ପକ୍କାଘର ଦେବାକୁ କହି ନେଇଗଲେ ସୁନାଚେନ୍‌, ଟଙ୍କା

ନୟାଗଡ଼ ଅଫିସ,୨୬ା୬- ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଅଜବ ଢଙ୍ଗର ଠକେଇ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ପକ୍କା ଘର କରାଇଦେବାକୁ କହି ମହିଳାଙ୍କଠାରୁ ସୁନାଚେନ୍‌ ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରେ ମହିଳା ଜଣକ ନିରୂପାୟ ହୋଇ ଜିଲାପାଳ ଓ ପୋଲିସରେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ରଣପୁର ବ୍ଲକ ବାରଙ୍ଗଗାଡ଼ିଆ ଗ୍ରାମର ମମତା ଛୁଆଳସିଂଙ୍କ ସ୍ବାମୀ ସୁରଟରେ ରହି କାର୍ଯ୍ୟ କରୁଥିବାବେଳେ ସେ ପିଲାମାନଙ୍କୁ ଧରି ଗ୍ରାମରେ ରୁହନ୍ତି। ମଙ୍ଗଳବାର ସକାଳ ୮ଟାରେ ଜଣେ ଯୁବକ ନିଜକୁ ଏକତାଳ ଗ୍ରାମର କହି ମମତାଙ୍କ ପାଖରେ ପହଞ୍ଚତ୍ଥିଲେ। ତୁମର ବିଜୁ ପକ୍କା ଘର ଯୋଜନାରେ କୋଠାଘର ଆସିଛି, ଘର ପାଇଁ ତୁମକୁ ୨ ଲକ୍ଷ ୩୦ ହଜାର ଟଙ୍କା ମିଳିବ, ସେଥିପାଇଁ ଜିଲପାଳଙ୍କ କାର୍ଯ୍ୟାଳୟରେ କିଛି ଲାଞ୍ଚ ଦେବାକୁ ପଡ଼ିବ ବୋଲି ଯୁବକ କହିଥିଲେ। ମମତା କେତେ ଟଙ୍କା ପଚାରିବାରୁ ସେ ୨୦ରୁ ୩୦ ହଜାର ଟଙ୍କା ବୋଲି କହିଥିଲେ। ତାଙ୍କ ପାଖରେ ଏତେ ଟଙ୍କା ନାହିଁ ବୋଲି ମମତା କହିବାରୁ ଯୁବକ ଜଣକ ତୁମ ପାଖରେ ଯାହା ଟଙ୍କା ଅଛି ଆଣ ଆଉ କିଛି ସୁନା ଜିନିଷ ଧରି ଆସିଲେ ବିକ୍ରି କରି ଟଙ୍କା ଦେବା ବୋଲି କହିଥିଲେ। ପରେ ମମତା ଓ ତାଙ୍କ ଝିଅ ଚୁଲବୁଲି ଯୁବକଙ୍କ ବାଇକ୍‌ରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳଙ୍କ ଅଫିସ ପରିସରରେ ପଡ଼ିଥିବା ବେଞ୍ଚରେ ବସି ଯୁବକ ଜଣକ ଚୁଲବୁଲିଙ୍କୁ ରାଶନ କାର୍ଡ଼ ଓ ଭୋଟର କାର୍ଡ଼ର ଜେରକ୍ସ କରି ଆଣିବା ପାଇଁ କହିଥିଲେ। ଚୁଲବୁଲି ଏହାକୁ ଜେରକ୍ସ କରିବା ପାଇଁ ବଜାରକୁ ଯାଇଥିଲେ। ଏହି ସମୟରେ ଯୁବକ ଜଣକ ଭିତରେ ଟଙ୍କା ଓ ସୁନାଚେନ୍‌ ଦେବାକୁ କହି ମମତାଙ୍କଠାରୁ ୩୨୦୦ ଟଙ୍କା ଓ ପାଖାପାଖି ୧.୫ ଭରିର ସୁନାଚେନ୍‌ ନେଇ ଯାଇଥିଲେ। ପରେ ସେ ବାହାରକୁ ଆସି ବାଇକ୍‌ରେ ଯାଉଥିବା ସମୟରେ ଚୁଲବୁଲି କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ଯୁବକ ଜଣକ ଷ୍ଟାମ୍ପପେପର ପାଇଁ ପାଖ ଦୋକାନକୁ ଯାଉଥିବା କହିଥିଲେ। ଚୁଲବୁଲି ଆସି ମା’ଙ୍କୁ ପଚାରିବାରୁ ସେ ଯୁବକଙ୍କୁ ଟଙ୍କା ଓ ସୁନାଚେନ୍‌ ଦେଇଥିବା କହିଥିଲେ। ପରେ ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ଯୁବକଙ୍କ ଦେଖା ମିଳି ନ ଥିଲା। ଟଙ୍କା, ସୁନା ହରାଇଥିବା ମହିଳାଙ୍କଠାରେ କାନ୍ଦିବା ଛଡା ଅନ୍ୟ ଉପାୟ ନ ଥିଲା। ଏହାଦେଖି ଜଣେ ବ୍ୟକ୍ତି ତାଙ୍କୁ ଆଶ୍ୱାସନା ଦେଇଥିଲେ। ପରେ ଏ ନେଇ ମମତା ଲିଖିତ ଭାବେ ଜିଲାପାଳ ଓ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଜୟଦୀପ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସେହିଭଳି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଯୁବକଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଟିର ତଦନ୍ତ ଜାରି

ନୟାଗଡ଼ ଅଫିସ,୫।୧୨: ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ୪ଦିନ ଭିତରେ ଟିମ୍‌ ୨ଥର ଯଦୁପୁରରେ ପହଞ୍ଚତ୍...

କର୍ତ୍ତବ୍ୟରେ ଅବହେଳା : ୨ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ଖଣ୍ଡପଡା,୨ା୧୦(ସ୍ବ.ପ୍ର.)-କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଖଣ୍ଡପଡା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି। ନୟାଗଡ ଜିଲା ଶିକ୍ଷାଧିକାରୀ ଶିବ ଶଙ୍କର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ...

ଖଟିଆରେ ବୁହାହେଲେ ରୋଗୀ

ନୟାଗଡ଼ ଅଫିସ,୨୬ା୭: ସବୁ ଦିନିଆ ରାସ୍ତାଟିଏ ନ ଥବାରୁ ୪ କିମି ପର୍ଯ୍ୟନ୍ତ ଖଟିଆରେ ଜଣେ ରୋଗୀଙ୍କୁ ବୋହି ନେବାକୁ ପଡ଼ିଛି। ଆମ୍ବୁଲାନ୍ସ କର୍ମଚାରୀ ଓ...

ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ : ଶୈକ୍ଷିକ ବାତାବରଣ ଅଭାବ ଅଭିଯୋଗ

ଖଣ୍ଡପଡ଼ା,୨୮ା୬(ସ୍ବ.ପ୍ର.)-ଖଣ୍ଡପଡ଼ାରେ ନୂତନ ଭାବେ ଆରମ୍ଭ ହୋଇଛି ଆଦର୍ଶ ବିଦ୍ୟାଳୟ। ତେବେ ଏଠାରେ ଶୈକ୍ଷିକ ବାତାବରଣର ଅଭାବ ରହିଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ବିଦ୍ୟାଳୟଟିରେ...

ସୁବର୍ଣ୍ଣ ଚିତା ଲାଗି ହେଲେ ନୀଳମାଧବ ଜୀଉ

ଖଣ୍ଡପଡ଼ା,୨ା୮(ସ୍ବ.ପ୍ର.)- ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପରିଚିତ କଣ୍ଟିଲୋର ନୀଳମାଧବ ଜୀଉଙ୍କ ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣର ଚିତା ଲାଗି କରାଯାଇଥିଲା...

ପୋକରା ଚାଉଳ ବଣ୍ଟନକୁ ବିରୋଧ: ଧାରଣା ପରେ ବଦଳାଗଲା

ନୟାଗଡ଼ ଅଫିସ,୯ା୩: ନୟାଗଡ଼ ବ୍ଲକ ଖୁଣ୍ଟୁବନ୍ଧ ପଞ୍ଚାୟତରେ ରବିବାର ପୋକରା ଚାଉଳ ବଣ୍ଟନକୁ ରାଶନ କାର୍ଡ ହିତାଧିକାରୀ ବିରୋଧ କରିଥିଲେ। ପରେ ସେମାନେ ପୋକଡା ଚାଉଳ...

ଚିନିକଳ ଖୋଲିବା ଆଶା ଉଜ୍ଜୀବିତ : ଏକାଠି ହେଲେ ମନ୍ତ୍ରୀ, ପ୍ରଶାସକ, ନେତା, କୃଷକ

ନୟାଗଡ଼ ଅଫିସ,୯ା୮: ନୟାଗଡ଼ ଜିଲାରେ ବନ୍ଦ ହୋଇ ପଡ଼ିଥିବା ଚିନିକଳ ଖୋଲିବା ପ୍ରସଙ୍ଗରେ ଗୁରୁବାର ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ...

ନୀଳମାଧବଙ୍କ ପୀଠରେ ଲବଣୀଖିଆ ଉତ୍ସବ

ଖଣ୍ଡପଡା,୨୭।୮(ସ୍ବ.ପ୍ର.)-ସୋମବାର କାଳୀୟଦଳନ ଏକାଦଶୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ବାଳୁତ କୃଷ୍ଣଙ୍କର ଲବଣୀଖିଆ ଓ କାଳୀୟ ଦଳନ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି...

Advertisement

BGU

Archives

Model This Week

Why Dharitri