ନ୍ୟାୟ ପାଇଁ ଛାତ୍ରୀଛାତ୍ରଙ୍କ ଅହିଂସା ପଦଯାତ୍ରା: ଅଧାବାଟରୁ ଫେରାଇ ନେଲା ପ୍ରଶାସନ

ବାଲେଶ୍ୱର ଅଫିସ, ୬।୧୧-ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁ ବିଏଡ୍‌-ଏମ୍‌ଏଡ୍‌ ଶିକ୍ଷାଲାଭ କରିଥିବା ଛାତ୍ରୀଛାତ୍ର ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏପରି କି ସେମାନଙ୍କୁ ଶିକ୍ଷକ ପ୍ରବେଶିକା ପରୀକ୍ଷା ଓଟିଇଟି, ସିଟିଇଟି, ଓଏସ୍‌ଏସ୍‌ଟିଇଟି ଭଳି ପରୀକ୍ଷା ଦେବାକୁ ସୁଯୋଗ ମିଳୁନାହିଁ। ଏ ସମ୍ପର୍କରେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ବିଏଡ୍‌, ଏମ୍‌ଏଡ ଛାତ୍ରୀଛାତ୍ର ପ୍ରତିବାଦ ଜଣାଇ ନିରାଶ ହେବାରୁ ସେମାନେ ନ୍ୟାୟ ପାଇଁ ମଙ୍ଗଳବାର ଅହିଂସା ପଦଯାତ୍ରାରେ ଭୁବନେଶ୍ୱର ଲୋକସଭା ଭବନକୁ ବାହାରିଥିଲେ। ପ୍ରଶାସନ ସେମାନଙ୍କୁ ବାଟରେ ଅଟକାଇ ବୁଝାଶୁଝା କରିବା ପରେ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେବାରୁ ଛାତ୍ରୀଛାତ୍ର ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଜଣାପଡିଛି। ଏହି ଦାବି ନେଇ ଅନୁରୂପ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଆନ୍ଦୋଳନ କରିଥିବା ସୂଚନା ମିଳିଛି।
ଉଲ୍ଲେଖନୀୟ ଯେ, ଫକୀରମୋହନ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ମଙ୍ଗଳବାର ପୂର୍ବାହ୍ନ ୯ଟାରେ ରେମୁଣାସ୍ଥିତ ବ୍ୟାସବିହାର କ୍ୟାମ୍ପସ୍‌ଠାରୁ ଭୁବନେଶ୍ୱର ଲୋକସଭା ଭବନ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ସ୍ଥାନୀୟ ଭୀମପୁରା ଛକଠାରେ ଶିଳ୍ପାଞ୍ଚଳ ଥାନା ପୋଲିସ ଅଧିକାରୀ ପ୍ରଥମେ ସେମାନଙ୍କୁ ଅଟକାଇ ବାଟରେ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ। ଛାତ୍ରୀଛାତ୍ରମାନେ ଜିଦ୍‌ରେ ଅଟଳ ରହି ପଦଯାତ୍ରା ଜାରି ରଖିଥିଲେ। ପରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର ପହଞ୍ଚତ୍ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଜିଲାପାଳ ଫକୀରମୋହନ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାଲେଶ୍ୱର ସହର ଫକୀରମୋହନ ଗୋଲେଇଠାରେ ଛାତ୍ରୀଛାତ୍ରଙ୍କ ଶୋଭାଯାତ୍ରା ପହଞ୍ଚତ୍ବା ବେଳେ ସଦର ବିଧାୟକ ମଦନମୋହନ ଦତ୍ତ ଏବଂ ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ପହଞ୍ଚତ୍ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରୀଛାତ୍ରଙ୍କ ଦାବି ନ୍ୟାୟଯୁକ୍ତ ବୋଲି ସେମାନେ ଦର୍ଶାଇ ଏ ସମ୍ପର୍କରେ ଆଲୋଚନା ଲାଗି ଜିଲାପାଳଙ୍କ ଅଫିସ୍‌ ପରିସରକୁ ଆସିବାକୁ ପରାମର୍ଶ ଦେଇଥିଲେ। ଅପରାହ୍ନ ୧ଟାଠାରୁ ଛାତ୍ରୀଛାତ୍ର ଜିଲାପାଳଙ୍କ ଅଫିସ୍‌ ପରିସରକୁ ଯାଇ ସେଠାରେ ବସି ରହି ଧାରଣା ଦେଇଥିଲେ। ଅପରାହ୍ନ ପ୍ରାୟ ୫ଟାରେ ସଦର ବିଧାୟକ ଦତ୍ତଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ, ଫକୀରମୋହନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଅମର ସିଂ ସୋରେନ୍‌ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଛାତ୍ରୀଛାତ୍ରଙ୍କ ଦାବିକୁ ଜିଲା ପ୍ରଶାସନ ଗ୍ରହଣ କରି ୩ଦିନ ଭିତରେ ଦାବି ପୂରଣ ନିମନ୍ତେ ଅଫିସ୍‌ ଚିଠି (ନଂ. ୬୦୮, ୫।୧୧।୨୦୧୯) ଜରିଆରେ ଉଚ୍ଚଶିକ୍ଷା ବିଭାଗକୁ ପଠାଇବା ଲାଗି ଲିଖିତ ପ୍ରତିଶ୍ରୁତି ଦେବାରୁ ଛାତ୍ରୀଛାତ୍ରମାନେ ଧାରଣାରୁ ଓହରିଥିବା ନେଇ ବିଏଡ୍‌-ଏମ୍‌ଏଡ୍‌ରେ ପାଶ୍‌ କରିଥିବା ଛାତ୍ର ନିଲେଶ କୁମାର ସ୍ବାଇଁ, ଦ୍ୱିତୀୟବର୍ଷର ଛାତ୍ର ଲକ୍ଷ୍ମୀନାରାୟଣ ନାୟକ, ଇରମ୍‌ ସ୍ବାଇଁ, ଛାତ୍ରୀ ସୁପ୍ରଭା ପଣ୍ଡା, ସରିତା ସାହୁ, ଅର୍ଚ୍ଚନା ଘଡ଼େଇ, ତୃତୀୟ ବର୍ଷର ଛାତ୍ରୀ ଶ୍ରାବଣୀ ବେହେରା, ଉତ୍ସର୍ଗ ଜେନା, ପ୍ରିୟବ୍ରତ ସେନାପତି ପ୍ରମୁଖ ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନକୁ ଅଖିଳ ବିଦ୍ୟାର୍ଥୀ ପରିଷଦ ଏବଂ ଛାତ୍ର କଂଗ୍ରେସର ଛାତ୍ରନେତାମାନେ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ଭବାନୀପାଟଣା-ତାସିଗୁଡ଼ା ଓଏସଆରଟିସି ବସ୍ ବନ୍ଦ: ଲାଭଜନକ ରୁଟ୍‌ରେ ସେବା ଠପ୍, ଆସନ୍ତା ଶନିବାର ସୁଦ୍ଧା…

ଥୁଆମୂଳ ରାମପୁର, ୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ସଦର ମହକୁମା ଭବାନୀପାଟଣାରୁ ଥୁଆମୂଳ ରାମପୁର ଓ ଗୁଣପୁର ଦେଇ ତାସିଗୁଡ଼ା ପର୍ଯ୍ୟନ୍ତ ଚାଲୁଥିବା ସରକାରୀ (ଓଏସଆରଟିସି)…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ତୁରୁମୁଙ୍ଗା ଜାତୀୟ ରାଜପଥ କଡ଼ରୁ ହଟିଲା ଜବରଦଖଲ: ଚାଲିଲା ଜେସିବି, ଥଇଥାନ ଦାବି କଲେ ବ୍ୟବସାୟୀ

ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ର ତୁରୁମୁଙ୍ଗା ବଜାର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ବୁଧବାର ବ୍ୟାପକ ଜବରଦଖଲ ଉଚ୍ଛେଦ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri