ନୂଅଁ।ଖାଇ, ସହର ବଜାର ଚଳଚଞ୍ଚଳ ସବୁସ୍ତରରେ ପ୍ରସ୍ତୁତି ଶେଷ

ନୂଆପଡା ଅଫିସ,୨ା୯
ପୂର୍ବବର୍ଷ ଭଳି ଭାଦ୍ରବ ମାସ ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡିଶାରେ ନୂଆଖାଇ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏଥିପାଇଁ ସବୁଠି ଏକ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି । ସହର ବଜାର ଚଳଚଞ୍ଚଳ ହୋଇପଡିଥିବାବେଳେ ଦୂରଦୂରାନ୍ତରୁ ପୁଅଝିଅ ଘରକୁ ଲେଉଟିବା ଆରମ୍ଭ କରି ଦେଇଛନ୍ତି । ହେଲେ ସରକାରୀସ୍ତରରେ ଯେତିକି ଗୁରୁତ୍ୱ ଦିଆଯିବା କଥା ସେତି କି ଦିଆଯାଇ ନ ଥିବା ଲୋକେ ଅଭିଯୋଗ କରୁଛନ୍ତି । ପଶ୍ଚିମ ଓଡିଶାର ଲୋକ ସଂସ୍କୃତି ପ୍ରତି ଉପେକ୍ଷା କରାଯାଉଥିବା ନେଇ ଭିନ୍ନ ମତ ପ୍ରକାଶ ପାଉଛି ।
ଗଣପର୍ବ ନୂଆଁଖାଇ କୃଷି ପର୍ବ ବୋଲି କୁହାଯାଉଥିବା ପର୍ବରେ ଲୋକଙ୍କୁ ନୂଆଁ ଅନ୍ନ ମିଳିବ। ଇଷ୍ଟଦେବୀ ସମଲେଇଙ୍କୁ ଅନ୍ନ ଦେଇ ସମସ୍ତେ ଅନ୍ନ ଛୁଇଁବେ। ସେଥିପାଇଁ ପ୍ରତି ପରିବାରରେ ପ୍ରସ୍ତୁତି କରାଯାଇଛି। ସମସ୍ତଙ୍କ ଘରେ ଲିପାପୋଛା କାମ ସରିଯାଇଛି । ଗାଁରେ ମା’ମାନେ ଘର ଅଗଣାକୁ ନୂତନ ଭାବେ ସଜ୍ଜିତ କରିଛନ୍ତି । ଏମିତିକି ଜିଲାର ଉପାନ୍ତ ସୁନାବେଡା ଅଭୟାରଣ୍ୟ ଭିତରେ ମଧ୍ୟ ଆଦିବାସୀମାନେ ନୂଆଁଖାଇ ପାଇଁ ସ୍ବତନ୍ତ୍ର ଭାବେ ସଜ୍ଜାଇଥିବା ଦେଖାଯାଇଛି । ପିଲାଠୁ ବୁଢା ଏହି ଦିନ ନୂଆଁ ବସ୍ତ୍ର ପରିଧାନ ପରମ୍ପରା ରହିଥିବାରୁ ଦୋକାନ ବଜାରରେ ଭିଡ ଦେଖିବାକୁ ମିଳିଛି । ନୂଆଁଖାଇ ପାଇଁ ବ୍ୟବହୃତ ମାଟି ପାତ୍ର, ଚାଙ୍ଗିଡି, ଝାଡୁ ଆଦି ମା’ମାନେ ବଜାରରୁ ସଂଗ୍ରହ କରୁଛନ୍ତି । ଘରର ଝିଅ ପୁଅ ଯେତିକି ଦୂରେ ଥାଆନ୍ତୁ ନା କାହିଁିକି ଘରକୁ ଲେଉଟି ଆସିଛନ୍ତି । ପଡୋଶୀ ଛତିଶଗଡ, ଝାଡଖଣ୍ଡ ଅଞ୍ଚଳରେ ବାସ କରୁଥିବା ଲୋକେ ଗାଡି ଭଡା କରି ନିଜ ଗାଁକୁ ଫେରୁଥିବା ଦେଖାଯାଉଛି । ଏକାଠି ବସି ସମସ୍ତେ ନୂଆଁଖାଇବେ । ଏହା ପଶ୍ଚିମ ଓଡିଶାର ଗଣପର୍ବ । ଏହାକୁ ସମସ୍ତ ପର୍ବ ମଧ୍ୟରେ ରାଜା ପର୍ବ ବୋଲି କେହି କେହି ଆଖ୍ୟା ଦିଅନ୍ତି । ହେଲେ ସରକାରୀସ୍ତରରେ ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ଦିଆଯାଉ ନ ଥିବା ଲୋକେ ଅଭିଯୋଗ କରନ୍ତି। ଏହି ପ୍ରସଙ୍ଗରେ ଜିଲା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ସଭାପତି ଭାନୁ ଦଣ୍ଡସେନାଙ୍କ କହିବାନୁଯାୟୀ ରାଜ୍ୟ ସରକାର ନୂଆଁଖାଇ ସମେତ ୫ ଦିନ ଧରି କୌଣସି ଅଧିକାରୀ ନିଜ କାର୍ଯ୍ୟସ୍ଥଳ ନ ଛାଡିବାକୁ ଚିଠି କରିଛନ୍ତି । ଏହାକୁ ନେଇ ସବୁସ୍ତରରେ ଅସନ୍ତୋଷ ପ୍ରକାଶ ପାଇଛି ବୋଲି କହିଛନ୍ତି । ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବରେ ଜିଲାର ନୂଆପଡା ଭଳି ଜିଲା ସଦର ମହକୁମାର ସମସ୍ତ ଏଟିଏମ ଆଜକୁ ୨ ଦିନ ହେବ ବନ୍ଦ ହୋଇପଡିଛି । ପେଟ୍ରୋଲ ପମ୍ପଗୁଡିକ ଅଚଳ ହୋଇପଡିଛି । ଲୋକେ ସାଧାରଣ ସେବା ପାଇଁ ହଇରାଣ ହେଉଥିବାରୁ ଜନ ଅସନ୍ତୋଷ ବୃଦ୍ଧିପାଉଛି । ଏହା ଉପରେ ରାଜ୍ୟ ସରକାର ହସ୍ତକ୍ଷେପ କରି ଲୋକ ସଂସ୍କୃତି ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?