Posted inଖେଳ

ନୁର- ସୁଲତାନରେ ଇଣ୍ଡୋ- ପାକ୍‌ ଡେଭିସ କପ୍‌ ଟାଇ

ନୂଆଦିଲ୍ଲୀ,୧୯।୧୧ (ପି.ଟି.)- ପାକିସ୍ତାନର ରିଭ୍ୟୁ ଅପିଲକୁ ପ୍ରତ୍ୟାଖାନ କରିଛି ଅନ୍ତର୍ଜାତୀୟ ଟେନିସ ଫେଡେରେଶ (ଆଇଟିଏଫ୍‌)। ଅନ୍ୟପଟେ ଆଇଟିଏଫ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଅୟୋଜନ ହେବାକୁ ଥିବା ଡେଭିସ୍‌ କପ୍‌ ଟାଇ ପାଇଁ ଏକ ନିରପେକ୍ଷ ଭେନ୍ୟୁର ନାମ ଘୋଷଣା କରିଛି। ଏହି ବିବାଦୀୟ ତଥା ବହୁ ଚର୍ଚ୍ଚିତ ମ୍ୟାଚ୍‌ କାଜାଖସ୍ତାନର ରାଜଧାନୀ ନୁର- ସୁଲତାନରେ ଆୟୋଜନ ହେବ ବୋଲି ଆଇଟିଏଫ୍‌ ମଙ୍ଗଳବାର ସ୍ପଷ୍ଟ କରିଛି।

