ପଟ୍ଟା ମିଳିଛି, ଜମି ଚିହ୍ନଟ ହେଉନି

ଅମରପାଲି, ୫।୮(ଡି.ଏନ.ଏ) ସରକାର ଭୁମିହୀନମାନଙ୍କୁ ଘରଡିହ ଯୋଗାଇ ଦେଇଛନ୍ତି। ଏପରିକି ଉକ୍ତ ପରିବାରମାନଙ୍କୁ ପଟ୍ଟା ବି ମିଳି ସାରିଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଦିଆଯାଇଥିବା ପଟ୍ଟା ଜମି ଚିହ୍ନଟକରଣ କରାଯାଉ ନାହିଁ। ଫଳରେ ଉକ୍ତ ଭୂମିହୀନ ପରିବାର ବିଭିନ୍ନ ସମୟରେ ହଇରାଣ ହରକତ ହେଉଥିବା ଦେଖାଯାଉଛି। ଏପରିକି ଅନେକ ସମୟରେ ବିଭିନ୍ନ ସରକାରୀ ଯୋଜନା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ କେଞ୍ଜିରିଆପାଲି ଆରଆଇ ଅଧିନ ବହଳପଦର ପଞ୍ଚାୟତର ଚିଙ୍ଗିରାନାଲି ଗ୍ରାମରେ। ଉକ୍ତ ଗ୍ରାମର ୧୫ଟି ଭୂମିହୀନ ପରିବାର ସରକାରଙ୍କଠାରୁ ଜମି ପଟ୍ଟା ପାଇଥିଲେ। ମାତ୍ର ଜମି ଚିହ୍ନଟ ହେଉ ନଥିବାରୁ ସବୁ ପ୍ରକାର ସରକାରୀ ସୁବିଧାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଗ୍ରାମର ଲକ୍ଷ୍ମୀ ଚାଉଲିଆ, ସୁନାରତି ଚାଉଲିଆ, ଜେମା ପୋଢ଼, ସତ୍ୟଭାମା ଚାଉଲିଆ, ସୁଷମା ତମଲିଆ, ସୁମିତ୍ରା ଚାଉଲିଆ, ରବି ରାଏ, ଗୁଲାପି ସାହୁ, ମନ୍ଦଦରୀ ଛତ୍ରିଆ, ପାର୍ବତୀ ଛତ୍ରିଆଙ୍କ ପରିବାର କାହିଁ କେତେ ବର୍ଷରୁ ଚିଙ୍ଗିରାନାଲି ଗ୍ରାମରେ ରହି ଆସୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଅନୁସୂଚିତ ଜାତି ଶ୍ରେଣୀର। ଦୀର୍ଘଦିନ ହେଲା ସରକାରୀ ଜାଗାରେ ମାଟିଘର କରି ରହିଛନ୍ତି । କୁଲି ମଜୁରୀ ସହିତ ବାଉଁଶ କାମ କରି ପରିବାର ଚଳାଇଥାନ୍ତି। ଘରଡିହ ଖଣ୍ଡେ ପାଇଁ ଏମାନେ ସରକାରଙ୍କଠାରେ ଆବେଦନ କରିଥିଲେ। ଫଳସ୍ବରୂପ ଉକ୍ତ ୧୫ ପରିବାରକୁ ୨୦୧୨ ମସିହା ଫେବୃୟାରୀ ୧୩ତାରିଖରେ ପ୍ରତ୍ୟେକଙ୍କୁ ୧୦୦ ଡିସମିଲ ଲେଖାଏଁ ଜମିର ପଟ୍ଟା ପ୍ରଦାନ କରାଯାଇଥିଲା। ମିଳିଥିବା ପଟ୍ଟାର ତଥ୍ୟମତେ ଲିଜ କେସ ନଂ. ୧୧୬/୧୨ ଅନୁଯାୟୀ ଖାତା ନଂ. ୪୮ ରୁ ଜମି ପ୍ରଦାନ କରାଯାଇଛି। ମାତ୍ର ଗ୍ରାମବାସୀ ଉକ୍ତ ପଟ୍ଟାକୁ ପାଇଥିଲେ ମଧ୍ୟ ଜମି ଚିହ୍ନଟ ହୋଇ ନ ଥିବାରୁ ଏହା କୌଣସି କାମରେ ଲାଗୁ ନାହିଁ । ଏବେ ଉକ୍ତ ପରିବାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରୁ ଘର ପାଇଛନ୍ତି। ଏନେଇ ସେମାନେ ପଞ୍ଚାୟତରେ ଆନୁସଙ୍ଗିକ କାଗଜପତ୍ର ମଧ୍ୟ ଦେଇ ସାରିଛନ୍ତି । ମାତ୍ର ଜମି ଚିହ୍ନଟ ହୋଇ ନ ଥିବାରୁ ସେମାନଙ୍କର ଜିଓ ଟ୍ୟାଗ୍‌ ମଧ୍ୟ ହେଉନାହିଁ । ଏପଟେ ସମୟ ମଧ୍ୟ ଗଡି ଯାଉଛି । ଯଦି ଜିଓ ଟ୍ୟାଗ୍‌ ନ ହେବ ତେବେ ଉକ୍ତ ପରିବାର ଆବାସ ଯୋଜନାରୁ ଘର ପାଇବେ ନାହିଁ। ଉକ୍ତ ପରିବାର ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏପରିକି ଗତ ଜୁଲାଇ ୧୫ତାରିଖରେ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ତହସିଲଦାର ମଧ୍ୟ ଜମି ଚିହ୍ନଟ ହେବାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏଯାଏ କୌରସି ପଦକ୍ଷେପ ନିଆଗଲା ନାହିଁ। ଏ ନେଇ ତହସିଲଦାର ଖଦାଳ ପାତ୍ରଙ୍କୁ ପଚାରିବାରୁ ଆରଆଇଙ୍କୁ ଜମି ଚିହ୍ନଟ ପାଇଁ ଆଦେଶ ଦେଇଛି। ଖୁବଶୀଘ୍ର ଚିହ୍ନଟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧିମେଇ ଚାଲିଛି ଧାନକିଣା

