ପନ୍ଦର ସହ ପଡ଼ିଲା କୋଭିଡ୍‌ ପାଦ

ଅନୁଗୋଳ ଅଫିସ, ୧୧।୫:  ଗ୍ରୀନ୍‌ ଜୋନ୍‌ରେ ଥିବା ଅନୁଗୋଳକୁ ଛୁଇଁଛି ମହାମାରୀ କରୋନା ଭୂତାଣୁ। ଏକାବେଳେ ୧୫ ପଜିଟିଭ୍‌ଙ୍କୁ ନେଇ ଜିଲାରେ ପାଦ ଥାପିଛି କୋଭିଡ-୧୯। ରବିବାର ସକାଳେ ୧୩ ସଂକ୍ରମିତଙ୍କ ରିପୋର୍ଟ ଆସିବା ପରେ ତତ୍ପରତା ପ୍ରକାଶ କରିଛି ଜିଲା ପ୍ରଶାସନ। ଏହି ୧୫ ପଜିଟିଭଙ୍କ ମଧ୍ୟରୁ ୧୩ଜଣ ସୁରଟ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଯୁବକ ବୋଲି ଜଣାପଡ଼ିଛି। ତେବେ ସମସ୍ତେ କ୍ୱାରାଣ୍ଟାଇନରେ ଥିବାରୁ ଜିଲାବାସୀ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ଆଶ୍ୱାସନା ଦେଇଛନ୍ତି। ସମସ୍ତ ସଂକ୍ରମିତଙ୍କୁ ତାଳଚେରଠାରେ ନିର୍ମିତ କୋଭିଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସକାଳେ ଅନୁଗୋଳ ଜିଲାରେ ୧୩ ପଜିଟିଭ ଥିବା କୁହାଯାଇଥିଲା। ସେହିପରି ସନ୍ଧ୍ୟାରେ ଆଉ ୨ ଜଣଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦିଆଯାଇଥିଲା। ଆକ୍ରାନ୍ତମାନଙ୍କ ବୟସ ୨୧ରୁ ୩୬ ବର୍ଷ ମଧ୍ୟରେ ହୋଇଥିବା ବେଳେ ୧୩ଜଣ ନିକଟରେ ସୁରଟରୁ ଫେରି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ତେବେ ସଂକ୍ରମିତ ଯୁବକମାନଙ୍କ ମଧ୍ୟରୁ ସର୍ବାଧିକ ଆଠମଲ୍ଲିକ ବ୍ଲକ ଅଞ୍ଚଳର। ଅନ୍ୟମାନେ ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦାର ବୋଲି ଜଣାପଡ଼ିଛି। ଅନୁଗୋଳ ଜିଲାରେ କରୋନା ଆକ୍ରାନ୍ତଙ୍କ ଥିବା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ହଇଚଇ ଖେଳିଯାଇଥିଲା। ଏପରି କି ଅନୁଗୋଳ ସହର ସହ ଜିଲାର ବିଭିନ୍ନ ବଜାର ପୂର୍ବାହ୍ନରୁ ଖଁା ଖଁା ହୋଇଯାଇଥିଲା। ଜରୁରୀ କାମରେ ବାହାରିଥିବା ଲୋକମାନେ ମଧ୍ୟ ଶୀଘ୍ର ଘରକୁ ପଳାଇ ଯାଇଥିବା ଦେଖାଯାଇଥିଲା। ପରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ତହସିଲଦାର ନେହୁରୁ ମାଝି, ଏସ୍‌ଡିପିଓ ଅଶ୍ୱିନୀ ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ମେଡିକାଲ ଟିମ୍‌ର ସୁବାସ ଚନ୍ଦ୍ର ବେହେରା, ଅନୁଗୋଳ ପୌରପାଳିକା କର୍ମଚାରୀ ପ୍ରମୁଖଙ୍କ ସହ ଅନ୍ୟମାନେ ସମସ୍ତ ଆକ୍ରାନ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଳଚେରରେ ହୋଇଥିବା କୋଭିଡ-୧୯ ହସ୍ପିଟାଲକୁ ପଠାଇଥିଲେ। ସକାଳେ ରିପୋର୍ଟ ଆସିଥିବା ୧୩ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ପଜିଟିଭ୍‌ ୱାର୍ଡରେ ରଖାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳର ସଂକ୍ରମିତ ଯୁବକଙ୍କୁ ଅବଜରଭେସନ୍‌ ଗୃହରେ ରଖାଯାଇଛି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଲାକୁ ପାଖାପାଖି ୧୭ ହଜାର ପ୍ରବାସୀ ଆସିବେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଥିଲା। କିନ୍ତୁ ଶନିବାର ସୁଦ୍ଧା ୫୪୦ ଜଣ ଫେରିଥିବାବେଳେ ସୁରଟ ଓ ମହାରାଷ୍ଟ୍ରରୁ ୧୦୯ ଜଣ ରବିବାର ଓଡ଼ିଶା ଆସିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ, ହତ୍ୟା ସନ୍ଦେହ

ଚୌଦାର,୧ା୬(ଡି.ଏନ୍‌.ଏ): ୫୫ନଂ. ଜାତୀୟ ରାଜପଥ ଚୌଦାର ନୁନଟିକିରି ଛକ ନିକଟରେ ଏକ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଚୌଦାର ପୋଲିସ ଜବତ କରିଛି। ମୃତକ ହେଲେ...

ଥାନାରେ ଖତ ଖାଉଛିି ଜବତ ଗାଡ଼ି

ଭବାନୀପାଟଣା,୧୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଥାନାଗୁଡିକରେ ବିଭିନ୍ନ ମାମଲାରେ ଜବତ ଦୁଇ, ଚାରିଚକିଆ ଗାଡ଼ିଗୁଡିକଦୀର୍ଘ ବର୍ଷ ହେବ ଥାନା ପରିସରରେ ପଡିରହିଛି। ମାମଲାର ଫଇସଲା...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୨୫।୧୧: ମୟୂରଭଞ୍ଜ ଜିଲା ବାରିପଦା ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ୟାସ୍‌ ତଥ୍ୟ ଆଣିଛି ବିକାଶର କଟୁ ସତ୍ୟ

କେନ୍ଦ୍ରାପଡ଼ା ଅଫିସ, ୨୮।୫: ୧୯୯୯ର ମହାବାତ୍ୟାକୁ ଇତିମଧ୍ୟରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ବିତିଛି। ପ୍ରତିବର୍ଷ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା କେନ୍ଦ୍ରାପଡ଼ା...

କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ୧କୋଟି ଟଙ୍କା ସହ ଜଣକୁ ଚାକିରି

ପୁଣେ,୧୦।୪: ପୁଣେ ମ୍ୟୁନିସିପାଲ କର୍ପୋରେଶନର କୌଣସି କର୍ମଚାରୀଙ୍କ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହେଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା...

ରାସ୍ତାରେ ଧାନ ରୋଇଲେ

ବରଗଡ଼ ଅଫିସ୍‌,୨।୮: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ଶୋଚନୀୟ ହୋଇପଡ଼ିଛି । ଫଳରେ ରାସ୍ତାରେ ଯାତାୟାତ ହୋଇପାରୁ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ହେବ କୋଭିଡ-୧୯ ହସ୍ପିଟାଲ

ସମ୍ବଲପୁର,୪।୪(ବ୍ୟୁରୋ): ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ କୋଭିଡ-୧୯ ହସ୍ପିଟାଲ ଅସ୍ଥାୟୀ ଭାବେ ଖୋଲିବାକୁ ଜିଲାପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ ଜିଲା...

ମାର୍କେଟ୍‌ ଗଲେ ମାଡ଼, ଘରେ ପରିବା ବିକୁଛନ୍ତି ଚାଷୀ

ରାଇକିଆ,୧୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସହର ଏବଂ ଏହାର ଆଖପାଖ ୧୩ଟି ଗ୍ରାମ ଗତ ୮ ଦିନ ହେଲା କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା ପରେ କଡ଼ା...

Advertisement
Archives

Model This Week