୁଛି। ଏପରି କରି ଦେଶର ସମ୍ବିଧାନ ତଥା ଗଣତନ୍ତ୍ରର ବିରୋଧ କରାଯାଉଥିବା ସେ କହିଛନ୍ତି। ପରାଧୀନ ଭାରତକୁ ସ୍ବାଧୀନ କରିବା ପାଇଁ ଦେଶର ସବୁ ବର୍ଗର ଲୋକେ ମିଳିତ ଭାବେ ଆଗେଇ ଆସିଥିବାବେଳେ ଏବେ ଭାଜପା ସେମାନଙ୍କୁ ଅଲଗା ଅଲଗା କରିବାର ଯୋଜନା କରୁଛି। ଭାଜପା ଶାସନରେ ଗରିବ ଅଧିକ ଗରିବ ହୋଇଥିବାବେଳେ ଧନୀ ଅଧିକ ଧନୀ ହୋଇଛନ୍ତି। ଦେଶର ଏକ ପ୍ରତିଶତ ଲୋକଙ୍କ ପାଖରେ ମୋଟ ସମ୍ପତ୍ତିର ୭୧ ପ୍ରତିଶତ ଗଚ୍ଛିତ ରହିଛି। ଫଳରେ ଅର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି ବୋଲି ଅଖତର ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୃଣା ବକ୍ତବ୍ୟ ସମ୍ବିଧାନ ଉପରେ ଆକ୍ରମଣ, ରାଜନୈତିକ ଦଳ ସଦସ୍ୟଙ୍କ ଉପରେ ନିୟନ୍ତ୍ରଣ ଆଣିବା ଜରୁରୀ: ବିଚାରପତି ନାଗରତ୍ନା…

ନୂଆଦିଲ୍ଲୀ,୩।୧ : ଜଣେ ମନ୍ତ୍ରୀଙ୍କ ଘୃଣା ଭାଷଣ ପାଇଁ ସୁପ୍ରିମ୍‌କୋର୍ଟ ବିଚାରପତି ବି.ବି. ନାଗରତ୍ନା ସରକାରଙ୍କୁ ଉତ୍ତରଦାୟୀ ବୋଲି କହିଛନ୍ତି। ଘୃଣାର ବକ୍ତବ୍ୟ ସ୍ବାଧୀନତା, ସମାନତା...

ପଡ଼ୋଶୀଙ୍କ ନାଁରେ କୁକୁର ପାଳିବାରୁ ମହିଳାଙ୍କୁ ନିଆଁ ଲଗାଇ ଦେଲେ

ଭାବନଗର(ଗୁଜରାଟ),୨୧।୧୨: ଏକ କୁକୁର ଛୁଆର ନାଁକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଜାଳି ଦେଇଛନ୍ତି ତାଙ୍କ ପଡ଼ୋଶୀ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା...

ଜଙ୍ଗଲରେ ପୋତା ଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ, ଉଗ୍ରବାଦୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେଶନ ଜାରି…

ଗୁଆହାଟୀ,୨୨।୧୦ : ଆସାମ ପୋଲିସ ଶନିବାର କାର୍ବି ଆଙ୍ଗଲୋଙ୍ଗ ଜିଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛି। ପୋଲିସ ଅଧୀକ୍ଷକ ସଞ୍ଜତବ ସାଇକିଆ...

ଆଇଏସ୍‌ ଲିଙ୍କ୍‌ ନେଇ ୬ ରାଜ୍ୟରେ ଚଢାଉ

ନୂଆଦିଲ୍ଲୀ,୩୧।୭: ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌)ର କାର୍ଯ୍ୟକଳାପ ସମ୍ପୃକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ୬ ରାଜ୍ୟରେ ଚଢାଉ କରିଛି। ଏହି...

୧୯ ମାସର ଶିଶୁପୁତ୍ରଙ୍କୁ ସରକାର ଦେଲେ ବୀରତା ପୁରସ୍କାର: ଜଙ୍ଗଲ ନିଆଁ ଲିଭାଇବା ସମୟରେ ପିତାଙ୍କର ଘଟିଥିଲା ମୃତ୍ୟୁ

ସିଡ୍‌ନୀ,୩।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁ ଲାଗି ରହିଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ଦମକଳ ବାହିନୀ କର୍ମଚାରୀ ଜ୍ୟୋଫ୍ରି କିଟନ୍‌ଙ୍କ ମୃତ୍ୟୁ ଘଟିଥିଲା। ଜ୍ୟୋଫ୍ରିଙ୍କ...

ସୁପ୍ରିମକୋର୍ଟରୁ କବିତାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ବିଆରଏସ ନେତା କବିତା ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଇଡିର ସମନ ବିରୋଧରେ କବିତାଙ୍କ ପିଟିଶନ ଉପରେ ଶୁଣାଣି...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ମୋହନ

ହାଇଦ୍ରାବାଦ,୩୦।୫: ଓ୍ବାଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜୟଓ୍ବାଡାଠାରେ...

ବାୟୁସେନାର ଏଏନ୍‌-୩୨ ବିମାନ ନିଖୋଜ

ଜୋରହାଟ,୩।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଯିବା ପାଇଁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ମଧ୍ୟାହ୍ନ...

Advertisement
Archives

Model This Week