ନେତ୍ରୋତ୍ସବରେ ରଥରେ ଲାଗି ହେବ ସୋଲଫୁଲ

ଖୋର୍ଦ୍ଧା ଅଫିସ,୨୯ା୬: ପାଖେଇ ଆସିଲାଣି ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା। ପୁରୀ ବଡଦାଣ୍ଡରେ ରଥଖଳା ଚଳଚଞ୍ଚଳ। ନେତ୍ରୋତ୍ସବରେ ଠାକୁରଙ୍କ ରଥରେ ଲାଗି ହେବ ସୋଲଫୁଲ। ସେଥିପାଇଁ ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିର ବୀରକିଶୋରଙ୍କ ପରିବାର ସୋଲଫୁଲ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଘୋଷଯାତ୍ରାର ତିନି ରଥକୁ ସୋଲଫୁଲ ଯୋଗାଇବା ଓ ସଜାଇବାର ସେବା ପାଇ ନିଜକୁ ଏହି ପରିବାର ଭାଗ୍ୟବାନ ମଣିଛନ୍ତି, ଯାହାକି ସମ୍ପୃକ୍ତ ପରିବାରକୁ ସେବକ ହିସାବରେ ଆନନ୍ଦ ଦେଇ ଆସୁଛି। ଚଳିତବର୍ଷ ରଥରେ ଲାଗି ହେବା ପାଇଁ ସୋଲଫୁଲର ପ୍ରସ୍ତୁତି ଗତ ୪ ଦିନ ହେଲା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି। ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର ବାପ ଜେଜେବାପ ଅମଳରୁ ଖୋର୍ଦ୍ଧା ଗୁରୁଜଙ୍ଗର ଧବଳେଶ୍ୱର ଠାକୁରଙ୍କୁ ସୋଲରେ ନିର୍ମିତ ଫୁଲ ଯୋଗାଇ ଆସୁଛନ୍ତି। ଧବଳେଶ୍ୱରଙ୍କ ପରି ପୁରୀର ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୋଲଫୁଲ ଲାଗି ନିମନ୍ତେ ସମ୍ପୃକ୍ତ ପରିବାରର ଅଭିଳାଷ ଥିଲା। ରାଜକିଶୋର ୧୯୯୯ରେ ସପରିବାର ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ଯାଇଥିଲେ। ଜଗନ୍ନାଥଙ୍କ ସେବା ଲାଗି ରଥ ସଜାଇବା ଉଦ୍ଦେଶ୍ୟରେ ସୋଲଫୁଲ ଲାଗି କରିବାକୁ ତାଙ୍କର ମନ ସେ ସମୟରେ ହୋଇଥିଲା। ତିନି ରଥ ଲାଗି ସୋଲରେ ପ୍ରସ୍ତୁତି ଫୁଲ ଯୋଗାଇବାକୁ ନାୟକ ପରିବାର ଭାବନା କରିଥିଲେ। ଏ ଉଦ୍ଦେଶ୍ୟରେ ଅନୁମତି ପାଇ ୨୦୦୦ରେ ଦୌଡିଥିଲେ ମନ୍ଦିର ପ୍ରଶାସନ ନିକଟକୁ। ଭକତ ଭାବରେ ବନ୍ଧା ଜଗନ୍ନାଥ ରାଜକିଶୋରଙ୍କ ଗୁହାରି ଶୁଣିଥିଲେ। ରାଜକିଶୋରଙ୍କୁ ତିନି ରଥରେ ସୋଲଫୁଲ ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ୨୦୦୩ରେ ଅନୁମତି ମିଳିଥିଲା। ୨୦୧୨ ବର୍ଷକୁ ଛାଡି ଦେଲେ ସବୁବର୍ଷ ରାଜକିଶୋରଙ୍କ ପରିବାର ସୋଲରେ ପ୍ରସ୍ତୁତ ସେବତୀ ଓ କଦମ୍ବ ଫୁଲ ରଥ ପାଇଁ ଯୋଗାଇ ଆସୁଛନ୍ତି।
