ନୟାଗଡ଼ ଜିଲା: ୧୦୦ରେ ୩୧ ଝିଅ କରୁଛନ୍ତି ବାଲ୍ୟବିବାହ

ନୟାଗଡ଼ ଅଫିସ,୧।୮: ବିିଭିନ୍ନ ସମୟରେ ଜିଲାରେ ବାଲ୍ୟବିବାହ ହେଉଥିବା ଘଟଣା ନୟାଗଡ ଜିଲାକୁ ନିନ୍ଦିତ କରୁଛି। ତେଣୁ ଏହାର ନିରାକରଣ ଓ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବୁଧବାର ଡିଆରଡିଏସ୍ଥିତ ସୃଜନ ସମ୍ମିଳନୀ କକ୍ଷରେ ବାଲ୍ୟବିବାହ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ଏନ୍‌ ତିରୁମାଲା ନାୟକଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଜିଲାପାଳ କହିଥିଲେ ରାଜ୍ୟରେ ନୟାଗଡ଼ ଜିଲାରେ ଝିଅ ସଂଖ୍ୟା କମ୍‌ ଥିବା ବେଳେ ବାଲ୍ୟବିବାହ ଘଟଣା ଜିଲାକୁ ନିନ୍ଦିତ କରୁଛି। ଦେଶରେ ୧୦୦ରେ ୨୬ ଜଣ, ରାଜ୍ୟରେ ୧୦୦ରେ ୨୧ ଜଣ ଝିଅ ବାଲ୍ୟ ବିବାହ କରୁଛନ୍ତି। ହେଲେ ନୟାଗଡ଼ ଜିଲାରେ ୧୦୦ରେ ୩୧ ଜଣ ଝିଅ ବାଲ୍ୟବିବାହ କରୁଥିବା ଘଟଣା ଜିଲା ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ। ପ୍ରଶାସନ ପକ୍ଷରୁ ବାଲ୍ୟବିବାହ ବନ୍ଦ କରାଯାଉଥିଲେ ମଧ୍ୟ ଏହାର କିଛିଦିନ ପରେ ପୁନର୍ବାର ବିବାହ ହେଉଛି। ତେଣୁ ପ୍ରଶାସନ କି ଜନପ୍ରତିନିଧି ଚାହିଁଲେ ବାଲ୍ୟବିବାହ ରୋକାଯାଇପାରିବ ନାହିଁ। ଲୋକମାନେ ଚାହିଁଲେ ଏହା ରୋକାଯାଇପାରିବ। ତେଣୁ ବାଲ୍ୟବିବାହ ରୋକିବା ପାଇଁ ଲୋକମାନେ ଚେଷ୍ଟା କରିବା ଦରକାର ବୋଲି ଜିଲାପାଳ ନାୟକ ପ୍ରକାଶ କରିଥିଲେ।
୨୦୧୬-୧୭ ବର୍ଷରେ ୨୧, ୧୭-୧୮ରେ ୧୭ , ୧୮-୧୯ରେ ୧୬ ଓ ବର୍ତ୍ତମାନ ସୁଦ୍ଧା ୩୧ଟି ବାଲ୍ୟବିବହାକୁ ବନ୍ଦ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା। ଅନ୍ୟପକ୍ଷେ ଜିଲାରେ ୧୦୦ରୁ ୧୬ ଜଣ ମହିଳା ୧୫ରୁ ୧୯ ବର୍ଷ ମଧ୍ୟରେ ଗର୍ଭଧାରଣ କରୁଥିବା ନେଇ ସୂଚନା ଦିଆଯାଇଥିଲା। ସରପଞ୍ଚମାନେ ଯଦି ଠିକ୍‌ ଭାବରେ ଦାୟିତ୍ୱ ତୁଲାଇବେ ତାହା ହେଲେ ମାସେ ଭିତରେ ବାଲ୍ୟବିବାହର ସମାଧାନ ହୋଇପାରିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ପୂର୍ବରୁ ବାଲ୍ୟବିବାହ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ବେଳେ ଆଗାମୀ ଦିନରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ନାୟକ କହିଥିଲେ। ସମ୍ମାନିତ ଅତିଥିଭାବେ ଏସ୍‌ପି ଶଶିଭୂଷଣ ଶତପଥୀ ଯୋଗଦେଇ ଝିଅକୁ ପୁଅ ଭାବିବା ଦରକାର, ତାହା ହେଲେ କୌଣସି ପରିବାରର ଲୋକମାନେ କମ୍‌ ବୟସରେ ଝିଅକୁ ବିବାହ କରାଇବେ ନାହିଁ ବୋଲି କହିଥିଲେ। ମାନସିକତାରେ ପରିବର୍ତ୍ତନ ଆଣିଲେ ବାଲ୍ୟବିବାହକୁ ବନ୍ଦ କରାଯାଇପାରିବ ବୋଲି ଏସ୍‌ପି ପ୍ରକାଶ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି ନିଜ ବକ୍ତବ୍ୟରେ ବାଲ୍ୟବିବହାକୁ ରୋକିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ପ୍ରକାଶ କରିଥିଲେ। ରିସୋର୍ସ ପର୍ସନ ଚିତ୍ତରଞ୍ଜନ ମହାନ୍ତି ବାଲ୍ୟବିବାହ ଆଇନ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ଏପିଡି ସନ୍ତୋଷୀ ସାହୁ, ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ଚିତ୍ତରଞ୍ଜନ ମହାନ୍ତି ଓ ଡ. ବଳିୟାର ସିଂ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବାଲ୍ୟବିବାହ ନ କରି ପାଠ ପଢ଼ିଥିବା ୨ ଜଣ ଝିଅଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବାଲ୍ୟବିବାହ କରୁଥିବା ଝିଅମାନଙ୍କୁ ମାଗଣା ଶିକ୍ଷା ଦେଉଥିବା ଏକ ଶିକ୍ଷାନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବାଲ୍ୟବିବାହକୁ ନା ସଚେତନତା ରଥକୁ ଜିଲାପାଳ ଉଦ୍‌ଘାଟନ କରିଥିଲେ। ଏହି ରଥ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଜିଲାର ୧୯୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ବାଲ୍ୟ ବିବାହ କରିବା ଦ୍ୱାରା କ’ଣ ଅପକାର ହେଉଛି ସେ ନେଇ ଲୋକମାନଙ୍କୁ ବୁଝାଇବ। ସେହିଭଳି ବାଲ୍ୟବିବାହ କଲେ ଜରିମାନା ସହ ଜେଲ୍‌ ଦଣ୍ଡ ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରାଇବ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିରଞ୍ଚତ୍ ନାରାୟଣ ନନ୍ଦ ଶିବିରକୁ ପରିଚାଳନା କରିଥିବା ବେଳେ ସତ୍ୟରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ। ଏହି ଶିବିରରେ ଜିଲାସ୍ତରୀୟ ଅଧିକାରୀ, ସିଡିପିଓ, ତହସିଲଦାର, ପିଆରଆଇ ମେମ୍ବର, ବିଭିନ୍ନ ମନ୍ଦିରର ପୂଜାରୀ, ଏନଜିଓ ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୧୯।୮ (ଡି.ଏନ୍‌.ଏ.): କୋଭିଡ୍‌ ୨ୟ ଲହର ଯୋଗୁ ଗତ ୩ମାସରୁ ଊର୍ଦ୍ଧ୍ୱ ବନ୍ଦ ରହିଥିବା ଶ୍ରୀଲିଙ୍ଗରାଜ ମନ୍ଦିର ଆସନ୍ତା ସେପ୍ଟେମ୍ବର ପହିଲାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ...

