ପରବିନ ବାବିଙ୍କ ଚରିତ୍ରରେ ନଜର ଆସିବେ ଏହି ସାଉଥ୍‌ ନାୟିକା

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କର ପ୍ରଥମ ଓ୍ବେବ ସିରିଜ୍‌ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଗଲେଣି। ୭୦ ଦଶକର ହିଟ୍‌ ନାୟିକା ପରବିନ ବାବିଙ୍କ ଉପରେ ଓ୍ବେବ ସିରିଜ ନିର୍ମାଣ କରିବାକୁ ଯାଉଛନ୍ତି ମହେଶ। ମଙ୍ଗଳବାର ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଓ୍ବେବ ସିରିଜର କଳାକାର ଓ ନିର୍ଦ୍ଦେଶକଙ୍କ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଛନ୍ତି। ସେ ତାଙ୍କ ଟିମ୍‌ ସହ ଏକ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଓ୍ବେବ ସିରିଜ୍‌ ୭୦ ଦଶକର ବଲିଉଡ୍‌ ଦୁନିଆ କଥା କହିବ ବୋଲି ସେ କହିଛନ୍ତି। ଏଥିରେ ଅମଲା ପାଲ, ତାହିର ରାଜ ଭସିନ, ଅମୃତା ପୁରି ଆଦି ନଜର ଆସିବେ। ପୁଷ୍ପଦୀପ ଭରଦ୍ୱାଜ ଏହାର ନର୍ଦ୍ଦେଶନା କରିବେ ବୋଲି ମହେଶ କହିଛନ୍ତି। ଏପର୍ଯ୍ୟନ୍ତ ଏହାର ଟାଇଟଲ ଓ ରିଲିଜ୍‌ ଡେଟ୍‌ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏଥିରେ ସାଉଥ୍‌ ନାୟିକା ଅମଲା ପାଲ, ପରବିନ ବାବିଙ୍କ ଚରିତ୍ରରେ ନଜର ଆସିପାରନ୍ତି ବୋଲି ମହେଶ କହିଛନ୍ତି। ଅନ୍ୟ ଏକ ପ୍ରୋଜେକ୍ଟରୁ ସମୟ ବାହାର କରି ଅମଲା ଏହି ପ୍ରୋଜେକ୍ଟ ପାଇଁ କାମ କରୁଛନ୍ତି। କିଛିଦିନ ତଳେ ଅମଲା ଏ ସମ୍ପର୍କରେ କୌଣସି ସୂଚନା ନ ଦେଇ କେବଳ ଏତିକି କହିଥିଲେ ଯେ ସେ ହିନ୍ଦୀ ସିନେମା ସହ ସମ୍ପର୍କ ଥିବା ଏକ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଯାହାର ଶୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ। ୭୦ ଦଶକର ନାୟିକା ପରବିନଙ୍କ ସହ ମହେଶଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ଏହି ଓ୍ବେବ ସିରିଜ ମହେଶଙ୍କ ପାଇଁ ଖୁବ୍‌ ଗୁରୁତ୍ୱ ରଖେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଗଙ୍ଗୁବାଇ କାଠିୟାୱାଡି’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ଓ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅପ୍‌ କମିଂ ଫିଲ୍ମ ‘ଗଙ୍ଗୁବାଈ କାଠିୟାୱାଡି’ର...

ପରଲୋକରେ ହରର ଫିଲ୍ମ ନିର୍ଦ୍ଦେଶକ

ମୁମ୍ବାଇ,୧୮।୯: ବଲିଉଡ୍‌ରେ ୭୦ ଓ ୮୦ ଦଶକରେ ଆସିଥିବା ହରର ଫିଲ୍ମର ନିର୍ଦ୍ଦେଶକ ଶ୍ୟାମ ରାମସେଙ୍କ ବୁଧବାର ପରଲୋକ ହୋଇଛି। ୬୭ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ...

୭.୫ କୋଟି ଟଙ୍କାରେ ଶୁଟିଂ ହେବ ସଲମାନ-ରଣଦୀପଙ୍କ ଫାଇଟ୍‌ ସିନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏବେ ଫିଲ୍ମକୁ ନେଇ କିଛି...

‘ମେମୋରାଲାଇଜ୍ଡ’ କରି ରଖାଗଲା ସୁଶାନ୍ତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ଅଫେରା ରାଇଜର ପଥିକ ହୋଇସାରିଛନ୍ତି ସତ। ହେଲେ ତାଙ୍କ ସ୍ମୃତି ଆଜିବି ତାଙ୍କ ପ୍ରଶଂସକଙ୍କୁ ଅନ୍ୟମନସ୍କ...

ମନିଲଣ୍ଡରିଂ ମାମଲା ରୁଜୁକଲା ଇଡି

ନୂଆଦିଲ୍ଲୀ,୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଏହି କେନ୍ଦ୍ରୀୟ...

ପାରସ୍‌-ମାହିରା ଗରିବଙ୍କୁ ବାଣ୍ଟିଲେ ଖାଦ୍ୟ

ମୁମ୍ବାଇ: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଅନେକ ଲୋକ କାମଧନ୍ଦା ହରାଇ ଘରେ ବସି ରହିଛନ୍ତି। ବହୁତ ଲୋକ...

ଜୟଲଳିଥାଙ୍କ ବାୟୋପିକ ପାଇଁ ବହୁ କଷ୍ଟ କରୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ୍‌ କୁଇନ କଙ୍ଗନା ରନାଓ୍ବତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ବାୟୋପିକ ‘ଥଲାଭି’ରେ ନଜର ଆସିବେ। ଜୟଲଳିଥାଙ୍କ ଭଳି...

ଅମିତାଭ ବଚ୍ଚନଙ୍କୁ ନେଇ ଏମିତି ସ୍ବପ୍ନ ଦେଖିଥିଲେ ସ୍ମିତା ପାଟିଲ୍‌, ଯାହା ଗୋଟିଏ ଦିନ ପରେ ହୋଇଥିଲା ସତ

ବଲିଉଡ୍‌ ସବୁଠୁ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଆଜି ଶୁଭ ଜନ୍ମଦିନ। ନିଜ ଦମଦାର ଅଭିନୟ ପାଇଁଁ ହିନ୍ଦୀ ସିନେମା ଜଗତରେ ପରିଚିତ ଥିବା ସ୍ମିତାଙ୍କ...

Coronavirus Update

Archives

Model This Week

Why Dharitri