ପଥର ଚୋରା ଚାଲାଣ ର଼୍ୟାକେଟରେ ପୋଲିସ ଲିଙ୍କ୍‌ ମାମଲା: ବଦଳିଲେ ଥାନା ଅଧିକାରୀ ରଞ୍ଜିତ ସାହୁ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ଖୋର୍ଦ୍ଧା ଚୋରା ପଥର ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ଇନ୍ସପେକ୍ଟର ରଞ୍ଜିତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ଟାଉନ ଥାନାରୁ ବାଲେଶ୍ୱର ବାଲିଆପାଳ ଥାନାକୁ ବଦଳି ପରେ ଛୁଟିରେ ଯାଇ ଆଉ ଫେରି ନ ଥିବାରୁ ଏସ୍‌ପି ବି. ଯୁଗଳ କିଶୋର କୁମାର ତାଙ୍କୁ ବଦଳି କରିଛନ୍ତି। ବାଲିଆପାଳ ଥାନାଧିକାରୀ ପଦରୁ ତାଙ୍କୁ ହଟାଯାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବାବେଳେ ତାଙ୍କ ସ୍ଥାନରେ ଇନ୍ସପେକ୍ଟର ବିମଳ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ଯଦି ରଞ୍ଜିତ ଏକ ସପ୍ତାହ ମଧ୍ୟରେ ନୂତନ ସ୍ଥାନରେ କାର୍ଯ୍ୟରେ ଯୋଗ ନ ଦିଅନ୍ତି, ତାଙ୍କୁ ପୁଣିଥରେ ଏସ୍‌ପିଙ୍କ ପକ୍ଷରୁ ନୋଟିସ କରାଯିବ। ଜବାବ ନ ମିଳିଲେ ତାଙ୍କ ବିରୋଧରେ ପୋଲିସ ଡିଜି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଚୋରାପଥର ଚାଲାଣ ଓ ନିଶା ମାଫିଆଙ୍କ ସହ ଇନ୍ସପେକ୍ଟର ରଞ୍ଜିତଙ୍କର ଲିଙ୍କ୍‌ଥିବା ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପ୍ରମାଣ ପାଇଛି। ପୋଲିସ ଡିଜି ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା ମଧ୍ୟ ସମ୍ପୃକ୍ତ ଥିବାରୁ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତେବେ ଏହି ଦୁଇ ଇନ୍ସପେକ୍ଟର ଫେରାର ଥିବାରୁ ଗିରଫ ପାଇଁ ଏସ୍‌ଟିଏଫ୍‌ ଚଢ଼ାଉ ଜାରି ରଖିଛି। ଗିରଫଦାରୀକୁ ଏହାଇବା ପାଇଁ ଉଭୟ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। କୁହାଯାଉଛି, ଉଭୟଙ୍କୁ ଗିରଫ ନ କରିବା ପାଇଁ ଯୋଜନା କରାଯାଉଛି। ଜାମିନ ନ ମିଳିବା ପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ଉଭୟଙ୍କୁ ଯେପରି ଗିରଫ ନ କରିବ ସେଥିପାଇଁ ଷଡ଼ଯନ୍ତ୍ର ଚାଲିଛି। ଏହି ଷଡ଼ଯନ୍ତ୍ରରେ କେତେଜଣ ପୋଲିସ ଅଧିକାରୀ ମଧ୍ୟ ସାମିଲ୍‌ ଥିବା ଶୁଣିବାକୁ ମିଳୁଛି। ଗତ ଅଗଷ୍ଟ ମାସରେ ଏସ୍‌ଟିଏଫ୍‌ ଉଭୟଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏବେ ଫେରାର ଥିବା ଦର୍ଶାଇ ସେମାନଙ୍କୁ ଗିରଫ କରାଯାଉ ନ ଥିବାରୁ ଏସ୍‌ଟିଏଫ୍‌ର କାର୍ଯ୍ୟଧାରାକୁ ନେଇ ନାନା ପ୍ରଶ୍ନ ଉଠୁଛି।
ଏ ସମ୍ପର୍କରେ ଡିଜିପି ବିଜୟ କୁମାର ଶର୍ମା କହିଛନ୍ତି, ଦୁର୍ନୀତିଖୋର ପୋଲିସ ଅଫିସରଙ୍କୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନଙ୍କ ନାମରେ ଦୁର୍ନୀତି କିମ୍ବା ଆପରାଧିକ ମାମଲା ରହିବ, ସେମାନଙ୍କ ଉପରେ ‘ମୋ ସରକାର’ କାର୍ଯ୍ୟକ୍ରମ ଓ ୫-ଟି ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ସଂସ୍ଥାକୁ ୧ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର, ୨୪।୩ (ବ୍ୟୁରୋ):ରାଜଧାନୀ ଭୁବନେଶ୍ବରରେ ପରିମଳ ନିୟମକୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ କଡ଼ାକଡ଼ି କରାଯାଇଛି। ପରିମଳ ନିୟମ ଅବମାନନା କ୍ଷେତ୍ରରେ ସଫେଇ ସଂସ୍ଥାରୁ...

