ପନ୍ଦର ସହ ପଡ଼ିଲା କୋଭିଡ୍‌ ପାଦ

ଅନୁଗୋଳ ଅଫିସ, ୧୧।୫:  ଗ୍ରୀନ୍‌ ଜୋନ୍‌ରେ ଥିବା ଅନୁଗୋଳକୁ ଛୁଇଁଛି ମହାମାରୀ କରୋନା ଭୂତାଣୁ। ଏକାବେଳେ ୧୫ ପଜିଟିଭ୍‌ଙ୍କୁ ନେଇ ଜିଲାରେ ପାଦ ଥାପିଛି କୋଭିଡ-୧୯। ରବିବାର ସକାଳେ ୧୩ ସଂକ୍ରମିତଙ୍କ ରିପୋର୍ଟ ଆସିବା ପରେ ତତ୍ପରତା ପ୍ରକାଶ କରିଛି ଜିଲା ପ୍ରଶାସନ। ଏହି ୧୫ ପଜିଟିଭଙ୍କ ମଧ୍ୟରୁ ୧୩ଜଣ ସୁରଟ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଯୁବକ ବୋଲି ଜଣାପଡ଼ିଛି। ତେବେ ସମସ୍ତେ କ୍ୱାରାଣ୍ଟାଇନରେ ଥିବାରୁ ଜିଲାବାସୀ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ଆଶ୍ୱାସନା ଦେଇଛନ୍ତି। ସମସ୍ତ ସଂକ୍ରମିତଙ୍କୁ ତାଳଚେରଠାରେ ନିର୍ମିତ କୋଭିଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସକାଳେ ଅନୁଗୋଳ ଜିଲାରେ ୧୩ ପଜିଟିଭ ଥିବା କୁହାଯାଇଥିଲା। ସେହିପରି ସନ୍ଧ୍ୟାରେ ଆଉ ୨ ଜଣଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦିଆଯାଇଥିଲା। ଆକ୍ରାନ୍ତମାନଙ୍କ ବୟସ ୨୧ରୁ ୩୬ ବର୍ଷ ମଧ୍ୟରେ ହୋଇଥିବା ବେଳେ ୧୩ଜଣ ନିକଟରେ ସୁରଟରୁ ଫେରି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ତେବେ ସଂକ୍ରମିତ ଯୁବକମାନଙ୍କ ମଧ୍ୟରୁ ସର୍ବାଧିକ ଆଠମଲ୍ଲିକ ବ୍ଲକ ଅଞ୍ଚଳର। ଅନ୍ୟମାନେ ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦାର ବୋଲି ଜଣାପଡ଼ିଛି। ଅନୁଗୋଳ ଜିଲାରେ କରୋନା ଆକ୍ରାନ୍ତଙ୍କ ଥିବା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ହଇଚଇ ଖେଳିଯାଇଥିଲା। ଏପରି କି ଅନୁଗୋଳ ସହର ସହ ଜିଲାର ବିଭିନ୍ନ ବଜାର ପୂର୍ବାହ୍ନରୁ ଖଁା ଖଁା ହୋଇଯାଇଥିଲା। ଜରୁରୀ କାମରେ ବାହାରିଥିବା ଲୋକମାନେ ମଧ୍ୟ ଶୀଘ୍ର ଘରକୁ ପଳାଇ ଯାଇଥିବା ଦେଖାଯାଇଥିଲା। ପରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ତହସିଲଦାର ନେହୁରୁ ମାଝି, ଏସ୍‌ଡିପିଓ ଅଶ୍ୱିନୀ ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ମେଡିକାଲ ଟିମ୍‌ର ସୁବାସ ଚନ୍ଦ୍ର ବେହେରା, ଅନୁଗୋଳ ପୌରପାଳିକା କର୍ମଚାରୀ ପ୍ରମୁଖଙ୍କ ସହ ଅନ୍ୟମାନେ ସମସ୍ତ ଆକ୍ରାନ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଳଚେରରେ ହୋଇଥିବା କୋଭିଡ-୧୯ ହସ୍ପିଟାଲକୁ ପଠାଇଥିଲେ। ସକାଳେ ରିପୋର୍ଟ ଆସିଥିବା ୧୩ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ପଜିଟିଭ୍‌ ୱାର୍ଡରେ ରଖାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳର ସଂକ୍ରମିତ ଯୁବକଙ୍କୁ ଅବଜରଭେସନ୍‌ ଗୃହରେ ରଖାଯାଇଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଲାକୁ ପାଖାପାଖି ୧୭ ହଜାର ପ୍ରବାସୀ ଆସିବେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଥିଲା। କିନ୍ତୁ ଶନିବାର ସୁଦ୍ଧା ୫୪୦ ଜଣ ଫେରିଥିବାବେଳେ ସୁରଟ ଓ ମହାରାଷ୍ଟ୍ରରୁ ୧୦୯ ଜଣ ରବିବାର ଓଡ଼ିଶା ଆସିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୧୨ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୩୧।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ସାଙ୍ଗକୁ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଜଳଭଣ୍ଡାରରୁ ପୁଣିଥରେ ଦୁଇଟି ପର୍ଯ୍ୟାୟରେ…

ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ମିଳିବ…

ଭୂବନେଶ୍ୱର,୩୧।୭: ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ଜଳ ବଢୁଥିବା ଗଣମାଧ୍ୟମ ଆଗରେ ମନ୍ତ୍ରୀ ପ୍ରକାଶ କରିଛନ୍ତି। କେବଳ…

ବସ୍‌ ଷ୍ଟପ ଅଛି, ବସ୍‌ ଆସୁନାହିଁ: ମୁଖ୍ୟମନ୍ତ୍ରୀ ବସ୍‌ ସେବାରୁ ବଞ୍ଚିତ ଅଞ୍ଚଳବାସୀ

ଅମରପାଲି,୩୧ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍‌ ଷ୍ଟପ୍‌) ନିର୍ମାଣ ହୋଇଥିଲେ…

ଭୀମଭୋଇ ସାମର୍ଥ୍ୟ ଶିବିର: ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

କର୍ଲାମୁଣ୍ଡା,୩୧।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ବ୍ଳକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ…

ରୋଟାରୀ କ୍ଲବର ଅଧିଷ୍ଠାନ, ଚାର୍ଟର ଦିବସ ପାଳିତ: ନୂଆ ସଭାପତି, ସମ୍ପାଦକ ଭାବେ ଦାୟିତ୍ୱ ନେଲେ…

ଛତ୍ରପୁର, ୩୧।୭(ଦିଲ୍ଲୀପ ସାମଲ /ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଗୁରୁବାର କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ…

ଫୁଲୁଛି ବିରୂପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ…

ଓଡ଼ିଶା ପ୍ରଶାସନିକ ସେବାର ୬ ପ୍ରଶିକ୍ଷାର୍ଥୀଙ୍କ ପିକକ ଶିଶୁ ଅଧିକାର କାର୍ଯ୍ୟ ପରିଦର୍ଶନ, ପାଟଣା ବିଡ଼ିଓଙ୍କୁ ଭେଟି…

ପାଟଣା ୩୧।୭ (ବୀର କିଶୋର ଦାଶ) : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର -୨୦୨୩ ବ୍ୟାଚ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପ୍ରଶିକ୍ଷଣର ଅଂଶବିଶେଷ ଭାବେ ପିପୁଲସ କଲଚରାଲ ସେଣ୍ଟର(…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri