ପଙ୍ଗପାଳ ଦମନ ପାଇଁ ପରାମର୍ଶଦାତା ଭିଡିଓ ପ୍ରସ୍ତୁତ

ଭୁବନେଶ୍ୱର, ୫।୬(ବ୍ୟୁରୋ)- ଏବେ ବି ଓଡ଼ିଶାର କୃଷି ପାଇଁ ପଙ୍ଗପାଳ ବିପଦ ରହିଛି। ତେବେ ଏହି ପାକିସ୍ତାନୀ ପଙ୍ଗପାଳ ଦମନ କରିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏକ ପରାମର୍ଶଦାତା ଭିଡିଓ ପ୍ରସ୍ତୁତ ହୋଇଛି। ଯେଉଁଥିରେ ପଙ୍ଗପାଳକୁ କିପରି ଚିହ୍ନିହେବ ଓ କିପରି ଦମନ କରିହେବ ସେ ସମ୍ପର୍କରେ ସୂଚନା ଦିଆଯାଇଛି। ଓଡ଼ିଶାରେ ସମ୍ଭାବ୍ୟ ପଙ୍ଗପାଳକୁ ପ୍ରତିହତ କରିବା ପାଇଁ ଚାଷୀମାନେ ସତର୍କ ରହିବା ପାଇଁ କୁହାଯାଇଛି। ତେବେ ପ୍ରଥମେ ସେମାନେ ପଙ୍ଗପାଳ କି ଝିଣ୍ଟିକା ସେ ସମ୍ପର୍କରେ ନିଶ୍ଚିତ ହୁଅନ୍ତୁ। ଝିଣ୍ଟିକାଙ୍କ ନିଶ ବଡ଼ ବଡ଼, ରଙ୍ଗ ଫିକା ସବୁଜ କିମ୍ବା ଧୂସର ଓ ସେମାନେ ମିତ୍ର କୀଟ। କିନ୍ତୁ ଏବେ ଯେଉଁ ପଙ୍ଗପାଳ ଆସିବା ସମ୍ଭାବନା ଅଛି, ସେମାନଙ୍କ ରଙ୍ଗ ଇଷତ ଗୋଲାପୀ ଏବଂ ଡେଣାର ଆକାର ଝିଣ୍ଟିକା ତୁଳନାରେ ଲମ୍ବା ଓ ବଡ଼। ଝିଣ୍ଟିକା ଅଳ୍ପ ଦୂରକୁ ଡେଇଁ ଡେଇଁ ଯାଉଥିବା ବେଳେ ପଙ୍ଗପାଳ ଘଣ୍ଟାପ୍ରତି ୧୬ରୁ ୧୯କିମି ବେଗରେ ଦିନକୁ ପ୍ରାୟ ୧୫୦ରୁ ୨୦୦କିମି ଉଡ଼ିପାରନ୍ତି। ପଙ୍ଗପାଳ ଦଳଙ୍କ ଗତିବିଧି ସମ୍ପର୍କରେ ବିଭାଗ ପକ୍ଷରୁ ନିରନ୍ତର ଖବର ସଂଗ୍ରହ, ଆକଳନ ତଥା ତ୍ରିସ୍ତରୀୟ ପର୍ଯ୍ୟବେକ୍ଷଣ କରାଯାଉଛି। ଏନେଇ ଏକ କଣ୍ଟ୍ରୋଲ ରୁମ୍‌ (ନଂ.୦୬୭୪-୨୩୯୪୯୦୭) ଖୋଲାଯାଇଛି। ଏଥିସହିତ ‘ଆମ କୃଷି’ ନିଃଶୁଳ୍କ ନମ୍ବର ୧୮୦୦-୧୦୨-୫୧୬୬କୁ ଫୋନ୍‌ କରି ଚାଷୀମାନେ ପଙ୍ଗପାଳ ସମ୍ପର୍କରେ ସୂଚନା ଦେଇପାରିବେ। ପଙ୍ଗପାଳ ଦମନ ପାଇଁ ରାଜ୍ୟ ସରକାର କେତେକ ରାସାୟନିକ କୀଟନାଶକକକୁ ଅନୁମୋଦନ କରିଛନ୍ତି। ସେଗୁଡ଼ିକ ହେଲା କ୍ଳୋରୋପାଇରିଫସ୍‌, ଡେଲ୍‌ଟାମେଥ୍ରିନ, ଫିପ୍ରୋନିଲ, ଲାମ୍ବନାସାଇହାଲୋଥ୍ରିନ, ମାଲାଥିଅନ୍‌। ତେବେ ଏହା କେତେ ମାତ୍ରାରେ ସିଞ୍ଚନ କରିବ ତାହା କୃଷି କର୍ମଚାରୀଙ୍କଠାରୁ ବୁଝିବାକୁ ପଡ଼ିବ। ପଙ୍ଗପାଳ ପାଇଁ ବ୍ୟସ୍ତବିବ୍ରତ ନ ହୋଇ ସେମାନଙ୍କ ନିପାତ ସକାଶେ କୃଷି ବିଭାଗ ପରାମର୍ଶରେ ଏକଜୁଟ ହେବା ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର,୧୯ା୯(ତ୍ରିନାଥ ମହାନ୍ତି): ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର…

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?