Posted inଜାତୀୟ

ପରସ୍ପରକୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ: ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନ୍‌ପୁରୀ,୨୦ା୪(ପି.ଟି.): ଦୀର୍ଘ ୨୪ ବର୍ଷର ଶତ୍ରୁତାକୁ ଭୁଲି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଉତ୍ତରପ୍ରଦେଶର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓ ମୁଲାୟମ୍‌ ସିଂ ଯାଦବ। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି (ଏସ୍‌ପି) ପ୍ରତିଷ୍ଠାତା ମୁଲାୟମ ଶୁକ୍ରବାର ମୈନ୍‌ପୁରୀର ଏକ ନିର୍ବାଚନୀ ସଭାରେ ଗୋଟିଏ ମଞ୍ଚରେ ଏକତ୍ରିତ ହେବା ଜାତୀୟ ରାଜନୀତିର ସବୁଠୁ ଚର୍ଚ୍ଚିତ ଘଟଣା ପାଲଟିଛି। ମାୟାବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ନକଲି ନେତା’ ବୋଲି ସମାଲୋଚନା କରିବା ସହ ମୁଲାୟମ୍‌ଙ୍କୁ ପଛୁଆ ବର୍ଗର ଜଣେ ‘ପ୍ରକୃତ ନେତା’ ଭାବେ ଅଭିହିତ କରିଛନ୍ତି। ଏହାସହ ସେ ମୁଲାୟମ୍‌ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷରେ ମାୟାବତୀଙ୍କ ଋଣ କେବେ ଭୁଲି ପାରିବେନାହିଁ ବୋଲି କହି ପ୍ରଶଂସାରେ ତାଙ୍କୁ ପୋତି ଦେଇଛନ୍ତି ୭୯ ବର୍ଷୀୟ ମୁଲାୟମ୍‌।
ଏସ୍‌ପି-ବିଏସ୍‌ପି ମଧ୍ୟରେ ମେଣ୍ଟ ହୋଇଥିଲା। ଦୁଇ ଦଳ ମିଶି ଦୁଇବର୍ଷ ସରକାର ଚଳାଇଥିଲେ। ୧୯୯୫ ମେ ମାସରେ ଲକ୍ଷ୍ନୌସ୍ଥିତ ଭିଭିଆଇପି ଗେଷ୍ଟ ହାଉସ୍‌ରେ ଏସ୍‌ପି କର୍ମୀମାନେ ମାୟାବତୀଙ୍କୁ ଦୁର୍ବ୍ୟବହାର ଦେଖାଇବା ପରେ ମେଣ୍ଟ ଭାଙ୍ଗିଯାଇଥିଲା। ସେବେଠୁ ଦୁଇନେତା ପରସ୍ପରକୁ କେବେ ଚାହିଁ ନ ଥିଲେ। ଏହାର ୨୪ ବର୍ଷ ପରେ ରାଜନୀତିର ବାଧ୍ୟବାଧକତା ଉଭୟଙ୍କୁ ପୁଣି ଏକାଠି କରିଛି ଗୋଟିଏ ମଞ୍ଚରେ। ଖ୍ରୀଷ୍ଟିୟାନ୍‌ କଲେଜ ଗ୍ରାଉଣ୍ଡରେ ଆୟୋଜିତ ସଭାରେ ତାଙ୍କ ସହ ସାମିଲ ହୋଇଥିଲେ ମହାମେଣ୍ଟର ସୂତ୍ରଧର ତଥା ଏସ୍‌ପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ। ଏସ୍‌ପି-ବିଏସ୍‌ପି-ଆର୍‌ଏଲ୍‌ଡି ମହାମେଣ୍ଟ ପକ୍ଷରୁ ମୈନ୍‌ପୁରୀ ଲୋକ ସଭା ଆସନର ପ୍ରାର୍ଥୀ ହୋଇଥିବା ମୁଲାୟମ୍‌ ମଞ୍ଚ ଉପରକୁ ଆସିବାବେଳେ ମାୟାବତୀ ତାଙ୍କୁ ଛିଡ଼ାହୋଇ ସ୍ବାଗତ କରିଥିଲେ। ଏସ୍‌ପିର ଦୁର୍ଗ ଭାବେ ପରିଚିତ ମୈନ୍‌ପୁରୀରେ ‘ମାୟାବତୀ ଜୀ’ଙ୍କୁ ସବୁବେଳେ ସମ୍ମାନ ଦେବାକୁ ଦଳୀୟ ସମର୍ଥକଙ୍କୁ ମୁଲାୟମ୍‌ ପରାମର୍ଶ ଦେଇଥିଲେ। ମୁଲାୟମ୍‌ କହିଥିଲେ, ଅନେକ ଦିନ ପରେ ମାୟାବତୀଙ୍କ ସହ ଗୋଟିଏ ମଞ୍ଚରେ ଛିଡ଼ା ହୋଇଛି। ଶେଷଥର ପାଇଁ ନିର୍ବାଚନ ଲଢ଼ୁଥିବାରୁ ବିପୁଳ ଭୋଟରେ ବିଜୟୀ କରିବାକୁ ସେ ମତଦାତାଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଦେଶରେ ବଢ଼ିଚାଲିଥିବା ନାରୀ ନିର୍ଯାତନାକୁ ନେଇ କେନ୍ଦ୍ର ଉପରେ ସେ ବର୍ଷିଥିଲେ। ତେବେ ୧୯୯୫ ଘଟଣାକୁ ମାୟାବତୀ ଭୁଲିପାରି ନ ଥିବା ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି। ମାୟାବତୀ କହିଥିଲେ, ଗେଷ୍ଟ ହାଉସ୍‌ ଘଟଣା ସତ୍ତ୍ୱେ ସେ ମୁଲାୟମ୍‌ଙ୍କ ପାଇଁ କାହିଁକି ପ୍ରଚାର କରିଆସିଛନ୍ତି ସେନେଇ ଲୋକଙ୍କ ମନରେ ପ୍ରଶ୍ନ ଥାଇପାରେ। ହେଲେ ଏସ୍‌ପି ସହିତ ମେଣ୍ଟ କରିବାର କଠିନ ନିଷ୍ପତ୍ତି ଦେଶ, ଜନସାଧାରଣ ଓ ଦଳୀୟ ଅଭିଯାନର ସ୍ବାର୍ଥ ପାଇଁ ନିଆଯାଇଛି। ମୁଲାୟମ୍‌ ସବୁ ବର୍ଗର ଲୋକଙ୍କୁ ନେଇ ଏସ୍‌ପି ଟିକେଟ ଦେଇଛନ୍ତି। ଦଳ ତାଙ୍କୁ ମୋଦିଙ୍କ ଭଳି ନକଲି ନୁହେଁ, ବରଂ ପଛୁଆ ବର୍ଗର ଅସଲ ନେତା ବୋଲି ମନେକରୁଛି। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳୁ ସରକାରୀ କଳର ଅପବ୍ୟବହାର କରିଆସିଛନ୍ତି। ଏବେ ତାଙ୍କର ନକଲି ଚୌକିଦାରି ଡ୍ରାମା ଭାଜପାକୁ ଆଉ ବଞ୍ଚାଇ ପାରିବନାହିଁ। ମାୟବତୀ ‘ଜୟ ଭୀମ’ ସ୍ଲୋଗାନ ସହ ‘ଜୟ ଲୋହିଆ’ ଯୋଡ଼ି ନିଜ ବକ୍ତବ୍ୟ ଶେଷ କରିଥିଲେ। ସେହିପରି ଅଖିଳେଶ କହିଥିଲେ, ଭାଜପା ବାଲା ‘ନୂଆ ଭାରତ’ ଗଢ଼ିବା କଥା କହୁଛନ୍ତି। ଆମେ କହୁଛି ନୂଆ ପ୍ରଧାନମନ୍ତ୍ରୀ ଦରକାର। ନୂଆ ପ୍ରଧାନମନ୍ତ୍ରୀ ଆସିଲେ ଦେଶ ଆପେ ବଦଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ଲାଗିବନି ରୋକ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୨: ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ସମୟ ଗଡିବା ସହିତ ଏହି ଆବେଦନ...

ସୀମା ବିବାଦ ସହିତ କର୍ନାଟକ ନିର୍ବାଚନର କୌଣସି ସମ୍ପର୍କ ନାହିଁ: ବୋମ୍ମାଇ…

ବେଙ୍ଗାଲୁରୁ,୬।୧୨ : ମହାରାଷ୍ଟ୍ର ସହିତ ବଢୁଥିବା ସୀମା ବିବାଦ ମଧ୍ୟରେ କର୍ନାଟକର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଉଭୟ ରାଜ୍ୟବାସୀଙ୍କୁ ସଦଭାବ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।...

କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

ଅହମଦାବାଦ,୫।୬: ଗୁଜରାଟରେ ରାଜ୍ୟ ସଭା ନିର୍ବାଚନ ଘୋଷଣା ହେବା ପରେ ଏବେ କଂଗ୍ରେସ ଦଳର ବିଧାୟକଙ୍କ ଇସ୍ତଫା ଦେବା ଜାରି ରହିଛି। ଗୁଜରାଟରେ ଏବେ ପର୍ଯ୍ୟନ୍ତ...

ୱାଇ କାଟାଗୋରୀ ସୁରକ୍ଷା ମାଗିଲେ ତେଜ ପ୍ରତାପ

ପାଟନା,୧୫ ।୨: ଆରଜେଡି ନେତା ତେଜ ପ୍ରତାପ ଯାଦବ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଚର୍ଚ୍ଚାର କାରଣ ହେଉଛି ସେ ୱାଇ କାଟାଗୋରୀ ସୁରକ୍ଷା ମାଗିଛନ୍ତି...

୫ ବର୍ଷରେ ଲକ୍ଷପତିରୁ କୋଟିପତି ପାଲଟୁଛନ୍ତି ବିଧାୟକ…

ଲକ୍ଷ୍ନୌ, ୩।୨ : ରାଜନେତାଙ୍କ ଘରେ ଟଙ୍କା ଗଛ ଲଗାଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି। ଯଦି ତାହା ହୋଇ ନ ଥାନ୍ତା, ତେବେ ୫...

୪ ଦିନିଆ ଟିକା ଉତ୍ସବ: ମୋଦିଙ୍କ ୪ ସୂତ୍ରୀ କରୋନା ଲଢ଼େଇ ଫର୍ମୂଲା

ନୂଆଦିଲ୍ଲୀ,୧୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ଦେଶରେ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ ସମ୍ପର୍କରେ ସଚେତନତା...

ଭାରତୀୟ ରାଜନୀତିରେ ଭାଜପାର ପ୍ରଭାବ ୨୦ରୁ ୩୦ ବର୍ଷ ରହିବା ସମ୍ଭାବନା…

ନୂଆଦିଲ୍ଲୀ, ୧୨।୫ : ଆସନ୍ତା ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ଭାଜପାର ପ୍ରଭାବ ରହିବ। ଭାରତୀୟ ରାଜନୀତିର ରଣନୀତିଜ୍ଞ ଭାବରେ ଜଣାଶୁଣା ପ୍ରଶାନ୍ତ...

ଭୁଲିହେବ ନାହିଁ ଶହୀଦଙ୍କ ବଳିଦାନକୁ: ମୋଦି

ନୂଆଦିଲ୍ଲୀ,୩।୫: ଜମ୍ମୁ-କଶ୍ମୀରରେ ରବିବାର ହୋଇଥିବା ଏନ୍‌କାଉଣ୍ଟରରେ ୫ ଯବାନ ଶହୀଦ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ କର୍ନେଲ ଓ ଜଣେ ମେଜର ରହିଛନ୍ତି। ପ୍ରଧାନମନ୍ତ୍ରୀ...

Advertisement
Archives

Model This Week