Posted inଖେଳ

ପଣ୍ଡିଚେରୀ ଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୦ା୨-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ୨୩ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫିର ଏକ ଲିଗ ମ୍ୟାଚ୍‌ରେ ଓଡ଼ିଶା ୬୭ରନରେ ପଣ୍ଡିଚେରୀଠାରୁ ହାରିଛି। ଦ୍ୱିତୀୟ ଇନିଂସରେ ଓଡ଼ିଶା ସମ୍ମୁଖରେ ୧୭୨ରନର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ୧୦୫ରନରେ ଅଲଆଉଟ ହୋଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ପଣ୍ଡିଚେରୀ ୧୧୫ରନରେ ଅଲଆଉଟ ହୋଇଥିଲା। ଓଡ଼ିଶା ପକ୍ଷରୁ ପ୍ରୀତ କନୱର ସିଂ ଚୌହ୍ବାନ ସର୍ବାଧିକ ୭ଟି ଉଇକେଟ ନେଇଥିଲେ। ଅମ୍ରିତ ଖଟୁଆଙ୍କ ୩୦ରନର ସଂଘର୍ଷପୂର୍ଣ୍ଣ ଇନିଂସ ସହାୟତାରେ ଓଡ଼ିଶା ପ୍ରଥମ ଇନିଂସରେ ୧୧୧ରନ କରିଥିଲା। ସତୀଶ ଜଞ୍ଜିର ପଣ୍ଡିଚେରୀ ପକ୍ଷରୁ ୫ଟି ଉଇକେଟ ଅକ୍ତିଆର କରିଥିଲେ। ପଣ୍ଡିଚେରୀର ଦ୍ୱିତୀୟ ଇନିଂସ ୧୬୮ରନରେ ସୀମିତ ରହିଥିଲା। ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ସୁଦ୍ଧା ସତୀଶ ଜଞ୍ଜିର ୫୩ରନର ଧୁଆଁଧାର ଇନିଂସ ଖେଳିଥିଲେ। ପ୍ରୀତ କନୱର ଦ୍ୱିତୀୟ ଇନିଂସରେ ୬ଟି ଉଇକେଟ ଅକ୍ତିଆର କରିବା ସହ ମ୍ୟାଚ୍‌ରେ ମୋଟ୍‌ ୧୩ଟି ଉଇକେଟ ହାସଲ କରିଛନ୍ତି। ୧୭୨ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଓଡ଼ିଶା ୫୩ରନରେ ପ୍ରଥମ ୪ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। କ୍ଷମାସାଗର ବଳ ଓ ଅମ୍ରିତ ଦଳକୁ ବିଜୟ ନିମନ୍ତେ ଅଗ୍ରସର କରାଉଥିବା ବେଳେ କ୍ଷମାସାଗର ୭୧ବଲରୁ ୫୯ରନ କରି ଆଉଟ ହୋଇଥିଲେ। ପରେ ଓଡ଼ିଶାର ନିମ୍ନକ୍ରମର ବ୍ୟାଟିଂ ଲାଇନଅପ ଅଳ୍ପରନରେ ଭୁଶୁଡ଼ି ପଡ଼ିଥିଲା। ଅମ୍ରିତ ୧୬ରନରେ ଅପରାଜିତ ଥିଲେ। ପଣ୍ଡିଚେରୀ ପକ୍ଷରୁ ଏମ୍‌ ପୁଭିସରନ ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡିପ୍ରେଶନରେ ଥିଲେ କୋହଲି: ଭିଡ଼ରେ ମଧ୍ୟ ଏକା ଅନୁଭବ କରୁଥିଲେ

ନୂଆଦିଲ୍ଲୀ,୨୦।୨(ପି.ଟି.): ୨୦୧୪ ଇଂଲଣ୍ଡ ଗସ୍ତ ସମୟରେ ମାନସିକ ଅବସାଦରେ ଥିବା କଥା ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ବ୍ୟାଟିଂରେ କ୍ରମାଗତ ଭାବେ ବିଫଳ ହେବା...

ଇଣ୍ଡିଆନ ସୁପରଲିଗ୍‌ : ହାଇଦ୍ରାବାଦ-ଜାମଶେଦପୁର ମ୍ୟାଚ ଡ୍ର

ଭାସ୍କୋ, ୨।୧୨- ଆରିଡାନେ ସାଣ୍ଟାନାଙ୍କ ପରେ ପ୍ରତିପକ୍ଷ ଷ୍ଟିଫେନ୍‌ ଏଜେଙ୍କ ଗୋଲ ଯୋଗୁ ବୁଧବାର ହାଇଦ୍ରାବାଦ୍‌ ଏଫ୍‌ସି ଓ ଜାମଶେଦପୁର ଏଫସି ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ...

ଆଇପିଏଲ ପାଇଁ ଅଯୋଗ୍ୟ କେକେଆର ଖେଳାଳି ପ୍ରବୀଣ

କୋଲକାତା,୨୮।୨- ଗତବର୍ଷ ଡିସେମ୍ବରରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ୪୮ ବର୍ଷୀୟ ପବୀଣ ତାମ୍ବେଙ୍କୁ କିଣିଥିଲା। ତାଙ୍କୁ ଆଇପିଏଲର ୧୩ତମ ସଂସ୍କରଣ...

କ୍ୟାପଟେନ ରୁଟ୍‌ଙ୍କ ଷ୍ଟ୍ରାଟେଜି ଉପରେ ଉଠିଲା ପ୍ରଶ୍ନ

ଲଣ୍ଡନ,୧୮।୮ : ଲଡର୍‌ସ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଥିବା ସତ୍ତ୍ୱେ ଇଂଲଣ୍ଡର ପରାଜୟକୁ ହଜମ କରିପାରୁ ନାହାନ୍ତି ପୂର୍ବତନ ଅଧିନାୟକ ମାଇକେଲ ଭନ। ସେ ଅଧିନାୟକ...

୨୦ ବଲ୍‌ରେ ୧୧୨ ରନ୍‌ର ବିସ୍ଫୋରକ ଇଂନିସ ଖେଳିଲେ ଏହି କ୍ରିକେଟର୍‌

ମସ୍କଟ,୧୦।୯: ଭାରତୀୟ ମୂଳ ଜସକରଣ ମାଲହୋତ୍ରା ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୬ଟି ବଲ୍‌ରେ ୬ଟି ଛକା ମାରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।...

ୟାଙ୍ଗ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଟୋକିଓ, ୨୫।୭-  ଚଳିତ ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କ୍ୱିଆନ ୟାଙ୍ଗ୍‌(୨୫୧.୮ ପଏଣ୍ଟ)। ଶନିବାର ଆସାକା ଶୁଟିଂ ରେଞ୍ଜ୍‌ରେ ଅନୁଷ୍ଠିତ ୧୦...

ଇତିହାସ ରଚିଲା ପାକିସ୍ତାନ

ଜୋହାନ୍ସବର୍ଗ,୧୧।୪: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପାକିସ୍ତାନୀ କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଛି। ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ବିଶ୍ୱର ପ୍ରଥମ ଦଳ...

ସବୁ ଫର୍ମାଟରେ ବିରାଟ ଶ୍ରେଷ୍ଠ: ମାଇକେଲ ଭନ

ଲଣ୍ଡନ,୨୫।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ବାଂଲାଦେଶ ବିପକ୍ଷ ପିଙ୍କ୍‌ ବଲ ଟେଷ୍ଟର ଦ୍ୱିତୀୟ ଦିନରେ...

Advertisement
Archives

Model This Week