ପଞ୍ଚାୟତ ସମିତିର ବିଭିନ୍ନ ସମସ୍ୟା, ସଭ୍ୟାସଭ୍ୟଙ୍କୁ ଅଣଦେଖା ନେଇ ଦାବିପତ୍ର

କୋରେଇ,୧୪ା୮(ସ୍ବ.ପ୍ର.)- ଓଡ଼ିଶା ରାଜ୍ୟ ପଞ୍ଚାୟତ ସମିତି ସଭ୍ୟାସଭ୍ୟ ମହାସଙ୍ଘ କୋରେଇ ଶାଖା ପକ୍ଷରୁ ବୁଧବାର ପଞ୍ଚାୟତ ସମିତିର ବିଭିନ୍ନ ସମସ୍ୟା ଓ ସଭ୍ୟାସଭ୍ୟଙ୍କୁ ଅଣଦେଖା ନେଇ କୋରେଇ ବିଡିଓଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ ଆସନ୍ତା ୧୬ ତାରିଖରେ ଜିଲାପାଳ ଓ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଙ୍ଘ ସଭାପତି ପ୍ରମୋଦ କୁମାର ସାହୁ ସୂଚନା ଦେଇଛନ୍ତି। ପଞ୍ଚାୟତ ରାଜ ବିଧି ଅନୁଯାୟୀ ପ୍ରତି ୨ ମାସରେ ସମିତି ବୈଠକ ହେବା କଥା କିନ୍ତୁ କୋରାଇ ବ୍ଲକରେ ୧୦ ମାସ ହେବ ବୈଠକ ହୋଇ ନାହିଁ ା ପଞ୍ଚାୟତ ସମିତିରେ ପାରିତ ସଙ୍କଳ୍ପର ନକଲ ପ୍ରତ୍ୟକ ସଭ୍ୟଙ୍କୁ ୧୫ ଦିନ ମଧ୍ୟରେ ଅବଗତ ଓ ସଂଶୋଧନ ନିମନ୍ତେ ପ୍ରେରଣ କରାଯାଉ ନାହିଁ ା ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ସମ୍ପୃକ୍ତ ବିଭାଗର ଅଧିକାରୀ ପ୍ରଦାନ ନ କରିବା, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ବୈଠକକୁ ଠିକଭାବେ ନ ଡାକିବା, ପଞ୍ଚାୟତ ସମିତି ଗଠନର ୨ ବର୍ଷ ୬ମାସ ବିତିଥିଲେ ମଧ୍ୟ ଅଦ୍ୟାବଧି ସ୍ଥାୟୀ କମିଟି ଗଠନ ହୋଇ ନାହଁି। ଏପରିକି ପଞ୍ଚାୟତ ସମିତିର ବିନା ଅନୁମୋଦନ ଓ ଅଗୋଚରରେ ପଞ୍ଚାୟତ ସମିତିରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟହେବା, ୨୦୧୯-୨୦ ଫନୀ ବାତ୍ୟା ପ୍ରକଳ୍ପଗୁଡିକ ଚୟନ ସମିତିରେ ଆଲୋଚନା କରା ନ ଯାଇ ପାରିତ ବେହା, ବ୍ଲକ ପରିସରରେ କମନରୁମ ନ ହେବା ଆଦି ବିଭିନ୍ନ ଦାବି ସମ୍ଭଳିତ ଦାବିପ୍ରତ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି। ସଭପତି ସାହୁଙ୍କ ସମତେ ଉପଦେଷ୍ଟା କୁଳମଣୀ ଦାସ, ଅନିଲ କୁମାର ମହାପାତ୍ର, ସେକ ଜହର ଅଲ୍ଲୀ, ଅଶୋକ ବାରିକ, ମନ୍ମଥ ଜେନା, ନୀଳମାଧବ ଚକ୍ର, ତିଳୋତମା ସେଠୀ, ନିଳାଦ୍ରୀ ଭୁଷର ସାହୁ, ଜୟନ୍ତୀ ସାହୁ, ମମତାରାଣୀ ଘଡାଇ, ଭାନୁପ୍ରଭା କରଣ, ମଧୁସୂଦନ ସାହୁ, କ୍ଷୀରୋଦ ଦାସ, ତିଳୋତମା ସାହୁ, ଗଭିନ ଦଳାଇ, ପ୍ରତିମା ରାଉତ, ସଜୁଲତା ଖଟୁଆ, ଉମାକାନ୍ତ ବେହେରା, ନିତ୍ୟାନନ୍ଦ ସାହୁ, ବଟକୃଷ୍ଣ ମଳିକ, ନିର୍ମଳା ବେହେରା, ମାଣିକ ଦାସ, ଅମିତା ସାହୁ, ରାଧାରାଣୀ ପାତ୍ର, ପାର୍ବତୀ ବେହେରା ପ୍ରମୁଖ ଆନ୍ଦୋଳନରେ ଯୋଗଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମାଡ଼ ମାରି ତଡ଼ିଦେଲେ ଶାଶୁଘର ଲୋକେ: ଅଭିଯୋଗ ପରେ ଶିଶୁପୁତ୍ର ଫେରିପାଇଲେ ମା

ବିଞ୍ଝାରପୁର,୭|୯(ଡି.ଏନ.ଏ)- ଜଣେ ମହିଳାଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ନିସ୍ତୁକ ମାଡ ମାରି ଘରୁ ବାହାର କରିଦେବା ସହିତ ତାଙ୍କଠାରୁ ବର୍ଷକର ଶିଶୁକୁ ଛଡ଼ାଇ ରଖିବା...

ସନ୍ଦେହରେ ସଂଖ୍ୟା: ୧୩ ବର୍ଷରେ ଚାଷୀସଂଖ୍ୟା ସାଢ଼େ ୪ଗୁଣ ବଢ଼ିଛି

ଯାଜପୁର ଅଫିସ,୩ା୮: ରାଜ୍ୟରେ ୨୦୦୯-୧୦ରେ ୧,୩୫୭ ଧାନ ସଂଗ୍ରହ କେନ୍ଦ୍ର(ପିପିସି) ଜରିଆରେ ୩ ଲକ୍ଷ ୪୧ ହଜାର ଚାଷୀଙ୍କଠାରୁ ୧୬.୩୧ ଲକ୍ଷ ମେଟ୍ରିକ ଟନ ଧାନ...

କଲରା ଚାଷରେ ଭୁରୁଙ୍ଗା ରୋଗ

ଧର୍ମଶାଳା,୧୦ା୬(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଅଞ୍ଚଳ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଜଳବାୟୁ ପରିବର୍ତ୍ତନ। ଅନେକ ସମୟରେ ଲଗାଣ ବର୍ଷା ଓ ବନ୍ୟାରେ ଧାନ ଚାଷରେ କ୍ଷତି...

କନିଷ୍ଠ ଯନ୍ତ୍ରୀ-ଜିଲା ପରିଷଦ ସଭ୍ୟ ହାତାହାତି: ଥାନାରେ ମାମଲା

ବରୀ,୧୬ା୩(ଡି.ଏନ୍‌.ଏ.): ଉନ୍ନୟନ କାର୍ଯ୍ୟକୁ ନେଇ ଯାଜପୁର ଜିଲା ବରୀ ବ୍ଲକ୍‌ରେ ବିଭିନ୍ନ ସମୟରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ...

ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ ପ୍ରତିନିଧିଙ୍କ ଇମ୍ଫା ଖଣି ପରିଦର୍ଶନ

କାଳିଆପାଣି,୧୭।୪(ଡି.ଏନ.ଏ.):  ବିଶ୍ୱ ଦକ୍ଷତା ପ୍ରତିଷ୍ଠାନ(ୱାର୍ଲ୍‌ଡ ସ୍କିଲ୍‌ ସେଣ୍ଟର) ସିଙ୍ଗାପୁରର ପ୍ରତିନିଧି ତଥା ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂର ନିର୍ଦ୍ଦେଶକ ଚିଓକ ଇଞ୍ଜିଚୁନ, ପ୍ରଶାସନ ନିର୍ଦ୍ଦେଶକ କେରୱାନ ହିଙ୍ଗ...

କାର୍ଯ୍ୟକ୍ଷମ ହୋଇପାରୁନାହିଁ ପାନୀୟ ଜଳ ପ୍ରକଳ୍ପ

ଧର୍ମଶାଳା,୮ା୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବାର୍ଷିକ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।...

ମରାମତି ପାଇଁ ସହାୟତା ଯୋଗାଇ ଦିଆଯିବ

ରଘୁନାଥପୁର,୨୩ା୭(ଡି.ଏନ୍‌ଏ.): ରଘୁନାଥପୁର ବ୍ଲକର ୭ଟି ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ରୂପାନ୍ତରଣ ନେଇ ବ୍ଲକ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ଏନେଇ ଶୁକ୍ରବାର ବିଡିଓ ଜିତେନ୍ଦ୍ର କୁମାର...

ଉତ୍କଟ ହେଉଛି ଜଳସଙ୍କଟ

ବରୀ,୪ା୪(ଡି.ଏନ.ଏ.): ରାଜ୍ୟ ସରକାର ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର...

Advertisement
Archives

Model This Week