Posted inଖେଳ

‘ନୂଆ ନିୟମ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଛି’

ଚେନ୍ନାଇ, ୧୭।୫: ବର୍ତ୍ତମାନ ପ୍ରଚଳିତ ଏକଦିବସୀୟ କ୍ରିକେଟ ନିୟମକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। ସାମ୍ପ୍ରତିକ ନିୟମ ବୋଲରଙ୍କ ଅପେକ୍ଷା ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସୁହାଉଛି ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଚୟନ କମିଟି ମୁଖ୍ୟ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ। ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ସମୟରୁ ଦିନିକିଆ କ୍ରିକେଟ ବ୍ୟାଟ୍ସମ୍ୟାନ ସର୍ବସ୍ବ ହୋଇଯାଇଛି। ଏଥିରେ ବୋଲରଙ୍କ ପାଇଁ ବିଶେଷ ସୁଯୋଗ ନାହିଁ। ”ତେନ୍ଦୁଲକର ଦିନିକିଆରେ ଦୁଇଟି ନୂଆ ବଲ ବ୍ୟବହାରକୁ ପସନ୍ଦ କରିଥିଲେ, ଅର୍ଥାତ୍‌ ଗେମ୍‌ରୁ ରିଭର୍ସ ସୁଇଂ ଚାଲି ଯାଇଥିଲା । ସେହିପରି ଗାଙ୍ଗୁଲି ମଧ୍ୟ ୨ ନୂଆ ବଲ୍‌ ସପକ୍ଷରେ ଥିଲେ, ଅର୍ଥାତ୍‌ ପ୍ରତି ଓଭରରେ ବାଉଣ୍ଡାରି ସମ୍ଭବ। ବ୍ୟାଟ୍‌ ଓ ବଲ୍‌ର ଲଢ଼େଇ ହେଲେ ଯାଇ ମ୍ୟାଚରେ ରୋମାଞ୍ଚ ଆସିଥାଏ। ଆମ ସମୟରେ ବାଉଣ୍ଡାରି ପାଇଁ ୮୦-୯୦ ମିଟର ଦୂରତ୍ୱ ରଖା ଯାଉଥିଲା। ମାତ୍ର ବର୍ତ୍ତମାନ ତାହା ୭୦-୭୫ ମିଟର ମଧ୍ୟରେ ସୀମିତ ରହୁଛି । ଫଳରେ ବ୍ୟାଟ୍ସମ୍ୟାନଙ୍କ କାର୍ଯ୍ୟ ସହଜ ହୋଇଯାଉଛି“ ବୋଲି ଶ୍ରୀକାନ୍ତ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନ ଏକଦିବସୀୟ କ୍ରିକେଟରେ ପ୍ରତି ଇନିଂସ ଆରମ୍ଭରେ ନୂଆ ବଲ୍‌ ବ୍ୟବହାର ହେଉଛି। ପଡ଼ିଆ କଟକଣା ରହିବା ସହ ପ୍ରତି ଇନିଂସରେ ୩ଟି ଲେଖାଏ ପାୱାରପ୍ଲେ ସ୍ଥାନ ପାଉଛି। ୧-୧୦ ଓଭର ପାୱାରପ୍ଲେରେ ମାତ୍ର ୨ ଫିଲ୍ଡର ୩୦ ଗଜ ବାହାରେ ରହି ପାରୁଛନ୍ତି। ଦ୍ୱିତୀୟ ପାୱାରପ୍ଲେରେ ୪ ଜଣ ଏବଂ ତୃତୀୟ ପାୱାରପ୍ଲେରେ ୫ ଫିଲ୍ଡର ବାହାରକୁ ଯାଇ ପାରୁଛନ୍ତି। ତାଙ୍କ ସମୟରେ ଏପରି ନିୟମ ଥିଲେ ସେ ନିଶ୍ଚିତ ଅଧିକ ରନ ସଂଗ୍ରହ କରି ପାରିଥାନ୍ତେ ବୋଲି ଶ୍ରୀକାନ୍ତ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୀବିତ ଅଛନ୍ତି ଦ ରକ୍‌

ଲଣ୍ଡନ,୧୬।୧୧- ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦ ରକ୍‌ ଭାବେ ପରିଚିତ ଡ୍ବେନ ଜନସନ ଏବେ ଜୀବିତ ଅଛନ୍ତି। ଅପ୍‌କମିଂ ଫିଲ୍ମ ଶୁଟିଂବେଳେ ତାଙ୍କର ମୃତ୍ୟୁ ଘଟିଥିବା...

ଷ୍ଟାଡିୟମ ବାହାର ରାସ୍ତାରେ ପଡ଼ିଲା ପୋଲାର୍ଡଙ୍କ ଛକା, ବଲ୍‌ ନେଇ ପଳାଇଲେ ପ୍ରଶଂସକ…

ଶାରଜା,୩୧।୧: ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର କିରନ୍‌ ପୋଲାର୍ଡ ପୁଣି ଥରେ ବିସ୍ଫୋରକ ବ୍ୟାଟିଂ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ୟୁଏଇରେ ଖେଳାଯାଉଥିବା ଅନ୍ତର୍ଜାତୀୟ ଲିଗ୍‌ ଟି୨୦(ଆଇଏଲ୍‌ଟି୨୦)...

କେବଳ ଏହି ଗୋଟିଏ କାରଣ ପାଇଁ ଆଇପିଏଲ୍‌ ନିଲାମ ପୂର୍ବରୁ ଓହରି ଯାଇଥିଲେ ଡି ଭିଲିୟର୍ସ, ଏବେ କହିଲେ…

ନୂଆଦିଲ୍ଲୀ,୧୫।୧: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ଏଥିସହ ସେ ଆଇପିଏଲ୍‌ ଖେଳିବେ ନାହିଁ ବୋଲି...

ଇଂଲଣ୍ଡ ଗସ୍ତ: ପାକିସ୍ତାନ ଦଳରେ ନବାଗତ ହାଇଦର

କରାଚୀ,୧୨।୬ (ପି.ଟି.): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ ଏକ ୨୯ ଜଣିଆ ଦଳ ଘୋଷଣା କରିଛି। ଏଥିରେ ୪ ବର୍ଷ ପରେ ଦ୍ରୁତ ବୋଲର...

ପାକିସ୍ତାନରେ ଜନ୍ମ, ପାଇଲଟ୍‌ ଭାବେ ତାଲିମ ପ୍ରାପ୍ତ…ଫିଲ୍ମଠାରୁ କମ୍‌ ନୁହେଁ ଅଷ୍ଟ୍ରେଲିୟ କ୍ରିକେଟରଙ୍କ କାହାଣୀ…

ଅହମ୍ମଦାବାଦ,୧୦।୩: ଏଠାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଉଲ୍ଲେଖନୀୟ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଷ୍ଟ୍ରେଲିୟ ଓପନର୍‌ ଉସ୍‌ମାନ ଖ୍ବାଜା।...

ଭୁବନେଶ୍ୱରରେ ସନ୍ତୋଷ ଟ୍ରଫି

ନୂଆଦିଲ୍ଲୀ, ୨୬।୧୧ (ପି.ଟି.): ଜାତୀୟ ଫୁଟବଲ ଚାମ୍ପିୟନଶିପ୍‌ ସନ୍ତୋଷ ଟ୍ରଫିର ୭୬ତମ ସଂସ୍କରଣ ଡିସେମ୍ବର ୨୩ରୁ ଆରମ୍ଭ ହେବ। ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଏଥର...

ଏକଦା ରାଗିକରି ବିସିସିଆଇକୁ କରିଥିଲେ କଟାକ୍ଷ; ଏବେ ଶ୍ରୀଲଙ୍କା ଗସ୍ତ ଲାଗି ଘୋଷିତ ଦଳରେ ମିଳିଲାନି ସୁଯୋଗ, ନିରାଶ ହୋଇ…

ନୂଆଦିଲ୍ଲୀ,୧୧।୬: ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ନେଇ ଗୁରୁବାର ୨୦ ଜଣିଆ ଭାରତୀୟ ଟିମ୍‌ର ଘୋଷଣା କରାଯାଇଥିଲା। ଅନେକ ଯୁବ...

୭ କୋଟିରେ ଇଂଲଣ୍ଡର ଏହି ଅଲ୍‌ରାଉଣ୍ଡରଙ୍କୁ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ

ଚେନ୍ନାଇ,୧୮।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଗୁରୁବାର ଅନୁଷ୍ଠିତ ହେଉଛି। ଏଥିରେ ଇଂଲଣ୍ଡର ଦିଗ୍ଗଜ ଅଲ୍‌ରାଉଣ୍ଡର ମୋଇନ୍‌ ଅଲିଙ୍କୁ...

Advertisement
Archives

Model This Week