Posted inଖେଳ

ନ୍ୟୁଜିଲାଣ୍ଡ ଟୁର: ଭାରତ ଏ’ ଦଳରେ ପାଣ୍ଡ୍ୟାଙ୍କ ସ୍ଥାନ ନାହିଁ

ନୂଆଦିଲ୍ଲୀ, ୧୩।୧- ଷ୍ଟାର୍‌ ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବ ହୋଇଛି। ପିଠି ଯନ୍ତ୍ରଣାଜନିତ ସମସ୍ୟାରୁ ସୁସ୍ଥ ହେବାପରେ ପାଣ୍ଡ୍ୟାଙ୍କୁ ଆଗାମୀ ନ୍ୟୁଜିଲାଣ୍ଡ ଟୁର୍‌ ଲାଗି ଭାରତ-ଏ ଦଳରେ ସାମିଲ କରାଯାଇଥିଲା। ବରୋଦା ପକ୍ଷରୁ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ଖେଳି ନ ଥିଲେ ମଧ୍ୟ ଚୟନକର୍ତ୍ତାମାନେ ତାଙ୍କୁ ଭାରତ-ଏ ଦଳରେ ସ୍ଥାନ ଦେଇଥିଲେ। କିନ୍ତୁ ପାଣ୍ଡ୍ୟା ବାଧ୍ୟତାମୂଳକ ଫିଟ୍‌ନେସ ପରୀକ୍ଷାରେ ବିଫଳ ହେବାରୁ ତାଙ୍କୁ ଏହି ଗସ୍ତରୁ ବାଦ୍‌ ଦିଆଯାଇଛି। ଅନ୍ତର୍ଜାତୀୟ ଖେଳାଳିଙ୍କ ପାଇଁ ରହିଥିବା ଫିଟ୍‌ନେସସ୍ତରଠାରୁ ୨୬ ବର୍ଷୀୟ ପାଣ୍ଡ୍ୟାଙ୍କ ଆହୁରି କମ୍‌ ରହିଛି। ଯେଉଁ କାରଣରୁ ତାଙ୍କୁ ଶୁବମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳରୁ ବାଦ୍‌ ଦିଆଯିବା ନିଷ୍ପତ୍ତି ହୋଇଛି। ତାମିଲନାଡ଼ୁ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କୁ ପାଣ୍ଡ୍ୟାଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି। ଭାରତ-ଏ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ସେଠାରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଜାନୁୟାରୀ ୨୨ରୁ ଏହି ସିରିଜ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ରୁ ଭାରତୀୟ ଦଳ ୭ କୋଟି ୩୯ ଲକ୍ଷ ଟଙ୍କା ପାଇଲା

ନୂଆଦିଲ୍ଲୀ, ୧୬।୭- କ୍ରିକେଟ୍‌ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ରୋମାଞ୍ଚକ ଭାବେ ଶେଷ ହୋଇଛି। ଫାଇନାଲରେ ଉଭୟ ମ୍ୟାଚ୍‌ ଓ ସୁପର୍‌ ଓଭର ଟାଇ ରହିବା ଫଳରେ...

ଆଇଏସ୍‌ଏଲ୍‌: ବିଦେଶୀ ଖେଳାଳିଙ୍କ ସଂଖ୍ୟା ନେଇ ଷ୍ଟିମାକଙ୍କ ଅସନ୍ତୋଷ

ମୁମ୍ବାଇ,୭।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବିଦେଶୀ ଖେଳାଳିଙ୍କ ସଂଖ୍ୟ ନେଇ ଭାରତୀୟ ଜାତୀୟ ଦଳର ହେଡ୍‌ କୋଚ୍‌ ଆଇଗର ଷ୍ଟିମାକ ଅସନ୍ତୋଷ ଜାହିର...

ବିଳମ୍ବ ହୋଇପାରେ ଟୋକିଓ ଅଲିମ୍ପିକ୍ସ

ଟୋକିଓ, ୪ା୩ (ଏପି)- କରୋନା ଭାଇରସ୍‌ ପ୍ରଭାବ ଯୋଗୁ ୨୦୨୦ ଟୋକିଓ ଅଲିମ୍ପିକ୍ସର ବିଳମ୍ବ ଘଟିପାରେ। ଜାପାନ ଅଲିମ୍ପିକ ମନ୍ତ୍ରୀ ସିକୋ ହାସିମୋତେ ପାର୍ଲାମେଣ୍ଟର ଉଚ୍ଚ...

ଖାଲି ଷ୍ଟାଡିୟମ ଷ୍ଟୋକ୍ସଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ

ଲଣ୍ଡନ, ୮ା୬ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ଅନ୍ତର୍ଜାତୀୟ କ୍ରିକେଟ ଖାଲି ଷ୍ଟାଡିୟମରେ ଖେଳାଯାଏ ତେବେ ଏହା ବିଶ୍ୱକପ୍‌ ବିଜୟୀ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପ୍ରଦର୍ଶନ...

ଅଲିମ୍ପିକ ମଶାଲ ଆଗମନ ଉତ୍ସବ ଛୋଟ ଆକାରରେ ହେବ

ଟୋକିଓ ୬ା୩ (ଏପି)- କରୋନା ଭାଇରସ୍‌ର ବ୍ୟାପକତା ଦୃଷ୍ଟିରୁ ଅଲିମ୍ପିକ ମଶାଲ ଆଗମନ ଉତ୍ସବକୁ ଛୋଟ ଆକାରରେ କରାଯିବ ବୋଲି ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ...

ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜ ଦଳକୁ ବ୍ରୋଞ୍ଜ

ଆଣ୍ଟାଲ୍ୟା(ତୁର୍କୀ),୨୫।୫(ପିଟି)- ଏଠାରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍‌ ୩ୟ ରାଉଣ୍ଡରେ ଭାରତୀୟ କମ୍ପାଉଣ୍ଡ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ରଜତ ଚୌହ୍ବାନ, ଅଭିଷେକ ବର୍ମା ଓ...

କ୍ୱାର୍ଟରଫାଇନାଲରେ ଭାରତ

ନୂଆଦିଲ୍ଲୀ, ୬।୮ (ପି.ଟି.)- ମ୍ୟାନମାରରେ ଚାଲିଥିବା ୨୩ ବର୍ଷରୁ କମ୍‌ ଏସିଆନ୍‌ ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା...

ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା: ଆଇପିଏଲ୍‌ ଖେଳିବେନି ମାଲିଙ୍ଗା

ଦୁବାଇ, ୨।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ...

Coronavirus Update


Archives

Model This Week

Why Dharitri