ନୂଆ ଠିକଣା ଅପେକ୍ଷାରେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

ଓଡ଼ିଶାରେ ଏମିତି କମ୍‌ ପ୍ରମୁଖ ଅଞ୍ଚଳ ଥିବ, ଯେଉଁ ଅଞ୍ଚଳକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ କରୁ ନ ଥିବ। ଅର୍ଥାତ୍‌ ରାତି ପାହିଲେ ସାରା ରାଜ୍ୟରୁ ଲୋକମାନଙ୍କ ପାଦ ଏହି ବସ୍‌ଷ୍ଟାଣ୍ଡରେ ପଡ଼ିଥାଏ। ବୈଶାଖର ତାତି ହେଉ ଅବା, ଆଷାଢ଼ର ବର୍ଷା କିମ୍ବା ମାଘର ହାଡ଼ଭଙ୍ଗା ଶୀତ। ଅହରହ ବାଦାମବାଡ଼ି ବସ୍‌ଷ୍ଟାଣ୍ଡର ଛାତି ଉପରେ ଚାଲିଥାଏ ମାଳମାଳ ବସ୍‌। କଟକ ସହରର ହୃତ୍‌ପିଣ୍ଡ ତଥା ରାଜ୍ୟ ପରିବହନ ଶିଳ୍ପର ମେରୁଦଣ୍ଡ ଏହି ବସ୍‌ଷ୍ଟାଣ୍ଡ ଅନେକ ଦଶନ୍ଧି ହେଲା ଅବହେଳାର ଶିକାର ହୋଇ ଆସୁଛି। ବର୍ଷା ହେଲେ କାଦୁଅ ପଚପଚରେ ଭିତରକୁ ଯିବା ମୁସ୍‌କିଲ୍‌ ହୋଇପଡ଼େ। କଂକ୍ରିଟ୍‌ ଚଟାଣ ଫାଟି ଲୁହାରଡ୍‌ ପଦାକୁ ବାହାରିଯାଇଛି। ଶୌଚ ହେଉ କି ପାନୀୟ ଜଳ, ସବୁ ପ୍ରକାର ସମସ୍ୟା ଏହିଠାରେ ଦେଖିବାକୁ ମିଳେ। ପ୍ରତ୍ୟହ ହଜାର ହଜାର ଯାତ୍ରୀଙ୍କ ଯିବା ଆସିବା ହେଉଥିଲେ ମଧ୍ୟ ସାଧାରଣ ସୁବିଧା ଟିକେ ମିଳୁ ନାହିଁ। ହେଲେ ଏବେ କିନ୍ତୁ ସ୍ଥିତି ବଦଳିବାକୁ ଯାଉଛି। ବାଦାମବାଡ଼ିକୁ ନୂଆ ରୂପ ଦେବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଗତ ୧୦ତାରିଖରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ବାଦାମବାଡ଼ି ପରିଦର୍ଶନ କରିବା ସହ ବିଭିନ୍ନ ସୁବିଧା ବିଷୟରେ ସମୀକ୍ଷା କରିଛନ୍ତି। ଖାନନଗର ବିଶ୍ୱନାଥ ପାଠାଗାର ପାଖରେ ୩୦ଏକର ଜାଗାକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ହେବା ସହ ଏହାକୁ ନୂଆ ରୂପ ଦିଆଯିବ ବୋଲି କହିଛନ୍ତି। ଜିଲା ପ୍ରଶାସନ ଜମି ଚିହ୍ନଟ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ କଟକବାସୀ ସ୍ବାଗତ କରିଛନ୍ତି। ଦୀର୍ଘବର୍ଷ ଧରି ଏଠାରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ବାଦାମବାଡ଼ି ଯେଉଁ ବଦନାମ ମୁଣ୍ଡାଇଥିଲା, ତାହା ଏବେ ବଦଳିବ। ସେଠାରେ ଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ କହିଛି। ତେବେ ବାଦାମବାଡ଼ିର ସମସ୍ୟା ଦୂର କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ ନୁହେଁ । ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଯୋଜନା ଥିଲା, ସିଡିଏକୁ ଚାଲିଯିବ ବସ୍‌ଷ୍ଟାଣ୍ଡ । ପରେ ଗୋପାଳପୁରକୁ ସ୍ଥାନାନ୍ତର ପାଇଁ ଜାଗା ଚିହ୍ନଟ କରାଯାଇଥିଲା। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେଠାରେ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହୋଇଥିଲା। ପାଚେରି ନିର୍ମାଣ କରାଗଲା। ହେଲେ କାମ ଆଉ ଆଗକୁ ବଢ଼ିଲାନି। ଏବେ ବସ୍‌ଷ୍ଟାଣ୍ଡ ଖାନ୍‌ନଗରକୁ ସ୍ଥାନାନ୍ତର ହେବାନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସହରବାସୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି। ତେବେ ଏହି ନିଷ୍ପତ୍ତି ବାସ୍ତବତାର ରୂପ କେବେ ନେବ, ତାକୁ ସହରବାସୀ ଚାହିଁ ରହିଛନ୍ତି।
– ଆଶୀର୍ବାଦ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?