ପ୍ରତିବର୍ଷ ନଭେମ୍ବର ଓ ଡିସେମ୍ବରରେ ଅସ୍ତରଙ୍ଗ, କଣାସ, ବାଙ୍କୀ, ନିମାପଡା, କାକଟପୁର ଅଞ୍ଚଳକୁ ଯାଇ ରାଜକିଶୋର ଓ ତାଙ୍କ ଭାଇ ବୀରକିଶୋର ସୋଲ ସଂଗ୍ରହ କରନ୍ତି। ଅକ୍ଷୟ ତୃତୀୟା ତିଥିରେ ଅସ୍ତ୍ର(ଛୁରି) ପୂଜା କରି ଆରମ୍ଭ କରିଛନ୍ତି ଫୁଲ ପ୍ରସ୍ତୁତି। ସମ୍ପୂର୍ଣ୍ଣ ପରିବାର ସାତ୍ତ୍ବିକ ଆହାର କରି ମାସ ମାସ ବ୍ୟାପୀ ଫୁଲ ତିଆରିରେ ନିମଗ୍ନ ରୁହନ୍ତି। ସେମାନେ ପ୍ରଥମେ ସୋଲର ଉପର ବକଳକୁ ବାହାର କରନ୍ତି। ପରେ ସେଥିରୁ କତରା(ପତଳା ପଟି) ବାହାର କରିଥାନ୍ତି। କତରାଗୁଡିକୁ ଗୋଟିଏ ପରେ ଗୋଟିଏ ବିଡା ପ୍ରସ୍ତୁତ କରି ଫୁଲ କାଟନ୍ତି। ସୋଲରେ ପ୍ରସ୍ତୁତ ହେଉଥିବା ଫୁଲଗୁଡିକରେ ରଙ୍ଗ ବ୍ୟବହାର କରନ୍ତି ନାହିଁ। ଫୁଲଗୁଡିକୁ ଅଧିକ ଆକର୍ଷଣୀୟ କରିବା ଲାଗି ଜାମ୍ବୋରୀ, ଚୁମୁକି ଓ ମିନା ଲଗାଇଥାନ୍ତି। ନନ୍ଦିଘୋଷ ରଥ ଲାଗି ପ୍ରସ୍ତୁତ ଫୁଲରେ ନାଲି ରଙ୍ଗର ଚୁମ୍‌କି, ତାଳ ଧ୍ୱଜ ରଥ ଫୁଲରେ ନୀଳ ଓ ଦର୍ପ ଦଳନ ରଥ ଫୁଲରେ ହଳଦିଆ ଚୁମ୍‌କି ଲଗାଇଥାନ୍ତି। ଗୁଣ୍ଡିଚା ପୂର୍ବଦିନ ଜଗନ୍ନାଥଙ୍କୁ ଭେଟି ଦେବା ଲାଗି ଦୁଇଭାଇ ଫୁଲଗୁଡିକୁ ନେଇ ପୁରୀ ଯାଇଥାନ୍ତି। ମନ୍ଦିର ପ୍ରଶାସନର ଅନୁମତିକ୍ରମେ ରଥର ସବୁ କାମ ସରିବା ପରେ ଦୁଇଭାଇ ତିନି ରଥରେ ଫୁଲଗୁଡିକୁ ଖଞ୍ଜିଥାନ୍ତି। କାମ ସରିବା ପରେ ରାତିରେ ସମୁଦ୍ର କୂଳରେ ବିଶ୍ରାମ ନେଇ ଗୁଣ୍ଡିଚାରେ ରଥାରୂଢ ଠାକୁରଙ୍କୁ ଦର୍ଶନ କରି ଦୁଇଭାଇ ଗଁାକୁ ଫେରନ୍ତି। ସରକାରୀ ଭାବେ ତାଙ୍କ ପରିବାର ୨୦୦୩ରୁ ସୋଲଫୁଲ ଯୋଗାଇ ଆସୁଛନ୍ତି। ହେଲେ ବେସରକାରୀ ଭାବେ ୨୦୦୦ ମସିହାରୁ ସୋଲର ଫୁଲ ୩ ବର୍ଷ ଯୋଗାଇଥିଲେ। ୩ ରଥ ଲାଗି ୬ ଶହ ଫୁଲର ଆବଶ୍ୟକତା ରହିଥିବା ବେଳେ ସୋଲ ମିଳୁ ନ ଥିବାରୁ ୧୫୦ ଫୁଲ କରାଯାଇପାରୁଛି। ପ୍ରତିବର୍ଷ ଏହି ପରିବାର ୩୦ରୁ ୪୦ ହଜାର ଟଙ୍କାର ସୋଲଫୁଲ ପ୍ରସ୍ତୁତିରେ ଖର୍ଚ୍ଚ କରୁଥିବା ରାଜକିଶୋର କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri