ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ନର୍ସ କରୋନା ପଜିଟିଭ୍‌

ନୟାଗଡ଼ ଅଫିସ,୯।୬: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଡାକ୍ତର ଓ ନର୍ସଙ୍କୁ ଚିକିତ୍ସା ପାଇଁ ସୋମବାର ସାରୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସିଡିଏମ୍‌ଓ ସୁଧାଂଶୁ ଶେଖର ସଡ଼ଙ୍ଗୀ ସୂଚନା ଦେଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ନର୍ସ କରୋନାରେ ଆକ୍ରାନ୍ତ ହେବା ପରେ ମାତୃ ଶିଶୁ ଚିକିତ୍ସାଳୟର ଗୋଟିଏ ୱାର୍ଡ, ସର୍ଜରି ୱାର୍ଡ, କୋଭିଡ କଣ୍ଟ୍ରୋଲ ରୁମ୍‌ ସିଲ୍‌ କରାଯାଇ ବିଶୋଧନ ଆରମ୍ଭ ହୋଇଛି।
ପୂର୍ବରୁ ଜୁନ ୩ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
ତେବେ ସେ କିପରି ଆକ୍ରାନ୍ତ ହେଲେ ତାହା ଏଯାବତ୍‌ ଜଣାପଡ଼ି ନ ଥିବା ବେଳେ ବର୍ତ୍ତମାନ ଡାକ୍ତର ଓ ଆଉ ଜଣେ ନର୍ସ କରୋନା ଆକ୍ରାନ୍ତ ହେବାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ହଜାର ହଜାର ସଂଖ୍ୟାରେ ରୋଗୀ ଓ ତାଙ୍କ ସମ୍ପର୍କିୟ ଆସୁଛନ୍ତି। ତେବେ ଆକ୍ରାନ୍ତ ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେନେଇ ଖୋଳତାଡ଼ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ା ଜିଲାରେ ୫ରୁ ଧାନ କିଣା

ଝାରସୁଗୁଡ଼ା ଅଫିସ,୧୧।୧୧: ଝାରସୁଗୁଡ଼ା ଜିଲାରେ ଧାନ କିଣା ସକାଶେ ଚଳିତ ଖରିଫ ଋତୁର ପ୍ରଥମ ଜିଲାସ୍ତରୀୟ ଧାନ କିଣା (ଡିଏଲ୍‌ପିସି) ବୈଠକ ଜିଲାପାଳ ସରୋଜ କୁମାର...

ବଲାଙ୍ଗୀର ଲିଖିରିଆ ଗାଁକୁ ସିଲ୍‌ କରିବା ପ୍ରକ୍ରିୟା ଆରମ୍ଭ, ଗାଁ ଲୋକଙ୍କ ସ୍ବାବ୍‌ ସଂଗ୍ରହ ପାଇଁ ପହଞ୍ଚତ୍ଲା ଟିମ୍‌

ବଲାଙ୍ଗୀର ଅଫିସ/ଗୁଡଭେଲା ୧।୫ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ୍‌ ରୁଷୁଡା ପଞ୍ଚାୟତର ଲିଖିରିଆ ଗାଁର ଦୁଇଜଣ ଯୁବକ ଶୁକ୍ରବାର କରୋନା ପଜିଟିଭ ଚିହ୍ନଟ ହେବା...

ବିଶ୍ୱବିଦ୍ୟାଳୟ ପାଇଁ ଏକକ ଗବେଷଣା ନୀତି

ରାଜ୍ୟ ସରକାର ଉଚ୍ଚଶିକ୍ଷା ଗବେଷଣା କ୍ଷେତ୍ରରେ ଏକ ବଡ଼ ସଂସ୍କାର ଆଣିବାକୁ ଯାଉଛନ୍ତି। ଏମ୍‌.ଫିଲ୍‌., ପିଏଚ୍‌.ଡି., ଡି.ଲିଟ୍‌ ଭଳି ଗବେଷଣା ଡିଗ୍ରୀ ପାଇବାକୁ ଛାତ୍ରୀଛାତ୍ରଙ୍କୁ ଆଉ...

ଆନ୍ତଃ ରାଜ୍ୟ ଯାତାୟାତ ଲାଗି ଅନୁମତି

ଭୁବନେଶ୍ୱର,୪ା୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକ ବସ୍‌ ଏବଂ ଟ୍ରେନ୍‌ ଯୋଗେ ଫେରିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ...

ବଜ୍ରକାପ୍ତା ଚାଲାଣବେଳେ ଧରାପଡ଼ିଲା, ୩୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାନ୍ତା

ଭୁବନେଶ୍ୱର (ବ୍ୟୁରୋ), ବଡ଼ମ୍ବା (ଡି.ଏନ୍‌.ଏ.), ୧୮ା୪: ରାଜ୍ୟରେ ବେଧଡ଼କ ଚାଲିଛି ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ। ଶୁକ୍ରବାର ଆଉଏକ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟକୁ...

ଭୁଲ୍‌ ଇଞ୍ଜେକ୍ସନରେ ନାବାଳକଙ୍କ ମୃତ୍ୟୁ: ଥାନାରେ ରୁଜୁ ହେଲା ମାମଲା

ଭଦ୍ରକ ଅଫିସ,୩।୩: ଭଦ୍ରକର ଏକ କ୍ଲିନିକ୍‌ରେ ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ବୁଧବାର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏନେଇ...

ଧରାପଡ଼ିଲେ ଫେରାର ଆଜୀବନ କଏଦୀ

ରାଇରଙ୍ଗପୁର,୨୫ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍‌ ଜେଲ୍‌ରେ ଅଜୀବନ ସଜା କାଟୁଥିବା ଜଣେ କଏଦୀ ଶୁକ୍ରବାର ଚିକିତ୍ସା ପାଇଁ ଯାଇଥିବା ବେଳେ ଜେଲ୍‌ କର୍ମଚାରୀଙ୍କୁ ଚକ୍‌ମା...

ଚିନ୍ମୟଙ୍କ ଅଭିଶପ୍ତ ଜିଭ

ବ୍ରହ୍ମପୁର ଅଫିସ୍‌,୨୩।୬-ପୁଅ ଜନ୍ମ ବେଳେ ଘରେ କେତେ ଆନନ୍ଦ । ସାହି ପଡ଼ିଶାରେ ମିଠା ବଣ୍ଟାଯାଇଥିଲା । ପ୍ରଥମ ସନ୍ତାନ, ଏଣୁ ଘରେ ଭୋଜିଭାତର ଆସର...

Advertisement
Archives

Model This Week