ପରଫ୍ୟୁମରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ପ୍ରସାଧନ ସାମଗ୍ରୀ ମଧ୍ୟରେ ଅତର ବା ପରଫ୍ୟୁମ୍‌ ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଏହା ଆମକୁ ଦିନ ତମାମ ସତେଜ ରଖିବା ସହ ସୁଗନ୍ଧ ମଧ୍ୟ ପ୍ରଦାନ କରିଥାଏ। ଆଉ ଏହାକୁ ନେଇ ବିଭିନ୍ନ ବ୍ୟକ୍ତିଙ୍କ ପସନ୍ଦ ଭିନ୍ନ ଭିନ୍ନ ଥାଏ। ତେବେ ବ୍ୟବହାର କରୁଥିବା ପରଫ୍ୟୁମର ସୁଗନ୍ଧରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ବି ଅନେକ କଥା ଜାଣିହୁଏ।

* ଉଡି ପରଫ୍ୟୁମ୍‌ ବା ଗଛର କାଠରୁ ନିର୍ମିତ ପରଫ୍ୟୁମ୍‌ ବ୍ୟବହାର କରୁଥିବା ବ୍ୟକ୍ତି ସାଧାରଣତଃ ପ୍ରକୃତିପ୍ରେମୀ ହୋଇଥାନ୍ତି। ଏହି ବ୍ୟକ୍ତିମାନେ ପେଶାଦାର, ନିଖୁଣତା ପ୍ରିୟ ତଥା ପାଠପଢା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥାନ୍ତି।

* ଫ୍ଲୋରାଲ ପରଫ୍ୟୁମ ବା ଫୁଲ ବାସ୍ନାଯୁକ୍ତ ପରଫ୍ୟୁମ୍‌ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ମନ ଖୋଲା ମିଜାଜର। ଏମାନେ ବନ୍ଧୁପ୍ରିୟ ଓ ନମ୍ର ସ୍ବଭାବର ହୋଇଥାନ୍ତି। ସାଧାରଣତଃ ମହିଳାମାନେ ଏହି ପ୍ରକାର ପରଫ୍ୟୁମ ପସନ୍ଦ କରିଥାନ୍ତି।

* ଓରିଏଣ୍ଟାଲ ପରଫ୍ୟୁମ ଯେପରି ଭାନିଲା, ଚକୋଲେଟ, କଫି, ଡାଲଚିନି, ଲବଙ୍ଗ ଆଦି ବାସ୍ନାଯୁକ୍ତ ପରଫ୍ୟୁମ୍‌ ବ୍ୟବହାର କରୁଥିବା ବ୍ୟକ୍ତି ସାହସୀ ତଥା ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଲାଗି ଚେଷ୍ଟା କରିଥାନ୍ତି। ଏହି ବ୍ୟକ୍ତିମାନେ ତେଜସ୍ବୀ ତଥା ସର୍ବଦା ଉତଫୁଲ୍ଲିତ ରହିଥାନ୍ତି।

* ଫ୍ରୁଟ ପରଫ୍ୟୁମ ବା ଫଳ ବାସ୍ନାଯୁକ୍ତ ପରଫ୍ୟୁମ ସତେଜତା ପ୍ରଦାନ କରିଥାଏ। ଏହି ପରଫ୍ୟୁମ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଠାରେ ଯୁବ ସୁଲଭ ଗୁଣ ଥିବା ସହ ସେମାନେ ତେଜସ୍ବୀ ହୋଇଥାନ୍ତି।

* ଗ୍ରିନ ପରଫ୍ୟୁମ ବା ପତ୍ରରୁ ନିର୍ମିତ ପରଫ୍ୟୁମ୍‌ ପସନ୍ଦ କରୁଥିବା ବ୍ୟକ୍ତି ପ୍ରକୃତିପ୍ରେମୀ ହୋଇଥାନ୍ତି। ପ୍ରକୃତିକୁ ପାଖରୁ ଦେଖିବା ଏବଂ ଅନୁଭବ କରିବାକୁ ଏମାନେ ପସନ୍ଦ କରିଥାନ୍ତି। ଏହି ବ୍ୟକ୍ତିମାନେ ମାର୍ଜିତ ତଥା ଉତ୍କୃଷ୍ଟ ଜୀବନ ଶୈଳୀ ସହ ବଞ୍ଚିବାକୁ ଚେଷ୍ଟା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ହେଉଛି କି ବିଳମ୍ବ, ଏମିତି କଲେ ମିଳିବ ଉତ୍ତମ ଜୀବନସାଥୀ

ଜୀବନରେ ଅନେକ କିଛି ସମସ୍ୟା ଲାଗି ରହିଥାାଏ। ତେବେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି...

ମସଲା କୋଲ୍ଡଡ୍ରିଙ୍କ୍‌ସ

ଆବଶ୍ୟକ ସାମଗ୍ରୀ – କୋକ୍‌ ୨ ଗ୍ଲାସ୍‌, ଚାହାଗୁଣ୍ଡ ୧ ଚାମଚ, ଚାଟ୍‌ ମସଲା ୧ ଚାମଚ, ଅଳ୍ପ ପରିମାଣରେ ପୋଦିନା, ଲେମ୍ବୁ ୨ ଖଣ୍ଡ,...

ବିଷ ବଳୟରେ ଭାରତ

ବାୟୁ ପ୍ରଦୂଷଣ ଏବେ ଭାରତ ସମେତ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୯ର ଏକ ସର୍ଭେ ଅନୁଯାୟୀ ବିଶ୍ୱର ୩୦ ସର୍ବାଧିକ ପ୍ରଦୂଷିତ...

କିଡ୍‌ନୀ ରୋଗ ବିଶ୍ୱ ପାଇଁ ଚିନ୍ତାର ବିଷୟ

ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାର ଅର୍ଥାତ ୧୨ତାରିଖରେ ବିଶ୍ୱ କିଡ୍‌ନୀ ଦିବସ ପାଳନ କରାଯାଉଛି। ୨୦୨୦ର ମନ୍ତ୍ର ହେଉଛି,‘କିଡ୍‌ନୀର...

ଶିଶୁର ମାଲିସ୍‌

ମାଲିସ୍‌ ଏମିତି ଶବ୍ଦଟିଏ, ଯାହାର ନାଁ ଶୁଣିଲା ମାତ୍ରେ ଯେମିତି ଆରାମରେ ନିଦ ଆସିଯାଏ। କେତେବେଳେ ଏହା ଥକାପଣ ଦୂର କରେ ତ ଆଉ କେତେବେଳେ...

କରୋନା ସଚେତନତା: ନଖ କାମୁଡ଼ାରୁ ଦୂରେଇ ରହିବା ଆବଶ୍ୟକ

ନୂଆଦିଲ୍ଲୀ,୧୫।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଚେତନତା ବାର୍ତ୍ତା ଜାରି କରାଯାଇଛି। ଏଥିରୁ ଦୂରେଇ ରହିବା ପାଇଁ ପରିଷ୍କାର ପରିଛନ୍ନତା...

ପ୍ରତିଦିନ ଖାଆନ୍ତୁ ୧୦୦ ଗ୍ରାମ ପନିର୍‌, ମିଳିବ ଏହିସବୁ ଫାଇଦା

ପନିର ଖାଇବାକୁ ଯେତିକି ସ୍ବାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ। ପନିରରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଫସଫରସ୍‌ ଭରପୂର ମାତ୍ରାରେ ଥାଏ। ରନ୍ଧା ପନିର...

ଚର୍ବି ପରିମାଣ କମାଏ ଟମାଟୋ

ଟମାଟୋରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଆମ ଶରୀରରେ ଚର୍ବି ପରିମାଣକୁ କମାଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ...

Advertisement


Archives

Model This Week