ଏହା ପୂର୍ବରୁ ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ଗତ ୪ ତାରିଖରେ ଡେଭିସ୍‌ କପ୍‌ ମ୍ୟାଚ୍‌କୁ ନିରପେକ୍ଷ ଭେନ୍ୟୁ ସ୍ଥାନାନ୍ତର କରିବା ନେଇ ଆଇଟିଏଫ୍‌ର ନିଷ୍ପତ୍ତି ବିରୋଧରେ ରିଭ୍ୟୁ ଅପିଲ୍‌ କରିଥିଲା। ଏହି ମ୍ୟାଚ୍‌ ଆସନ୍ତା ୨୯ରୁ ୩୦ ତାରିଖ ମଧ୍ୟରେ ଆୟୋଜନ ହେବ। ଯଦି ଭାରତୀୟ ତୀର୍ଥଯାତ୍ରୀ ବିନା ସୁରକ୍ଷା ଭୟରେ ପାକିସ୍ତାନ ଯାତ୍ରା କରିଛନ୍ତି, ତାହାଲେ ଭାରତୀୟ ଦଳ କାହିଁକି ଇସ୍‌ଲାମାବାଦ୍‌ରେ ମ୍ୟାଚ୍‌ ଖେଳିବ ନାହିଁ ବୋଲି ପିଟିଏଫ୍‌ ଯୁକ୍ତି ବାଢ଼ିଥିଲା। ତେବେ ଆଇଟିଏଫ୍‌ ଟ୍ରବୁନାଲ ଏହାକୁ ଶେଷରେ ପ୍ରତ୍ୟାଖାନ କରିଛି। ପୁଣି ପାକିସ୍ତାନ କୌଣସି ନୁରପେକ୍ଷ ଭେନ୍ୟୁ ନେଇ ପ୍ରସ୍ତାବ ଦେଇନାହିଁ। ଫଳରେ ନୁର- ସୁଲତାନକୁ ଭେନ୍ୟୁ ରୂପେ ଚୟନ କରାଗଲା ବୋଲି ଆଇଟିଏଫ୍‌ କହିଛି। ଅତ୍ୟଧିକ ଥଣ୍ଡା କାରଣରୁ ମ୍ୟାଚ୍‌ଗୁଡିକ ଇନ୍‌ଡୋର କୋର୍ଟରେ ଖେଳାଯିବ। ଇନ୍‌ଡୋର ପରିବେଶ ଆମ ଖେଳାଳିଙ୍କୁ ସୁହାଇବ। ଏହା ଦ୍ୱାରା କେବଳ ଗ୍ରାସ୍‌ କୋର୍ଟ ନୁହଁ ହାର୍ଡ କୋର୍ଟରେ ମଧ୍ୟ ଆମ ଖେଳାଳିମାନେ ଭଲ ଖେଳିପାରିବେ ବୋଲି ଭାରତୀୟ କୋଚ୍‌ ଜଶାନ ଅଲି କହିଛନ୍ତି। ଇନ୍‌ଡୋରରେ ଖେଳିଲେ ମଧ୍ୟ ଥଣ୍ଡା ପରିବେଶ ଦ୍ୱାରା ଆମ ଖେଳାଳିଙ୍କ ଶରୀର ପ୍ରଭାବିତ ହେବ ବୋଲି ସେ କହିଛନ୍ତି। ଏହା ଦ୍ୱାରା କ୍ୱାଲିଟି ଟେନିସ ଦେଖିବାକୁ ମିଳିବ। କାରଣ ଇନ୍‌ଡୋରରେ ଖେଳିଲେ ସୂର୍ଯ୍ୟ କିରଣ ଓ ପବନ ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଏହି ମ୍ୟାଚ୍‌ ଇସ୍‌ଲାମାବାଦ୍‌ରେ ପ୍ରଥମେ ସେପ୍ଟେମ୍ବରରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ପାକିସ୍ତାନରେ ସୁରକ୍ଷା ନେଇ ଆପତ୍ତି ଉଠାଇବାରୁ ଏହାକୁ ନଭେମ୍ବର ୨୯-୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏଡି ଡେଭିସ୍‌ କପ୍‌ ଟାଇ ପାଇଁ ଭାରତ ଏକ ପୂର୍ଣ୍ଣ କ୍ଷମତାସମ୍ପନ୍ନ ଦଳ ଘୋଷଣା କରିଛି। ଇସ୍‌ଲାମାବାଦରେ ଖେଳିବାକୁ ଭାରତୀୟ ଖେଳାଳିମାନେ ଅନିଚ୍ଛା ପ୍ରକାଶ କରିଥିଲେ ଓ ନିରପେକ୍ଷ ଭେନ୍ୟୁରେ ଖେଳିବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଦୁଇଜଣ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଓ ରାମକୁମାର ରାମନାଥନ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ସେହିପରି ଅଭିଜ୍ଞ ଲିଆଣ୍ଡର ପେସ ଓ ଜୀବନ ନେଦୁଞ୍ଚେଝିଆନ୍‌ ଡବଲ୍ସ ପାର୍ଟନର ହିସାବରେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। କାନ୍ଧରେ ଦେଖାଦେଇଥିବା ଆଘାତ ସମସ୍ୟା କାରଣରୁ ଶ୍ରେଷ୍ଠ ଡବଲ୍ସ ଖେଳାଳି ରୋହନ ବୋପାନ୍ନା ଏହି ଟାଇରୁ ଓହରିଯାଇଛନ୍ତି। ଅନ୍ୟପଟେ ଯଦି ଟାଇ ସ୍ଥାନାନ୍ତର ହୁଏ ତେବେ ପାକିସ୍ତାନର ଶ୍ରେଷ୍ଠ ଟେନିସ ଖେଳାଳି ଏଇସାମ- ଉଲ – ହକ କୁରେସି ଏଥିରୁ ଓହରିଯିବେ ବୋଲି ଧମକ ଦେଇଛନ୍ତି। ତେବେ ଏ ନେଇ ଆମର କିଛି କରିବାର ନାହିଁ ବୋଲି ଜିସାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କରୋନା’ କଟକଣାରେ ଛନ୍ଦି ହୋଇଛି କ୍ରିକେଟ

କଟକ ଅଫିସ,୧୪ା୪-କରୋନା ପ୍ରଭାବରୁ ମୁକୁଳିନି କ୍ରୀଡ଼ା ଜଗତ। ରାଜ୍ୟ ସମେତ ସମଗ୍ର ଦେଶ ଓ ବିଶ୍ୱର କ୍ରୀଡ଼ା ସାମ୍ରାଜ୍ୟ ମଧ୍ୟ କରୋନା ଭାଇରସ ଯୋଗୁଁ ପ୍ରଭାବିତ...

