Posted inଜାତୀୟ

ପରଲୋକରେ ଏନ୍‌ଡି ତିଓ୍ବାରୀଙ୍କ ପୁଅ ରୋହିତ

ନୂଆଦିଲ୍ଲୀ,୧୭ା୪(ପି.ଟି.): ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏନ୍‌ଡି ତିଓ୍ବାରୀଙ୍କ ପୁଅ ରୋହିତ ଶେଖରଙ୍କ ପରଲୋକ ହୋଇଛି। ନୂଆଦିଲ୍ଲୀର ସାକେତସ୍ଥିତ ଏକ ଘରୋଇ ହସ୍ପିଟାଲକୁ ମଙ୍ଗଳବାର ସନ୍ଧ୍ୟା ୫ଟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଅଣାଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।
ରୋହିତଙ୍କ ମା’ ଉଜ୍ୱଳା ତିଓ୍ବାରୀ ଚିକିତ୍ସାଧୀନ ଥିବା ମ୍ୟାକ୍ସ ହସ୍ପିଟାଲକୁ ଅପରାହ୍ନ ୪ଟା ୪୧ରେ ତାଙ୍କ ଘରୁ ଏକ ଜରୁରୀ ଫୋନ୍‌କଲ୍‌ ଯାଇଥିଲା। ରୋହିତଙ୍କୁ ଏକ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା। ସେତେ ବେଳେ ତାଙ୍କ ନାକରୁ ରକ୍ତସ୍ରାବ ହେଉଥିଲା। କିଛି ସମୟର ଚିକିତ୍ସା ପରେ ସେ ଆଖି ବୁଜି ଦେଇଥିଲେ। ରୋହିତ ୨୦୧୭ରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୯ ମାସର ଶିଶୁପୁତ୍ରଙ୍କୁ ସରକାର ଦେଲେ ବୀରତା ପୁରସ୍କାର: ଜଙ୍ଗଲ ନିଆଁ ଲିଭାଇବା ସମୟରେ ପିତାଙ୍କର ଘଟିଥିଲା ମୃତ୍ୟୁ

ସିଡ୍‌ନୀ,୩।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁ ଲାଗି ରହିଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ଦମକଳ ବାହିନୀ କର୍ମଚାରୀ ଜ୍ୟୋଫ୍ରି କିଟନ୍‌ଙ୍କ ମୃତ୍ୟୁ ଘଟିଥିଲା। ଜ୍ୟୋଫ୍ରିଙ୍କ...

ସୋମବାରଠାରୁ ଏହି ସହରରେ ଘର ଘର ବୁଲି ହେବ ଟିକାଦାନ…

ବିକାନେର୍‌,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଦେଶରେ...

ବଢୁଛି ଘରୋଇ ହିଂସା ମାମଲା: ଦିଲ୍ଲୀ ମହିଳା ହେଲ୍ପ ଲାଇନକୁ ୭ ବର୍ଷରେ ୪୦ ଲକ୍ଷରୁ ଅଧିକ କଲ…

ନୂଆଦିଲ୍ଲୀ,୧୨।୮ : ୧୮୧ ମହିଳା ହେଲ୍ପ ଲାଇନ ହେଉଛି ଏକ ୨୪ ଘଣ୍ଟିଆ, ଟୋଲ ଫ୍ରି ଫୋନ ନମ୍ବର ଯାହାକି ଦିଲ୍ଲୀ ମହିଳା ଆୟୋଗ ଦ୍ୱାରା...

ଜେଲରେ କଏଦୀଙ୍କ ଆତ୍ମହତ୍ୟା: ପେଟରୁ ମିଳିଲା ସୁଇସାଇଡ୍‌ ନୋଟ୍‌

ମୁମ୍ବାଇ, ୧୬।୧୦: ମହାରାଷ୍ଟ୍ରର ନାସିକ ସେଣ୍ଟ୍ରାଲ ଜେଲରେ ଜଣେ କଏଦୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଆଜୀବନ କାରାଦଣ୍ଡ ଭୋଗୁଥିବା ଅସଗର ଅଲି...

ଗରିବଙ୍କୁ ମାଗଣା ଇଡ୍‌ଲି ପରସୁଛନ୍ତି ୭୦ ବର୍ଷୀୟା ବୃଦ୍ଧା

ଚେନ୍ନାଇ,୧୫।୯: ତାମିଲନାଡୁ ରାମେଶ୍ୱରମର ଅଗ୍ନି ତୀର୍ଥମଠାରେ ଜଣେ ୭୦ ବର୍ଷୀୟା ବୃଦ୍ଧା ଗରିବଙ୍କୁ ମାଗଣାରେ ଇଡ୍‌ଲି ଖାଇବାକୁ ଦେଇ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।...

ମୁଁ ଇଡିକୁ ଭୟ କରିନାହିଁ, ୫୫ ଘଣ୍ଟା କାହିଁକି ୫ବର୍ଷ ବି କରିପାରନ୍ତି ଜେରା: ରାହୁଲ

ନୂଆଦିଲ୍ଲୀ,୪ ।୯: ଦେଶର ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ହଲ୍ଲାବୋଲ ରାଲିରେ ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଉପରେ ଖୁବ୍ ବର୍ଷିଛନ୍ତି ।...

ମମତାଙ୍କ ଉପରେ ଆକ୍ରମଣ ହେବାର ପ୍ରମାଣ ନାହିଁ: ନିର୍ବାଚନ କମିଶନ

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର ପ୍ରମାଣ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଭିନ୍ନ...

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ନୂଆଦିଲ୍ଲୀ,୨୯।୪: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ସେସନ ୨ର ୨୦୨୩ ଫଳାଫଳ ଶନିବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର...

Advertisement
Archives

Model This Week