ସୋନପୁର,୫।୬(ନି.ପ୍ର.) – ସୁବର୍ଣ୍ଣପୁର ଜିଲାରେ ମେ ୧୫ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି। ଜୁନ୍‌ ୧୫ ତାରିଖରେ ଏହି ଅବଧି ସରିବ। ହେଲେ ମୌସୁମୀ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କଲେ ୨୬ ସରପଞ୍ଚ

ସୋନପୁର,୩୦।୪(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକର ସମସ୍ତ ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ...

ବିନିକାରେ କାଳବୈଶାଖୀ: ଗଛ ଉପୁଜିଲା, ଛପର ଉଡିଲା

ବିନିକା,୬ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକାରେ ମଙ୍ଗଳବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ, ବର୍ଷା ଓ କୁଆପଥର ମାଡରେ ବ୍ଲକ ଅଞ୍ଚଳଳରେ ବ୍ୟାପକ କ୍ଷୟକ୍ଷତି...

ଭାଙ୍ଗିଲା ଗତବର୍ଷର ରେକର୍ଡ

ସୋନପୁର,୭।୧(ନି.ପ୍ର.):ନଦୀ, ନାଳ ଓ ବନ୍ଧ ପରିବେଷ୍ଟିତ ସୁବର୍ଣ୍ଣପୁର ଜିଲାରେ ଶୀତକାଳୀନ ପକ୍ଷୀ ଗଣନା ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଜିଲାକୁ...

ଘର ଭାଂଗିଦେଲା ଜଂଗଲି ହାତୀ:ଅଲପ୍‌କେ ବରତିଲେ ପରିବାର ଲୋକ୍‌

ଉଲୁଣ୍ଡା, ୧୪ା୮ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପଁଚେତ୍‌ ଖଜୁରିଆପାଲି ଗଁାରେ ଜଂଗଲି ହାତୀକର ଉତ୍‌ପାତ ଦେଖ୍‌ବାକେ ମିଲିଛେ। ସୋମବାର ଅଧ୍‌ରାତିରେ ଇ...

ଜାତୀୟ ହସ୍ତତନ୍ତ ଦିବସ: ବାନ୍ଧି ରଖିଛି ବାନ୍ଧକଳା

ଅଗଷ୍ଟ ୭, ଜାତୀୟ ହସ୍ତତନ୍ତ ଦିବସ। ଦେଶରେ ବୁଣାକାରଙ୍କ ଉନ୍ନୟନ ଲାଗି ୨୦୧୫ରୁ ଏହି ଦିବସ ପାଳିତ ହୋଇଆସୁଛି। ହସ୍ତତନ୍ତ, ବାନ୍ଧକଳା କେବଳ ପୁରୁଷଙ୍କ ପାଖରେ...

ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଅମରପାଲି, ୧୧।୯(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାନସ ଦାସ(୨୮)।...

ପକ୍ଷାଘାତରେ ପୀଡ଼ିତ ଡିଲେଶ୍ୱରୀ: ଭତା, ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

ବିନିକା,୧୨।୩ (ଡି.ଏନ୍‌.ଏ.)- ସୁବର୍ଣପୁର ଜିଲା ବିନିକା ବ୍ଲକ କଇଁତରା ପଁଚେତ୍‌ ବାଞ୍ଜିପାଲି ଗଁା ହରିଜନ ପଡ଼ାର ଡିଲେଶ୍ୱରୀ ବାଘ(୬୮)। ସେ ଅନେକ ଦିନ ହେଲା ପକ୍ଷାଘାତ...

Play 250+ Trending Games
Archives

Model This Week

Why Dharitri