ନୂଆବର୍ଷରେ ବିବାହ କରିପାରନ୍ତି ପ୍ରଭାସ

ମୁମ୍ବାଇ: ବଲିଉଡ୍‌ର ବାହୁବଳୀ ତଥା ସାଉଥ୍‌ ଷ୍ଟାର ପ୍ରଭାସ ନିଜ ଦମଦାର ପରଫରମାନ୍ସ ପାଇଁ ଏବେ ଲକ୍ଷେ ଦିଲ୍‌ କି ଧଡକନ୍‌ ପାଲଟି ଯାଇଛନ୍ତି। ‘ଶାହୋ’ ପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସି ନ ଥିବାରୁ ଏବେ ସେ ବ୍ରେକ୍‌ ନେଇଛନ୍ତି ବୋଲି କୁହାଯାଉଛି। ଖୁବ୍‌ଶୀଘ୍ର ସେ ଫିଲ୍ମ ‘ଜାନ’ରେ ନଜର ଆସିବେ। ଏଥିରେ ପ୍ରଭାସଙ୍କ ସହ ପୂଜା ହେଗଡେଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ପ୍ରଭାସଙ୍କର ଅନ୍ୟ ଫିଲ୍ମ ଭଳି ଏହା ଏକ ହାଇ ବଜେଟ ଫିଲ୍ମବୋଲି କୁହାଯାଉଛି। ଏହାର ପ୍ରଥମ ସେଡ୍ୟୁଲ ଇଟାଲିରେ ସମ୍ପୂର୍ଣ୍ଣ କରାଯାଇଛି। ଏହାସହ ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ରହିଛି। ନୂଆବର୍ଷରେ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ପ୍ରଭାସଙ୍କର ଜଣେ ଆଣ୍ଟି ଶ୍ୟାମଳାଦେବୀ ନିକଟରେ କହିଛନ୍ତି ପ୍ରଭାସଙ୍କ ବିବାହ ଖୁବ୍‌ଶୀଘ୍ର ହୋଇପାରେ। ତେବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଜାନ୍‌’ ରିଲିଜ୍‌ ହେବା ପରେ ପ୍ରଭାସ ବିବାହ କରିବେ ବୋଲି କୁହାଯାଉଛି। କିନ୍ତୁ ଶ୍ୟାମଳାଦେବୀ କହିଛନ୍ତି, ଆମର ବଡ ପରିବାର ହୋଇଥିବାରୁ ଆମେ ଏମିତି ଏକ ଝିଅ ଖୋଜୁଛୁ ଯିଏ ଆମ ପରିବାର ସହ ଭଲଭାବେ ମିଳିମିଶି ଚଳିପାରିବ। ବେଶ୍‌ କିଛିଦିନ ହେବ ଚର୍ଚ୍ଚା ହେଉଥିଲା କି ପ୍ରଭାସ ନାୟିକା ଅନୁଷ୍କା ସେଟ୍ଟୀଙ୍କୁ ଡେଟିଂ କରୁଛନ୍ତି ଓ ତାଙ୍କୁ ବିବାହ କରିବେ। ଆଲୋଚନା ହେଉଥିଲା କି ଅନୁଷ୍କା-ପ୍ରଭାସଙ୍କ ବିବାହ ‘ଶାହୋ’ ଫିଲ୍ମ ରିଲିଜ୍‌ ପରେ ହେବ। ଏହାପରେ ପୁଣିଥରେ ଶୁଣିବାକୁ ମିଳିଥିଲା ଡିସେମ୍ବରରେ ଏମାନେ ବିବାହ କରିପାରନ୍ତି। ହେଲେ ଏସବୁ ସମୟ ଅତିକ୍ରମ କରିଯାଇଥିବା ବେଳେ ଏବେ ଶୁଣିବାକୁ ମିଳିଛି କି ’ଜାନ୍‌’ ରିଲିଜ୍‌ ହେବା ପରେ ପ୍ରଭାସ ବିବାହ କରିପାରନ୍ତି। ହେଲେ ସେ କାହାକୁ ବିବାହ କରିବେ ତାହା ସ୍ପଷ୍ଟ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କର୍ମଚାରୀ ଅଭାବ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ…

