Posted inଖେଳ

ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ସୁଯୋଗ ଅପେକ୍ଷାରେ କନଓ୍ବେ

ଦୁବାଇ, ୧ା୪ (ପି.ଟି.)-ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ଲାଗି ଆଗ୍ରହ ରଖିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଡେଭନ କନଓ୍ବେ । ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଅନୁମତି ହାସଲ କରିସାରିଛନ୍ତି। ସମ୍ଭବତଃ ସେ ଭାରତ ଏ’ କିମ୍ବା ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡ ତରଫରୁ ପଦାର୍ପଣ କରିପାରନ୍ତି। ଏହି ୨୮ ବର୍ଷୀୟ କ୍ରିକେଟର ୨୦୧୭ ସେପ୍ଟେମ୍ବରରେ ଜୋହାନ୍ସବର୍ଗ ଛାଡ଼ି ନ୍ୟୁଜିଲାଣ୍ଡରେ ତାଙ୍କ କ୍ୟାରିୟର ଆରମ୍ଭ କରିବାଲାଗି ସେଦେଶକୁ ଚାଲିଯାଇଥିଲେ। ଆଇସିସି ବିଶେଷ ପରିସ୍ଥିତିରେ ଏହି ଖେଳାଳିଙ୍କୁ ଅନୁମତି ଦେଇଛି। ହେଲେ କନଓ୍ବେଙ୍କୁ ଅଗଷ୍ଟ ୨୮ ପୂର୍ବରୁ ତାଙ୍କ ଯୋଗ୍ୟତା ସାବ୍ୟସ୍ତ କରିବାକୁ ହେବ। ଅଗଷ୍ଟ ୧୫ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ଏ’ର ଭାରତ ଟୁର୍‌ ଅବା ଅଗଷ୍ଟ ୧୨ରୁ ହେବାକୁଥିବା ନ୍ୟୁଜିଲାଣ୍ଡ ଦଳର ବାଂଲାଦେଶ ଟୁର୍‌ ପାଇଁ ସେ ଦଳରେ ସ୍ଥାନ ପାଇବା ଜରୁରୀ। ୨୦୧୯-୨୦ ସିଜନରେ ଅନୁଷ୍ଠିତ ୩ଟି ଘରୋଇ ଟୁର୍ନାମେଣ୍ଟ ଯଥା ପ୍ରଥମ ଶ୍ରେଣୀ ପ୍ଲଙ୍କେଟ୍‌ ଶିଲ୍ଡ, ଲିଷ୍ଟ ଏ’ ଫୋର୍ଡ ଟ୍ରଫି ଏବଂ ଟି୨୦ ସୁପର ସ୍ମାଶ୍‌ରେ ଏହି ବାମହାତୀ ଖେଳାଳି ସବୁଠାରୁ ଅଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ପୂର୍ବରୁ ଭାରତୀୟ ଖେଳାଳି କରିଥାନ୍ତି ଏହିସବୁ କାମ

ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ମଙ୍ଗଳବାର ମାଞ୍ଚେଷ୍ଟରରେ ଫାଇନାଲ ଟିକେଟ୍‌ ପାଇଁ ନ୍ୟୁଜିଲାଣ୍ଡକୁ ଭେଟିବ...

ଟି୨୦: ଭାରତ ପାକିସ୍ତାନ ବିଶ୍ୱ ରେକର୍ଡର ସମକକ୍ଷ

ନୂଆଦିଲ୍ଲୀ, ୪।୮(ପି.ଟି.): ଶନିବାର ଫ୍ଲୋରିଡାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୪ ଉଇକେଟରେ ପରାସ୍ତ କରିବା ପରେ ଭାରତ ପାକିସ୍ତାନ ହାସଲ କରିଥିବା ଏକ...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗାଙ୍ଗୁଲି

କୋଲକାତା,୭।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ବାହାରକୁ ଆସି ଗାଙ୍ଗୁଲି କହିଛନ୍ତି, ମୁଁ...

ଫେରିଲେ ଷ୍ଟୋଇନିସ୍‌, ବିନା ପରିବର୍ତ୍ତନରେ ଓହ୍ଲାଇଲା କେକେଆର୍‌

ଶାରଜା,୧୩।୧୦: ଅନ୍ତର୍ଜାତୀୟ ଶାରଜା ଗ୍ରାଉଣ୍ଡରେ ବୁଧବାର ସନ୍ଧ୍ୟାରେ ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋଲକାତା...

ହ୍ବାଟ୍ସଆପ୍‌ରେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ବ୍ଲକ୍‌ କରିଦେଇଥିଲେ ପନ୍ତ, କାରଣ ଜାଣିଲେ…

ବମ୍ବେ: ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ଯିବା ନୂଆ କଥା ନୁହେଁ। ସେଥିରୁ କିଛି ସତ ଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼େ।...

୨୦୨୨ ପିଫା ବିଶ୍ୱକପ୍‌: ସେପ୍ଟେମ୍ବରରେ ଦକ୍ଷିଣ ଆମେରିକାରେ କ୍ୱାଲିଫାଇଙ୍ଗ୍‌ ଆରମ୍ଭ ହେବ

ଅସୁନ୍‌ସିଅନ,୧୮।୪(ଏଏଫ୍‌ପି)- ଖୁବ୍‌ଶୀଘ୍ର ଦକ୍ଷିଣ ଆଫ୍ରିକାରେ ୨୦୨୨ ଫିଫା ବଶ୍ୱକପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବରରେ କାତାରରେ ଆୟୋଜନ ହେବାକୁ ଥିବା...

ସ୍ବାମୀଙ୍କୁ ଟି-୨୦ ବିଶ୍ୱକପ୍‌ ଦଳରେ ସ୍ଥାନ ନ ମିଳିବାରୁ ସ୍ତ୍ରୀ କହିଲେ ଏମିତି

ନୂଆଦିଲ୍ଲୀ,୧୦।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ କରାଯାଇଛି। ସୀମିତ ଓଭର ଫର୍ମାଟରେ ଚାରି ବର୍ଷ ପରେ ରବିଚନ୍ଦ୍ରନ...

କଳିଙ୍ଗରୁ ଆରମ୍ଭ

ବିଶ୍ୱକପ ଇତିହାସରେ ପ୍ରଥମଥରପାଇଁ ୨ଟି ଭେନ୍ୟୁରେ ହେବ ମେଗା ପ୍ରତିଯୋଗିତା। ଏଥିପାଇଁ ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ। ୧୬ଟି ଯାକ ଦଳ...

Advertisement
Archives

Model This Week