Posted inଭଦ୍ରକ

ନୂଆବାଟ ଦେଖାଇଛି ଫୁଲ ବେପାର

ବାସୁଦେବପୁର,୧୪।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବଜାରରେ କେତେକ ଯୁବକ ଫୁଲ ବ୍ୟବସାୟକୁ ଜୀବିକା ରୂପେ ଆପଣାଇ ପରିବାର ପ୍ରତିପୋଷଣ କରୁଛନ୍ତି। ଏହି ବ୍ୟବସାୟ ଦ୍ୱାରା ସେମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଏହିଭଳି ଜଣେ ଯୁବ ଫୁଲ ବ୍ୟବସାୟୀ ହେଲେ ବାସୁଦେବପୁର ପୌରପାଳିକା ଉଚ୍ଚଡିହା ଗ୍ରାମର ବାସୁଦେବ ବାରିକ ଓରଫ୍‌ ବାପି(୨୭)। ବାସୁଦେବପୁର ବ୍ଲକରୋଡ୍‌ର ବ୍ଲକ ସାମ୍ନାରେ ଫୁଲ ଦୋକାନ ଦେଇଛନ୍ତି। ଫୁଲ ବ୍ୟବସାୟ ତାଙ୍କୁ ନୂଆବାଟ ଦେଖାଇବା ସହ ଆତ୍ମନିର୍ଭରଶୀଳ କରିଛି। ଯେକୌଣସି କାମ ହେଉ ଆନ୍ତରିକତା ରଖି କାର୍ଯ୍ୟ କଲେ ସଫଳ ହେବା ସହ କାହାରି ପେଟ ଅପୋଷା ରହିବ ନାହିଁ ବୋଲି ସେ କହିଛନ୍ତି।
ବାସୁଦେବ କହନ୍ତି, ପରିବାରର ଆର୍ଥତ୍କ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ମାଟ୍ରିକ ପରେ ପାଠପଢ଼ାରେ ଡୋରି ବନ୍ଧା ହେଲା। ପରିବାର ଚଳାଇବା ପାଇଁ ସେ ବାସୁଦେବପୁର ସହରରେ ଥିବା ଏକ ଫୁଲ ଦୋକାନରେ କର୍ମଚାରୀ ଭାବେ କାମ ଆରମ୍ଭ କରିଥିଲେ। ସେତେବେଳେ ମାସିକ ବେତନ ଥିଲା ୬ ହଜାର ଟଙ୍କା। ଉକ୍ତ ଦୋକାନରେ ସେ ୬ ବର୍ଷ କାମ କରି ଫୁଲ ବେପାର, ଗାଡ଼ିସଜା, ଫୁଲବନ୍ଧା ସମ୍ପର୍କରେ କୌଶଳ ଶିଖିଥିଲେ। ପରେ ନିଜେ ଏକ ଦୋକାନ କରିବାକୁ ସ୍ଥିର କରିଥିଲେ। ଜଣେ ପଡ଼ୋଶୀଙ୍କଠାରୁ ୫ହଜାର ଟଙ୍କା ଧାର ଆଣି କଲିକତାରୁ ଫୁଲ ଆଣି ଏକ ଗୁମୁଟି ଘରେ ବ୍ୟବସାୟ ଆରମ୍ଭ କରିଥିଲେ। ଦୀର୍ଘ ୭ ବର୍ଷ ପରେ ଜଣେ ସଫଳ ଫୁଲ ବ୍ୟବସାୟୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ବ୍ୟବସାୟରୁ ମାସିକ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲାଭ କମାଉଛନ୍ତି। ଏଥିରେ ସେ ତାଙ୍କ ପରିବାର ଚଳାଇଥାନ୍ତି। ସ୍ତ୍ରୀ, ୫ ବର୍ଷର ପୁଅ ସମେତ ମା’, ଭାଇ, ଭାଉଜ ଓ ପୁତୁରାଙ୍କୁ ତାଙ୍କ ପରିବାର। ବିଶେଷକରି ବିବାହ ବ୍ରତ, ପର୍ବପର୍ବାଣି ଓ ସଭାସମିତି ବେଳେ ଫୁଲର ଅଧିକ ଚାହିଦା ଥିବାରୁ ଏହି ସମୟରେ ଅଧିକ ଲାଭ ହୋଇଥାଏ। ଫୁଲ ବେପାର କରିବା ପାଇଁ ବ୍ୟବସାୟୀମାନଙ୍କୁ କଲିକତା ଫୁଲ ବଜାର ଉପରେ ନିର୍ଭର କରିବାକୁ ପଡୁଛି। ବାସୁଦେବପୁର ଭଳି ଉର୍ବର ସମତଳ ମାଟିରେ ଫୁଲଚାଷର ଭିତ୍ତିଭୂମିକୁ ସଜଡ଼ା ଯାଇ ପାରିଲେ ବ୍ୟବସାୟୀମାନେ ଉପକୃତ ହେବା ସହ ଫୁଲର ଚାହିଦା ବଢ଼ନ୍ତା ଓ କମ୍‌ ଦରରେ ମିଳିପାରନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri