ନ୍ୟାୟ ପାଇଁ ଏସ୍‌ପି, ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ, ୪ା୯- ଆକ୍ରମଣର ଶିକାର ହୋଇଥିବା ବାସୁଦେବପୁର ଦିନ୍ଦାଚାନ୍ଦି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ କାମିନୀ ଦାସ ନ୍ୟାୟ ପାଇଁ ବୁଧବାର ଜିଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯିବା ସହ ତାଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି।
ଶିକ୍ଷୟିତ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ, ଗତ ଶୁକ୍ରବାର ଶ୍ରେଣୀଗୃହରେ ପଢ଼ାଉଥିବା ବେଳେ ଏକ ଦମ୍ପତି ସ୍କୁଲ ଭିତରେ ପଶି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ସେ କଷିଆ ମେରାଇନ୍‌ ଥାନାରେ ଅଭିଯୋଗ କରିବା ପରେ ମାମଲା (ନଂ. ୪୦/୧୯ ) ରୁଜୁ ହୋଇଛି। କିନ୍ତୁ ୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନାହିଁ। ଫଳରେ ସେ ଶିକ୍ଷକ ସଂଘ ସହାୟତାରେ ଜିଲାପାଳ ଓ ଏସ୍‌ପିଙ୍କ ନିକଟକୁ ନ୍ୟାୟ ପାଇଁ ଆସିଛନ୍ତି ବୋଲି ଦର୍ଶାଇଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍‌ପି ରାଜେଶ ପଣ୍ଡିତ ତାଙ୍କୁ ଆଶ୍ୱାସନା ଦେଇଥିଲେ। ଜିଲା ଶିକ୍ଷାସହାୟକ ସଂଘର ସଭାପତି ପ୍ରଶାନ୍ତ କୁମାର ଦାସ, ବାସୁଦେବପୁର ବ୍ଲକ ଶିକ୍ଷାସହାୟକ ସଂଘର ଶତାଧିକ ପ୍ରତିନିଧି, ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଙ୍ଗଠନ ସମ୍ପାଦକ ହାଜି ତବରେଜ ଖାନ୍‌, ଜିଲା ସଂଘର ନେତା ସେକ୍‌ ଅବୁଦଲ ଜାବିର, ଶିକ୍ଷକନେତା ଅଶୋକ କୁମାର ନାୟକ, ପୀତାମ୍ବର ଦାସ, ଚନ୍ଦ୍ରଶେଖର ପାଣିଗ୍ରାହୀ, ପ୍ରଶାନ୍ତ ଧଳ ଓ ଅରୂପ କୁମାର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦକୁ ବିଦେଶୀ ପକ୍ଷୀ ଆଗମନରେ ବିଳମ୍ବ

ସମ୍ବଲପୁର, ୨୦।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି। ସେଥିମଧ୍ୟରେ ହୀରାକୁଦ ଅନ୍ୟତମ। ହୀରାକୁଦ ଜଳଭଣ୍ଡାର ସହ ଚତୁଃପାର୍ଶ୍ୱରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ...

ଗୋପପୁରରେ ଗୁଣି ସନ୍ଦେହ: ୬ ଜଣଙ୍କୁ ମାଡ଼ ମାରି ଅଖାଦ୍ୟ ଖୁଆଇଲେ ଗ୍ରାମବାସୀ

ଖଲ୍ଲିକୋଟ,୨ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଚିକିଲି ପଞ୍ଚାୟତ ଗୋପପୁର ଦଳିତ ସାହିରେ ଗୁଣି ସନ୍ଦେହରେ ଗ୍ରାମବାସୀ ସୋମବାର ରାତିରେ ୬ ଜଣ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼...

ପ୍ରଥମ ଦରମାରେ ଭାଇ ସହ ରେଷ୍ଟୁରାଣ୍ଟରେ ଖାଇଥିଲି

ବାଲେଶ୍ୱର ଜିଲା ସୋରୋ ତହସିଲ ଅନ୍ତର୍ଗତ କେଦାରପୁରରେ ଆମ ଗାଁ ହୋଇଥିଲେ ହେଁ, ଗୋପାଳପୁରରେ ଆମେ ରହୁଥିଲୁ। କାରଣ ବାପା ସେଠାରେ ଜାଗା କିଣି ଘର...

୨ ଟ୍ରକ ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ପାଲଲହଡା,୬।୮ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ୧୪୯ ନଂ. ଜାତୀୟ ରାଜପଥ ବରମାଇଲ ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ୨ ଟ୍ରକ...

ଜବରଦଖଲ: ହାତୀଯୋରରୁ ଜଳ ନିଷ୍କାସନ ହେଉନି

ନାଉଗାଁ,୨୩।୪(ସ୍ବ.ପ୍ର): ନାଉଗାଁ ବ୍ଲକର ଗଜରାଜପୁର ପଞ୍ଚାୟତ ଭାତପଡାଠାରୁ ଉପତ୍ତ୍ତି ହୋଇଛି ହାତୀଯୋର। ଏହି ଯୋରଟି ଭାତପଢ଼ା ଦେଇ ଅଲଣା ପଞ୍ଚାୟତର ନହଡିପଡ଼ା, ମୁଣ୍ଡାଳୋ, ବେଣାପଡ଼ା ଦେଇ...

ବିନା ସୂଚନା ଫଳକରେ ୫ କୋଟି ଟଙ୍କାର ରାସ୍ତା କାମ

ନାଉଗାଁ,୧।୨(ସ୍ବ.ପ୍ର.): ନାଉଗାଁ ବ୍ଲ୍ଳକ ଛକଠାରୁ ବାଲିକୁଦାକୁ ସଂଯୋଗ କରୁଥିବା ରାସ୍ତାର ପୁନଃ ସମ୍ପ୍ରସାରଣ ଓ ନିର୍ମାଣ କାମ ଚାଲୁ ରହିଛି। ଏହି ରାସ୍ତା କାମ ପାଇଁ...

ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିକୁ ସହାୟତା

ଭଣ୍ଡାରିପୋଖରୀ, ୩୦।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଶିକ୍ଷୟିତ୍ରୀଶିକ୍ଷକ ଓ ସିଆରସିସି ମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ମାର୍ଚ୍ଚ ମାସ ବେତନରୁ...

ଭୁବନେଶ୍ୱର, ବାଲେଶ୍ୱରରୁ ୫ ବ୍ରାଉନସୁଗାର ଡିଲର ଗିରଫ: ୩୨୪ ଗ୍ରାମ ବ୍ରାଉନସୁଗାର, ୩.୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ପୋଲିସ ଡିଜିଙ୍କ କଡା ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ଟିମ୍‌ ନିଶା ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ରବିବାର ଏସଟିଏଫ୍‌ ଟିମ୍‌...

Advertisement
Archives

Model This Week