ବଦଳିବ ବ୍ୟାଙ୍କିଂ -UPI ସିଷ୍ଟମ! କ’ଣ ଏହି ‘ୱାନ ନେଶନ, ୱାନ ଟାଇମ’ ନୀତି, ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ଡିଜିଟାଲ ଦୁନିଆରେ ଏକ ସେକେଣ୍ଡର ହଜାର ଭାଗରୁ ମଧ୍ୟ ଛୋଟ ସମୟର ପାର୍ଥକ୍ୟ ଅନେକ ସମୟରେ ବଡ଼ ପ୍ରଭାବ ପକାଇଥାଏ। କେତେବେଳେ UPI ପେମେଣ୍ଟ ଅଟକିଯାଏ,…

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆହତ; ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଫେରିବେ ନାହିଁ!

ନୂଆଦିଲ୍ଲୀ,୧।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଆଉ ଏକ ଝଟକା ଲାଗିଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସେ…

ମଝି ଆକାଶରେ IndiGo ଫ୍ଲାଇଟ୍‌ର ଇଞ୍ଜିନ୍‌ ହେଲା ଖରାପ! ତା’ପରେ…

ନୂଆଦିଲ୍ଲୀ,୧।୯: ଇଣ୍ଡିଗୋର ବିମାନ 6E 2102 ମଙ୍ଗଳବାର ସକାଳେ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନ୍‌ରେ ତ୍ରୁଟି…

ନେପାଳ ବନ୍ୟାର ଛାତିଥରା ଦୃଶ୍ୟ; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ, ମା’ କୋଳକୁ ଜାବୁଡ଼ି ଧରିଥିଲା ଛୁଆ

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି । ବନ୍ୟାରେ ଏପର୍ଯ୍ୟନ୍ତ ୯୬୨ ଜଣଙ୍କ ମୃତ୍ୟୁ ହୋଇଥିବା…

ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ: ପୁଅକୁ କାନ୍ଧରେ ବୋହିଲେ ମା’, ପରେ ଖଟିଆରେ….

ପାଟଣା, ୧।୯ (ବୀର କିଶୋର ଦାଶ): ଲଗାଣ ବର୍ଷାରେ ନାଳ ଉପରେ ଥିବା ପୋଲ ଧୋଇଯିବାରୁ ଗାଁ ଭିତରକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ଗୁରୁତର ଅବସ୍ଥାରେ…

ବିବାହର ମାତ୍ର ୫ ମାସ ପରେ ଛାଡ଼ପତ୍ର ନେଲେ ବାଦ୍‌ଶାହା: ପୋଷ୍ଟ ଶେୟାର କରି କହିଲେ…

ରାପର୍‌ ବାଦଶାହା ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ବିବାହର ମାତ୍ର ପାଞ୍ଚ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।…

୧ ସେପ୍ଟେମ୍ବରରୁ କେଉଁ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌, କାହା ଉପରେ ପଡିବ ସଙ୍କଟ: ଦେଖିନିଅନ୍ତୁ ୧୨ ରାଶିର…

ସେପ୍ଟେମ୍ବର ମାସର ପ୍ରଥମ ଦିନ ଅର୍ଥାତ୍‌ ୧ ସେପ୍ଟେମ୍ବର ୨୦୨୬ ଅନେକ ରାଶିଙ୍କ ପାଇଁ ନୂଆ ଆଶା, ସଫଳତା ଓ ଖୁସି ନେଇ ଆସିପାରେ। ଗ୍ରହ-ନକ୍ଷତ୍ରଙ୍କ ଚଳନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri