Advertisement
Posted inଖେଳ

ନେମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ନାମରେ ଧମକାଇବା ମାମଲା

ସାଓ ପାଉଲୋ,୧୧।୯- ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ନେମାର ଜୁନିୟରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ନାମରେ ସାଓ ପାଉଲୋ ରାଜ୍ୟର ପୋଲିସ ନିକଟରେ ଧମକ ଦେଇ ଅର୍ଥ ଆଦାୟ, ଠକାମି ଭଳି ବହୁ ମାମଲା ଦାଏର କରିଛି। ଏହା ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଫରଓ୍ବାର୍ଡ ନେମାରଙ୍କୁ ଆଶ୍ୱସ୍ତି ଦେଇଛି। ପୂର୍ବତନ ବ୍ରାଜିଲ ଦଳର ଅଧିନାୟକ ନେମାରଙ୍କ ନାମରେ ନାଜିଲା ଟ୍ରିନଡାଡେ ବଳାତ୍କାର ଅଭିଯୋଗ ଆଣିଥିଲେ। କିନ୍ତୁ ଦୁହେଁ ସହମତି କ୍ରମେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ନେମାରଙ୍କ ଓକିଲ ଦର୍ଶାଇଥିଲେ। ପ୍ରମାଣ ଅଭାବରୁ ଗତ ଅଗଷ୍ଟରେ ମାମଲାକୁ ବନ୍ଦ କରି ଦିଆଯାଇଥିଲା। ସାଓ ପାଉଲୋ ରାଜ୍ୟର ପୋଲିସ କହିଛି, ଟ୍ରିନଡାଡେଙ୍କ ପୂର୍ବତନ ସ୍ବାମୀ ଇଷ୍ଟିଭେନ୍ସ ଆଲଭେସଙ୍କ ନାମରେ ଠକାମି ଅଭିଯୋଗ ଆସିଛି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟ୍ରିନଡାଡେଙ୍କ ଓକିଲ। ଉଲ୍ଲେଖଥାଉ କି, ନେମାରଙ୍କ ନାମରେ ଆସିଥିବା ବଳାତ୍କାର ମାମଲା ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଯାହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ବାଧା ଦେବା ସହ ସ୍ପନସରଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡିଆ ଭିତରେ କଡ଼ା ଟକ୍କର, ବାହାରେ ବନ୍ଧୁତା

ମାଉଣ୍ଟ ମାଉଁଗାନୁଇ,୩।୨: ଅନ୍ତିମ ଟି୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ରନରେ ପରାସ୍ତ କରି ଭାରତ ପାଞ୍ଚମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୫-୦ରେ ମୂଳପୋଛ କରିଛି। ଶେଷ...

ଭାରତ ବିପକ୍ଷ ମ୍ୟାଚ୍‌ ପରେ ମଧ୍ୟ ଖେଳାଳିଙ୍କ ନିକଟରେ ରହିପାରିବେ ପତ୍ନୀ

ଲାହୋର,୨୫।୫- ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଜୁନ୍‌ ୧୬ ତାରିଖରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ। ଏହି ହାଇଭୋଲ୍‌ଟେଜ...

ତନିସ୍କାଙ୍କୁ ୧ ରୌପ୍ୟ, ୨ ବ୍ରୋଞ୍ଜ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ପଶ୍ଚିମବଙ୍ଗର ଆସନସୋଲଠାରେ ଚଳିତ ମାସ ୧୧ରୁ ୧୪ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗ...

ସୁପର୍‌ କପ୍‌ ଫାଇନାଲରେ ରିୟଲ ମାଡ୍ରିଡ

ଜେଡା, ୯।୧ (ଏଏଫ୍‌ପି)- ଜିନେଡିନ ଜିଡାନେଙ୍କ ରିୟଲ ମାଡ୍ରିଡ୍‌ ଦଳ ସ୍ପାନିଶ ସୁପର୍‌ କପ୍‌ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମୁକାବିଲାରେ ଏହି ସ୍ପାନିଶ କ୍ଲବ...

ପୂଜାରା, ଜାଡେଜାଙ୍କୁ ନାଡ଼ା ନୋଟିସ୍‌

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଚେତେଶ୍ୱର ପୂଜାରା, ରବୀନ୍ଦ୍ର ଜାଡ଼େଜା ଓ କେ.ଏଲ୍‌. ରାହୁଲଙ୍କ ସମେତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପରିସରଭୁକ୍ତ ୫ଜଣ ଭାରତୀୟ କ୍ରିକେଟରଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଂ...

ମୟଙ୍କ ନୁହନ୍ତି, ରୋହିତଙ୍କ ସହ ଓପନିଂ କରିବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୫।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଜ୍ଜାଜନକ ପରାଜୟକୁ ଭୁଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଏହି ସିରିଜ ଲାଗି ନିୟମିତ...

ଟସ୍‌ ଜିତି ପ୍ରଥମେ ହାଇଦ୍ରାବାଦ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ

ଆବୁଧାବି, ୨୯।୯: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୧୧ତମ ମୁକାବିଲାରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌...

ନମ୍ବର ୪ ହେଉଛି ମୋ ଫେଭରାଇଟ୍‌: ରାହାନେ

କୋଲକାତା, ୪।୮(ପି.ଟି.)- ବିଶ୍ୱକପ୍‌ ପାଇଁ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରହାନେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ...

Advertisement
Archives

Model This Week