ମହଙ୍ଗା ପଡ଼ିଲା ରଜ ଭୋଜି: କେନ୍ଦୁଝର ଜିଲାପରିଷଦ ଉପାଧ୍ୟକ୍ଷ ଗିରଫ

ଆନନ୍ଦପୁର,୧୪। ୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନିକଟସ୍ଥ ପଡିଆରେ ସଙ୍ଗବଦ୍ଧ ଭାବେ ରଜ ଉପଲକ୍ଷେ ଭୋଜିର ଆସର ଚାଲିଥିବାବେଳେ ପୋଲିସ ଚଢାଉ କରି କେନ୍ଦୁଝର ଜିଲାପରିଷଦ...

ଓଜେଇଇ ପରୀକ୍ଷା: ପ୍ରଥମ ଦିନ ୮୫% ପରିକ୍ଷାର୍ଥୀ ଦେଲେ ପରୀକ୍ଷା

ଭୁବନେଶ୍ୱର, ୪।୭(ବ୍ୟୁରୋ):  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)-୨୦୨୨ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ହେଉଛି। ଏଥିପାଇଁ ମୋଟ...

ସାର୍ବଜନୀନ ହେଲା ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀଙ୍କ କମିଛି; ୪ ମନ୍ତ୍ରୀଙ୍କ ୪ ଚକିଆ ଯାନ ନାହିଁ

ଭୁବନେଶ୍ୱର,୨୩ା୯(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜର ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତି। ୨୦୨୧ ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାବର ଓ...

ପୋଲିସ-ଭାଜପା କର୍ମୀ ମୁହାଁମୁହିଁ: ତେଜିଲା ରାଜନୀତି

ଭୁବନେଶ୍ବର, ୧।୩(ବ୍ୟୁରୋ): ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ବିଧାନସଭା ଘେରାଉ ହୋଇଥିଲା। ଏହି ସମୟରେ...

ରାଜ୍ୟର ୫୬% ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ନାହିଁ: ଭାଜପା

ଭୁବନେଶ୍ୱର,୧୦।୪(ବ୍ୟୁରୋ): ୨୨ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ୍‌ ହୋଇଥିବା ରାଜ୍ୟ ସରକାର ରାଜ୍ୟରେ ସାମାନ୍ୟ କେନାଲଟିଏ ମଧ୍ୟ ନିର୍ମାଣ କରିବାରେ...

ଭାଇ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ମୃତଦେହ ଧରି ଥାନାରେ ଆତ୍ମସମର୍ପଣ

ଜଗନ୍ନାଥ ପ୍ରସାଦ,୨୧।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳ ପଟାଧର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କ ଅତ୍ୟାଚାର ସହି ନ ପାରି...

୨୦ ବର୍ଷ ପରେ ଓଡ଼ିଶା ପାଇଁ ଗୌରବ: ରାଜ୍ୟ ସଭାରେ ଅଧ୍ୟକ୍ଷତା କଲେ ଓଡ଼ିଆ ଏମ୍‌ପି

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଦୀର୍ଘ ୨୦ବର୍ଷ ପରେ ଓଡ଼ିଶା ଏମ୍‌ପି ରାଜ୍ୟ ସଭା ଗୃହ ପରିଚାଳନାରେ ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟ ପାଇଁ ଏକ ଗୌରବର ମୁହୂର୍ତ୍ତ। ବିଜେଡି ରାଜ୍ୟ...

Advertisement
Archives

Model This Week