ଜାଡେଜାଙ୍କୁ ‘ସାର୍‌ ଜାଡେଜା’ ଡାକିବାରୁ ମିଳିଲା ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ,୫।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ (ଆଇପିଏଲ ୨୦୨୧)ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସର ସୁପରଷ୍ଟାର ରବିନ୍ଦ୍ର ଜାଡେଜା...

ଭାରତୀୟ ଦଳକୁ ଚେତାବନୀ ଦେଲେ ଏହି ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ,୨୮।୭: ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ କାର୍ଯ୍ୟ ଏବଂ ଫର୍ମ ବିଷୟରେ ଅନେକ ସମୟରେ ଆଲୋଚନା ହୋଇଥାଏ। ଅନେକ ପୂର୍ବତନ ଭେଟେରାନ ଖେଳାଳିମାନେ ବିଶ୍ୱାସ...

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌: ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ

ଦୁବାଇ,୩।୧୦(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ମହିଳା ଟି୨୦ ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉଠିଛି। ସେହିପରି ଦିନିକିଆ...

ମାତ୍ର ୧ ଟଙ୍କା ଦେଇ ପେଟ ପୂରା ଖାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୪।୨: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ନିଜ ନିର୍ବାଚନ ମଣ୍ଡଳୀରେ ଅନେକ ସାମାଜିକ କଲ୍ୟାଣ କାର୍ଯ୍ୟ କରୁଛନ୍ତି।...

ଗାବା ମଇଦାନରେ ‘ଭାରତ ମାତା କି ଜୟ’ ନାରା ଦେଲେ ଅଷ୍ଟ୍ରେଲିୟ ପ୍ରଶଂସକ: ଭିଡିଓ ଭାଇରାଲ ପରେ..

ଗାବା,୨୦।୧: ଭାରତୀୟ କ୍ରିକେଟ ଇତିହାସରେ ଜାନୁଆରୀ ୧୯ ସ୍ମରଣୀୟ ହୋଇ ରହିବ। ବ୍ରିସ୍‌ବେନ୍‌ରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଟିମ୍‌ର ୩୨ ବର୍ଷ ଧରି ଜିତୁଥିବା ରେକର୍ଡ...

କୋରିଆ ଓପନ: କ୍ୱାର୍ଟରରେ କାଶ୍ୟପ

ଇଞ୍ଚତ୍ଅନ,୨୬।୯: ଭାରତୀୟ ଶଟଲର ପାରୁପଲ୍ଲୀ କାଶ୍ୟପ କୋରିଆ ଓପନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ...

ଅଷ୍ଟ୍ରେଲିୟ କ୍ରିକେଟରଙ୍କ ଦୃଢ଼ୋକ୍ତି, ଭାରତର ଏହି ସ୍ପିନର ଭାଙ୍ଗିବେ ମୁରଲୀଧରନ୍‌ଙ୍କ ରେକର୍ଡ !

ନୂଆଦିଲ୍ଲୀ,୨୮।୫: ଅଷ୍ଟ୍ରେଲିଆର ପୂର୍ବ ଚାଇନାମ୍ୟାନ୍‌ ବ୍ରାଡ୍‌ ହଗ୍‌ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଡ଼ ପ୍ରଶଂସକ। ଏବେ ହଗ୍‌ ଅଶ୍ୱିନଙ୍କୁ ନେଇ ଏକ ବଡ଼ ମନ୍ତବ୍ୟ...

Advertisement
Archives

Model This Week