ଆଇଏଫ୍‌ଏସ୍‌ ଅଭୟକାନ୍ତଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୭।୧୧(ବ୍ୟୁରୋ)-ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫ୍‌ଏସ୍‌ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଶେଷରେ ଶୁକ୍ରବାର...

ସ୍ମାର୍ଟ ହୋଇପାରୁନି ଶିକ୍ଷାଦାନ

ବଇଣ୍ଡା,୩।୧୨(ଡି.ଏନ.ଏ.) ସରକାରୀ ସ୍କୁଲଗୁଡ଼ିକର ରୂପାନ୍ତରଣ ଚାଲିଛି। ଭିତ୍ତିଭୂମି, ଶିକ୍ଷାଦାନକୁ ସ୍ମାର୍ଟ କରାଯିବାର ବ୍ୟବସ୍ଥା ହେଉଛି। ଇତିମଧ୍ୟରେ ଅନୁଗୋଳ ଜିଲାର ୯୦ଟି ବିଦ୍ୟାଳୟକୁ ସ୍ମାର୍ଟ ବୋଲି ଘୋଷଣା...

ବିଶ୍ୱସ୍ତରୀୟ ମାନବ ସମ୍ବଳ ସୃଷ୍ଟି ଲକ୍ଷ୍ୟ’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ରାଜ୍ୟର ଯୁବତୀଯୁବକଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ପ୍ରଶସ୍ତ କରିବାକୁ ରାଜ୍ୟ ସରକାର ୩ଟି ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ସୋମବାର ଖାରବେଳ ଭବନଠାରେ...

୧ରୁ ଯୁକ୍ତ୨ ପ୍ରାକ୍ଟିକାଲ: ହବ୍‌ ସେଣ୍ଟରକୁ ଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର, ୩୧ା୧(ବ୍ୟୁରୋ): ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୧ ତାରିଖରୁ ଆରମ୍ଭ ହେବ। ସୋମବାର ରାଜ୍ୟର ସମସ୍ତ ହବ୍‌ ସେଣ୍ଟରକୁ ଉଭୟ...

ରଥ ରଙ୍ଗକାମ ଆରମ୍ଭ

ପୁରୀ ଅଫିସ,୨୫।୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ରଥଖଳାରେ ପ୍ରଥମ ପର୍ଯ୍ୟାୟ ଭୂଇଁ ଖଞ୍ଜା ସରିବା ପରେ ରଥରେ ଛ’କାଠ ଉଠିଥିଲା। ଏବେ ଦ୍ୱିତୀୟ...

ଗଞ୍ଜା ଲଢ଼େଇ ସାଜିଛି ଜୁଆ

ଢେଙ୍କାନାଳ ଅଫିସ, ୨୮ା୧୧-ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ ଓ ପରଜଙ୍ଗ ଥାନା ଅଞ୍ଚଳରେ ଥିବା ସାପ୍ତାହିକ ହାଟରେ ହେଉଛି ଜୁଆଖେଳ। ତାସ୍‌ ସାଙ୍ଗକୁ ଗଞ୍ଜା...

କୃଷିଜାତ ସାମଗ୍ରୀ ପରିବହନରେ ଚାଷୀଙ୍କୁ ଯେପରି ଅସୁବିଧା ନ ହୁଏ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଚାଷୀମାନେ ଯେପରି ସେମାନଙ୍କର ଉତ୍ପାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟରେ କୌଣସି ଅସୁବିଧା ନ ହେବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ...

Advertisement
Archives

Model This Week