ନୂଆଗାଁ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ: ବିଭାଗୀୟ ଅଧିକାରୀଙ୍କୁ ବିଧାୟକଙ୍କ ତାଗିଦ

ନୂଆଗାଁ,୨୨ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ମଙ୍ଗଳବାର ରାଜୀବ ଗାନ୍ଧୀ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଚେୟାରମ୍ୟାନ ଅନ୍ତର୍ଯାମୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇ ପ୍ରତି ବିଭାଗର ସମୀକ୍ଷା କରିଥିଲେ। କୌଣସି ବିଭାଗର ଅଧିକାରୀ କିମ୍ବା କର୍ମଚାରୀ ସୁଚାରୁରୂପେ କାର୍ଯ୍ୟ କରୁ ନ ଥିବାରୁ ସେମାନଙ୍କୁ ତାଗିଦ କରିଥିଲେ। ବିଶେଷ କରି କୃଷି ବିଭାଗ ଓ ଆର୍‌ଡବ୍ଳ୍ୟୁଏସ୍‌ଏସ୍‌ର କର୍ମଚାରୀ କାର୍ଯ୍ୟରେ ଅବହେଳା କରିବା ସହ ଜନସାଧାରଣଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ପ୍ରତି ଧ୍ୟାନ ଦେଉଥିବାରୁ ବିଧାୟକଙ୍କ ସମେତ ବୈଠକରେ ଉପସ୍ଥିତ ଲୋକ ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ। ପ୍ରତି ପଞ୍ଚାୟତରେ ପାନୀୟ ଜଳର ଅବ୍ୟବସ୍ଥା ରହିଥିବାବେଳେ ସେଥିପ୍ରତି ପଦକ୍ଷେପ ବିଷୟରେ ଲୋକପ୍ରତିନିଧିମାନେ ପ୍ରଶ୍ନ କରିବାରୁ ଯନ୍ତ୍ରୀ ଜ୍ୟୋତିରଞ୍ଜନ ବେହେରା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ।
ଚାଷୀମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ କୃଷି ବିଭାଗ ଦ୍ୱାରା ତାହା ଲୋକାଭିମୁଖୀ କରାଯାଉ ନାହିଁ। ଏପରି କି ଲୋକ ପ୍ରତିନିଧିମାନେ ମଧ୍ୟ ସୂଚନା ପାଇପାରୁ ନାହାନ୍ତି। ତେଣୁ ଲୋକ ପ୍ରତିନିଧିଙ୍କ ମାଧ୍ୟମରେ ଲୋକମାନଙ୍କୁ ଏସବୁ ଜଣାଇବା ପାଇଁ ଗତ ସାଧାରଣ ଅଧିବେଶନରେ କୃଷି ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଲୋକ ପ୍ରତିନିଧିଙ୍କୁ କିଛି ନ ଜଣାଇ ଅନେକ କାର୍ଯ୍ୟକ୍ରମ କରାଯାଇଥିବା କୃଷି ଅଧିଦର୍ଶକ କୁମୁଦୁନୀ ଦେଈ ସୂଚନା ଦେଇଥିଲେ। ଏଥିରେ ବିଧାୟକ କ୍ଷୁବ୍ଧ ହେବା ସହ ଯଥାଶୀଘ୍ର ଲୋକ ପ୍ରତିନିଧିଙ୍କୁ ନେଇ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜାକେଡା ପଞ୍ଚାୟତରେ ଉଦ୍ୟାନ ବିଭାଗ କାଜୁ ଲଗାଇ ଦୁର୍ନୀତି କରିଥିବା ପ୍ରସଙ୍ଗ ସରପଞ୍ଚ ତ୍ରିଲୋଚନ ସାହୁ ଉଠାଇଥିବା ବେଳେ ଉଦ୍ୟାନ ସମ୍ପ୍ରସାରଣ କର୍ମୀ କୃଷ୍ଣଚନ୍ଦ୍ର ବାରିକ ନୂଆକରି ଯୋଗ ଦେଇଥିବାରୁ ଏ ବିଷୟରେ ଜାଣି ନାହାନ୍ତି କହି କଥାକୁ ଏଡାଇ ଦେଇଥିଲେ। ଯଥାଶୀଘ୍ର ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥାରେ ସୁଧାର ଆଣିବା ସହ ବାହାଡାଝୋଲାରେ ୧୫ଦିନ ମଧ୍ୟରେ ପାନୀୟ ଜଳର ବ୍ୟବସ୍ଥା ନ ହେଲେ ବିଭାଗୀୟ ଯନ୍ତ୍ରୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ କହିଥିଲେ। ଉକ୍ତ ବୈଠକରେ ବିଧାୟକ ବେହେରା, କନ୍ଧମାଳ ଏମ୍‌ପିଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ଜିଲା ପରିଷଦ ସଭ୍ୟ ସୁଦୀପ୍ତ କୁମାର ରାୟ, ନୂଆଗାଁ ବ୍ଲକ ଚେୟାରମ୍ୟାନ ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ, ବିଡିଓ ଶିରିୟାଲ ଶୁଭ୍ର ପଟେଲଙ୍କ ସମେତ ବ୍ଲକ କର୍ମଚାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ବ୍ୟବହାରକୁ ନା: ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୧।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ହୋଟେଲ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ ବଦଳରେ ଶିଆଳି ଖଲିପତ୍ର ବ୍ୟବହାର…

ବସରେ ଚାଲାଣ ହେଉଥିଲା ଦେଶୀ ମଦ: ରହସ୍ୟ ଖୋଲିଦେଲା ନାବାଳକଙ୍କ ବ୍ୟାଗ୍‌

ଉଦଳା,୨୧।୩(ସନ୍ତୋଷ କୁମାର ବାଛିନୀ): ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ। ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ। ତାହା…

ଶାରିରୀକ ସମ୍ପର୍କ ରଖିବାକୁ ମନାକଲେ ଯୁମନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

ବ୍ଲକ୍‌ କାର୍ଯ୍ୟାଳୟ ପ୍ରବେଶ ପଥ ବିପଦସଙ୍କୁଳ: ଆଖି ବୁଜି ଦେଇଛି ପ୍ରଶାସନ

ଥୁଆମୂଳ ରାମପୁର, ୨୧।୩ (ଦୁର୍ଗା କୀର୍ତ୍ତୀ):ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ବିପଦସଙ୍କୁଳ ହୋଇପଡ଼ିଛି। କାର୍ଯ୍ୟାଳୟ ସମ୍ମୁଖ ଡ୍ରେନ୍‌ ଉପରେ ପଡ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri