ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ନେଇ ଟୁଇଟ୍‌ କଲେ ଲତା

ମୁମ୍ବାଇ: ବେଶ୍‌ କିଛି ବର୍ଷ ପରେ ପୁଣି ବଲିଉଡ୍‌କୁ ଫେରୁଛନ୍ତି ୮୦ ଦଶକର ନାୟିକା ପଦ୍ମିନୀ କୋହ୍ଲାପୁରେ। ଫିଲ୍ମ ‘ପାନିପତ’ରେ ସେ ଗୋପିକା ବାଇ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିବା ବେଳେ ସେଥିରେ ପଦ୍ମିନୀଙ୍କ ଝଲକ୍‌ ଦେଖିବାକୁ ମିଳିଥିଲା। ୮୦ ଦଶକରେ ଦର୍ଶକଙ୍କ ପସନ୍ଦ ଥିବା ନାୟିକା ଆଜିବି ତାଙ୍କ ଅଭିନୟର ଯାଦୁଗରି ଦେଖାଇବେ ବୋଲି ଦର୍ଶକେ ଭାବିଛନ୍ତି। ଏହାକୁ ନେଇ ଏବେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଟୁଇଟ୍‌ କରିଛନ୍ତି। ସେ ପଦ୍ମିନୀଙ୍କ ବଲିଉଡ୍‌ ଲେଉଟାଣିକୁ ସ୍ବାଗତ କରିବା ସହ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଏହା ସହ ତାଙ୍କର ଏକ ଲୁକ୍‌ ମଧ୍ୟ ଶେୟାର କରିଛନ୍ତି। ପ୍ରାୟ ଦୀର୍ଘ ୬ ବର୍ଷ ପରେ ପଦ୍ମିନୀ ପୁଣି ଥରେ ବଡ ପରଦାରେ ନଜର ଆସିବେ। ଏହାକୁ ନେଇ ଦର୍ଶକେ ଉତ୍ସୁକତାର ସହ ତାଙ୍କ ଅଭିନୟ ଦେଖିବାକୁ ଅପେକ୍ଷା ରଖିଛନ୍ତି। ପୂର୍ବରୁ ‘ପ୍ରେମ ରୋଗ’, ‘ଓ୍ବ ସାତ ଦିନ’, ‘ବିଧାତା’ ଭଳି ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଜିଏଫ୍‌,ଆର୍‌ଆର୍‌ଆର୍‌ ପରେ ରେକର୍ଡ କଲା ‘ପୋନ୍ନିୟିନ ସେଲଭନ’

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଏବେ ବି ମଧ୍ୟ...

ପ୍ରିୟଙ୍କାଙ୍କ ଅନୁରୋଧ

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍ ନୁହେଁ ହଲିଉଡ୍‌ରେ ବି ବେଶ୍ ପରିଚିତ । ଏହି ନାୟିକା ଭିନ୍ନ ଭିନ୍ନ ଅଭିନୟରେ...

ଆର୍ୟନ ଜଣେ ଭଲ ପିଲା, କେବଳ ଭୁଲ ସମୟରେ ଭୁଲ ସ୍ଥାନରେ ଥିଲେ: ସୁଜୈନ

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏନ୍‌ସିବି ତାଙ୍କୁ ଗିରଫ କରିବା ପରେ ଜଣଙ୍କ ପରେ ଜଣେ...

ଘରୁ ପଳାଇଯାଇ ମନ୍ଦିରରେ କରିଥିଲେ ବିବାହ

ବମ୍ବେ: ସ୍କୁଲରେ ପଢ଼ୁଥିବା ବେଳେ ପ୍ରେମରେ ପଡ଼ିଥିଲେ। ପ୍ରେମିକଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରିଥିଲେ। ହେଲେ ପରିବାରଲୋକ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା।...

ନିଜଠାରୁ ୧୬ ବର୍ଷ ସାନ ରେଖାଙ୍କୁ ବିନା ଅନୁମତିରେ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତା

ସାଉଥ୍‌ ଫିଲ୍ମ ସୁପରଷ୍ଟାର କମଲ ହାସନ ଆଜି ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୭ ନଭେମ୍ବର ୧୯୫୪ରେ ତାମିଲନାଡୁର ପାରାମକୁଡିରେ ଜନ୍ମଗ୍ରହଣ କରିଥିଲେ। ସେ...

ମହଙ୍ଗା ଗାଡ଼ି କିଣିଲେ ଦୀପିକା, ଦାମ୍‌ ଜାଣିଲେ…

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ ମହଙ୍ଗା ଗାଡି କିଣିଛନ୍ତି। ନିକଟରେ ସେ ମୁମ୍ବାଇ ଆରଟିଓରେ ନିଜ ନାଁରେ ଗାଡିର ପଞ୍ଜିକରଣ କରାଇଛନ୍ତି। ଦୀପିକା...

ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର

ଭୁବନେଶ୍ୱର,୧୨।୫(ବ୍ୟୁରୋ): ହାସ୍ୟ ଅଭିନେତା ସଲୀଲ ମିତ୍ର ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସଲୀଲଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି। କେନ୍ଦୁଝର...

ସାକ୍ଷାତକାରରେ ଲାଇଭ୍‌ ଥିବା ବେଳେ କାନ୍ଦିପକାଇଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ନର୍ସ ଶିଖା ମଲହୋତ୍ରା ନିଜ କାମ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ସବୁଠାରେ ତାଙ୍କର ପ୍ରଶଂସା କରାଯାଉଛି। କାରଣ ଶିଖା କରୋନା...

Advertisement
Archives

Model This Week