ନୟାଗଡ଼ ଜିଲା ମହୋତ୍ସବ ଉଦ୍‌ଘାଟିତ: ଲୋକକଳାଙ୍କୁ ଉଜ୍ଜୀବିତ ରଖେ ମହୋତ୍ସବ

ନୟାଗଡ଼ ଅଫିସ,୨୫ା୧୨: ନୟାଗଡ଼ ଖେଳପଡ଼ିଆଠାରେ ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୯ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହାକୁ ଉଦ୍‌ଘାଟନ କରି ନିର୍ମାଣାଧୀନ ବଲାଙ୍ଗୀ ପାର୍କକୁ ପୋଷ୍ୟ ପ୍ରକଳ୍ପ ଭାବେ ଗ୍ରହଣ କରିଥିବା ଘୋଷଣା କରିଥିଲେ। ଭାଷଣ ପ୍ରସଙ୍ଗରେ ସେ କହିଥିଲେ, ଓଡ଼ିଶାରେ ୪୭୧ ଗୋଟି ଲୋକକଳା ରହିଛି। ଓଡ଼ିଶା ରାଜ୍ୟ ଏକ ବୃକ୍ଷ ସଦୃଶ ହେଲେ ଲୋକକଳା ହେଉଛି ଏହାର ଚେର। ଚେରକୁ ଭୁଲିଗଲେ ଗଛ କେତେବେଳେ ଲୋଟି ପଡ଼ିବ। ତେଣୁ ଏହି ଚେରକୁ ସୁଦୃଢ଼ କରି ରଖିବା ହେଉଛି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ବିଭିନ୍ନ ସ୍ଥାନରେ ହେଉଥିବା ମହୋତ୍ସବ ଲୋକକଳାକୁ ଉଜ୍ଜୀବିତ ରଖେ ବୋଲି ମନ୍ତ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ। ଜିଲାପାଳ ଡ. ପୋମା ଟୁଡୁଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାରେ କିପରି କମ୍‌ ସମ୍ବଳରେ ଭଲ କାର୍ଯ୍ୟକ୍ରମ କରାଯାଉଛି ସେ ନେଇ ବକ୍ତବ୍ୟ ରଖିଥିଲେ। ଜିଲାରେ ପ୍ରାକୃତିକ ଉତ୍ସ ନ ଥିବାବେଳେ ଦୃଢ଼ ମନୋଭାବ ଯୋଗୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ସେ ପ୍ରକାଶ କରିଥିଲେ। ଜିଲାପାଳ ଟୁଡୁ ଜିଲା ମହୋତ୍ସବ ଏକ ଗଣପର୍ବରେ ପରିଣତ ହୋଇଥିବା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି, ଏସ୍‌ପି ଶଶିଭୂଷଣ ଶତପଥୀ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ସାମନ୍ତ ଚନ୍ଦ୍ର ଶେଖର ଅନୁଷ୍ଠାନ ପକ୍ଷରୁ ପଠାଣି ସାମନ୍ତ ଜୟନ୍ତୀ ସମାରୋହ ପାଳନ କରାଯାଇଥିଲା। ଏହି ଅବସରରେ ରଣପୁର ବିଧାୟକ ପ୍ରଧାନଙ୍କୁ ନୟାଗଡ଼ ଗୌରବ, ଏସ୍‌ପି ଶତପଥୀଙ୍କୁ ନୟାଗଡ଼ ବନ୍ଧୁ, ଶିକ୍ଷାବିତ୍‌ ତଥା ବିଜ୍ଞାନ ସ୍ରଷ୍ଟା ଓଡ଼ିଶା ବିଜ୍ଞାନ ଏକାଡ଼େମୀର ସଭାପତି ଡା. ପ୍ରମୋଦ ଚନ୍ଦ୍ର ମିଶ୍ରଙ୍କୁ ପଠାଣି ସାମନ୍ତ ପ୍ରତିଭା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକଙ୍କୁ ପଠାଣି ସାମନ୍ତ ସାହିତ୍ୟ, ସାହିତି୍ୟକ ରବି ଶତପଥୀଙ୍କୁ ଦାସିଆ ଅଜା ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜିଲା ପ୍ରଶାସନ ପକ୍ଷରୁ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ମୋ ଝିଅ ମାସ୍କଟ୍‌କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଜିଲା ମହୋତ୍ସବର ମୁଖପତ୍ର ଆରଣ୍ୟକ ପତ୍ରିକା ଓ ସୁକାନ୍ତି ମହାନ୍ତିଙ୍କ କିଶୋର ଏକାଙ୍କିକା ସଚେତନ ପୁସ୍ତିକାକୁ ଅତିଥିମାନେ ଲୋକାର୍ପିତ କରିଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନାୟକ ମଞ୍ଚ ପରିଚାଳନା କରିଥିଲେ। ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ପକ୍ଷରୁ ନୟାଗଡ଼ ବନ୍ଦନା ଗାନ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବୁଗୁଡ଼ାର ଯୋଡ଼ି ଶଙ୍ଖ, ରଘୁରାଜପୁରର ଗୋଟିପୁଅ, ରାୟଗଡ଼ାର ଢେମସା ଆଦି ନୃତ୍ୟ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଆଜ ବୋଝେଇ ଟ୍ରକ୍‌, ଯିଏ ପାରିଲେ ମନଇଚ୍ଛା ବୋହିନେଲେ

କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ସକାଳେ କେନ୍ଦୁଝର ଜିଲାର ଜୁଡ଼ିଆ ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍‌ ଓଲଟି ୨ ଜଣ ଆହତ ହୋଇଛନ୍ତି। ଉକ୍ତ ପିଆଜ…

ଉଦଳାରୁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା,୭।୧୨(ସନ୍ତୋଷ କୁମାର ବାଛିନ): ଉଦଳାରୁ ଆଜିଠାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଉଦଳା ବସ…

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟାଜଳ

କଟକ,୧୨ା୭: ମୁଣ୍ଡଳିରେ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ଗତ ୯ ତାରିଖରେ ହୀରାକୁଦ ଜଳଭଣ୍ଡାର ତା’ର ୪ଟି ଗେଟ୍‌ ଖୋଲିଥିଲା। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ…

ଟ୍ରେନରୁ ଖସି ଯୁବକ ଗୁରୁତର: ଦେବଦୂତ ସାଜି ଉଦ୍ଧାର କଲେ ସ୍ୱାମୀ-ସ୍ତ୍ରୀ

ଛତ୍ରପୁର ୧୨।୭(ଦିଲ୍ଲୀପି ସାମଲ): ଚଳନ୍ତା ଟ୍ରେନରୁ ଗୋଡ଼ ଖସିଯିବା ଫଳରେ ଜଣେ ଯୁବକ ରେଳ ଧାରଣା କଡ଼କୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ପୋଡାପଦର ରେଳ…

ଛାତରୁ ଖସି ପଡ଼ିଲେ ଯୁବକ

ଛତ୍ରପୁର, ୧୧।୭ (ଦିଲ୍ଲୀପ ସାମଲ): ନିଜ ଘରର ଛାତ ଉପରେ କାମ କରୁଥିବା ବେଳେ ଛାତରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ…

କୋର୍ଟ ମ୍ୟାରେଜ୍ ହୋଇସାରିଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇ ଅଦାଲତରୁ ମାମଲା ପ୍ରତ୍ୟାହାର : ପରେ ପୁଣି ପ୍ରତାରଣା

ଦେବଗଡ଼, ୧୨।୭ (ଶଶାଙ୍କ ଶେଖର ଝାଙ୍କର): ଟଙ୍କା ଠକେଇ ଓ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗରେ ରୁଜୁ ହୋଇଥିବା ମାମଲା ଅଦାଲତରୁ ପ୍ରତ୍ୟାହାର କରାଇବା ପରେ ପୀଡ଼ିତାଙ୍କୁ…

ଆଜି ବରଗଡ଼ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ: ଏପଟେ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ରବିବାର ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ପୂର୍ବାହ୍ନ ପ୍ରାୟ ୧୧ଟାରେ…

ସରିଛି ରବିଧାନ ସଂଗ୍ରହ, ସରିନି ଚାଷୀଙ୍କ ଦୁଃଖ ଏବେ ବି ମଣ୍ଡିରେ ପଡ଼ିଛି ଧାନ ଚାଷୀଙ୍କୁ ମିଳିନି ବିକ୍ରିଧାନର ପ୍ରାପ୍ୟ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲା ଚାଷୀଙ୍କ ରବିଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଗତମାସ ୩୦ତାରିଖରୁ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri